Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଧିକ ସମୟ ଶୋଉଛନ୍ତି କି-ଏହାକୁ ସୁଧାରି ନିଅନ୍ତୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଧିକ ସମୟ ଶୋଉଛନ୍ତି କି-ଏହାକୁ ସୁଧାରି ନିଅନ୍ତୁ


ଅଧିକାଂଶ ସମୟରେ ଲୋକଙ୍କୁ କହିଥିବାର ଶୁଣିଥିବେ ସକାଳେ ଶୀଘ୍ର ଉଠିବାରେ ସମସ୍ୟା ହୋଇଥାଏ । ଆପଣ ମଧ୍ୟ ଏମାନଙ୍କ ମଧ୍ୟରେ ସାମିଲ ହୋଇଥିଲେ, ଏହାକୁ ସୁଧାରି ନିଅନ୍ତୁ । ଆଜ୍ଞା ହଁ ଯେପରି କମ ଶୋଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସେହିପରି ଅଧିକ ଶୋଇବା ମଧ୍ୟ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଜାଣନ୍ତୁ.. ଅଧିକ ସମୟ ଯାଏଁ ଶୋଇବା ଦ୍ୱାରା ବ୍ୟକ୍ତିଙ୍କ ଶାରୀରିକ ଭାବେ କାର୍ଯ୍ୟ କରିବାକୁ ଇଚ୍ଛା ନ ହେବା ସହ ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଇଥାଏ । ଏକ ଅଧ୍ୟୟନ ଅନୁଯାୟୀ , ୯ ଘଂଟାରୁ ଅଧିକ ସମୟ ଶୋଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଏ ଓ ମଧୁମେହ ହେବାର ସମ୍ଭାବନା ଅଧିକ ଥାଏ । ମୁଣ୍ଡ ବିନ୍ଧା – ଅଧିକାଂଶ ସମୟରେ ଆବଶ୍ୟକତା ଠାରୁ ଅଧିକ ଶୋଇବା ଦ୍ୱାରା ମୁଣ୍ଡ ବିନ୍ଧା ସମସ୍ୟା ସୃଷ୍ଟି ହୋଇଥାଏ । ଭାରି ଭାରି ଲାଗିବା ଭଳି ଅନୁଭବ ହୋଇଥାଏ । ହୃଦୟ ଜନିତ ରୋଗ – ଆବଶ୍ୟତା ଠାରୁ ଅଧିକ ଶୋଇବା ଦ୍ୱାରା ହୃଦୟ ଜନିତ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । ଅଧ୍ୟୟନ ଅନୁଯାୟୀ, ୯ ରୁ ୧୧ ଘଂଟା ଶୋଇବା ଦ୍ୱାରା ହୃଦୟ ଜନିତ ରୋଗ ଓ ସମସ୍ୟା ହେବାର ସମ୍ଭବାନା ୩୮ ପ୍ରତିଶତ ଥାଏ । ଅଧିକ ସମୟ ଶୋଇବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇଥାଏ । ଅଧିକ ସମୟ ଶୋଇବା ଦ୍ୱାରା ଅଧିକ ଆଳସ୍ୟ ଅନୁଭବ ହୋଇଥାଏ । କାମ କରିବାକୁ ଇଚ୍ଛା ଶକ୍ତି ହ୍ରାସ ପାଇଥାଏ ।

Leave a Reply