Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୁସଲମାନମାନେ ‘ତିନ ତଲାକ’ ଆଇନ ଲାଗି ମୋଦିଙ୍କୁ ଦେଲେ ଧନ୍ୟବାଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୁସଲମାନମାନେ ‘ତିନ ତଲାକ’ ଆଇନ ଲାଗି ମୋଦିଙ୍କୁ ଦେଲେ ଧନ୍ୟବାଦ

ନୂଆଦିଲ୍ଲୀ : ମୁସଲମାନମାନେ ଦେଶରେ ୩ ତଲାକ ଆଇନ ଲାଗୁ କରାଯାଇଥିବାରୁ ପ୍ରଥମ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି । ବିଭିନ୍ନ ସଙ୍ଗଠନର ମୁସଲମାନ ନେତାମାନେ ତିନ ତଲାକ ଆଇନ ଆଣି ପ୍ରଧାନମନ୍ତ୍ରୀ ମୁସଲମାନ ମହିଳାଙ୍କ ଅଧିକାରକୁ ସୁରକ୍ଷିତ କରିଥିବା କହିଛନ୍ତି । ଏହା ବହୁତ ଜରୁରି ଥିଲା, ଇସ୍ଲାମ ନେତାମାନେ କହିଛନ୍ତି ଯେ ଇସ୍ଲାମରେ ମଧ୍ୟ ତଲାକକୁ ଜାଗା ଦିଆଯାଇ ନାହିଁ । ଏହି ନିଷ୍ପତ୍ତି ଯୋଗୁ ମୁସଲମାନ ମହିଳାଙ୍କ ଶୋଷଣ ହ୍ରାସ ହୋଇଛି । ମୁସଲମାନ ସଙ୍ଗଠନମାନେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ କାଳରେ ସଂଖ୍ୟାଲଘୁଙ୍କ କଲ୍ୟାଣ ପାଇଁ ପ୍ରଶଂସନୀୟ କାମ କରିଛନ୍ତି । ନେତାମାନେ କହିଛନ୍ତି ଯେ ଭଲକାମର ସବୁବେଳେ ତାରିଫ ହେବା ଦରକାର । ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକାଳରେ ମୁସଲମାନଙ୍କ କଲ୍ୟାଣ ପାଇଁ ବେଶ ଧ୍ୟାନ ଦିଆଯାଇଛି । ଅଲ ଇଣ୍ଡିଆ ମାଇନୋରିଟି କନକ୍ଲେଭରେ ଅହମଦିଆ ମୁସ୍ଲିମ ସମୂଦାୟର ବିଦେଶ ମାମଲା ନିଦେ୍ର୍ଦଶକ ଅହସାନ ଗୌରୀ କହିଛନ୍ତି ଯେ ତିନ ତଲାକ ବିଲ ମୁସଲମାନ ମହିଳାଙ୍କ ସଶକ୍ତିକରଣ ଦିଗରେ ନିଆଯାଇଥିବା ପ୍ରଥମ ପ୍ରଶଂସନୀୟ କାର୍ଯ୍ୟ । କାର୍ଯ୍ୟକ୍ରମରେ ମୁସଲମାନ ସମୂଦାୟର ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ସଂଖ୍ୟା ଲଘୁଙ୍କ ହୀତ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନା ପକ୍ଷପାତିତାରେ କାମକରିଥିବା କହିଛନ୍ତି । ଏହା ପୂର୍ବରୁ କେନ୍ଦ୍ରରେ ଥିବା କୌଣସି ସରକାର ମୁସଲମାନଙ୍କ ବିକାଶ ଲାଗି ଏପରି କୌଣସି ପଦକ୍ଷେପ ନେଇ ନଥିଲେ ବୋଲି ମୁସଲମାନ ନେତାମାନେ କହିଛନ୍ତି । ଅହମ୍ମଦିଆ ମୁସ୍ଲିମ ୟୁଥ ଆସୋସିଏସନ ଅଧ୍ୟକ୍ଷ ତାରିକ ଅହମ୍ମଦ ମଧ୍ୟ ପ୍ରଧାନମନ୍ତ୍ରୀ ଇସ୍ଲାମ ଓ ସଂଖ୍ୟାଲଘୁଙ୍କ ଲାଗି କରିଥିବା କାମ ଲାଗି ଧନ୍ୟବାଦର ପାତ୍ର ବୋଲି କହିଛନ୍ତି ।

Leave a Reply