Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏବିଭିପିର ଛାତ୍ର ଅଧିକାର ସମାବେଶ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏବିଭିପିର ଛାତ୍ର ଅଧିକାର ସମାବେଶ

ବ୍ୟାସନଗର : ଶିକ୍ଷା, ସୁରକ୍ଷା ଓ ରୋଜଗାର ତିନି ପ୍ରସଙ୍ଗକୁ ନେଇ ବିଦ୍ୟାର୍ଥୀ ପରିଷଦ ନେତୃତ୍ୱରେ ଯାଜପୁର ଜିଲ୍ଲାର ୭୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇ ତାଙ୍କର ସମସ୍ୟାମାନ ଉପସ୍ଥାନ କରିଥିଲେ, ପ୍ରଥମେ ସବ୍-ରେଜିଷ୍ଟେସନ୍ ନିକଟସ୍ଥ ପଡ଼ିଆ ଠାରେ ଏକ ସଭା ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରସଙ୍ଗକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେଠାରୁ ଏକ ଶୋଭାଯାତ୍ରରେ ଯାଇ ଛାତ୍ରଛାତ୍ରୀ ମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ୧୦ ଦଫା ଦାବି ପତ୍ର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବୋହୁ ଶିକ୍ଷାବିତ୍, ଆଇନଜୀବୀ ଓ ସମାଜସେବୀମାନେ ଯୋଗ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଯାଜପୁର ପିବିଭିପିର ଜିଲ୍ଲା ସଂଯୋଜକ ସୁମିତ କୁମାର ସାହୁଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ବିବେକାନନ୍ଦ ମହାନ୍ତି, ମୁଖ୍ୟ ବକ୍ତା ଭାବେ ରାଜ୍ୟ ସହ ସମ୍ପାଦିକା ଦୀପ୍ତିମୟୀ ପ୍ରତିହାରୀ ଓ ସମ୍ମାନିତ ଅତିଥି ଭାବେ ରାଜ୍ୟ ସହ ସମ୍ପାଦକ ଅଭିରାମ ଭାଇ ଉପସ୍ଥିତ ଥିଲେ । ଓଡ଼ିଶାରେ ଯାଜପୁର ଜିଲ୍ଲା ଶିକ୍ଷା ବ୍ୟବସ୍ଥା କିପରି ସମ୍ପୂର୍ଣ ରୂପେ ଭୁଶୁଡ଼ି ପଡ଼ିଛି । ଯାଜପୁର ଜିଲ୍ଲାର ବହୁ କଲେଜରେ ଅଧ୍ୟାପକ ପଦବୀ ଖାଲି ପଡ଼ିଛି ଏହା ସହ କଲେଜର ଅହେତୁକ ଆଡ଼ମିଶନ୍ ଫି ବୃଦ୍ଧି, ମହାବିଦ୍ୟାଳୟ ମାନଙ୍କରେ ପରୀକ୍ଷା, ଖାତା ଦେଖା, ଓ ଫଳ ପ୍ରକାଶନ ରେ ଅହେତୁକ ଅବହେଳା ଓ ଯାଜପୁର ଜିଲ୍ଲା ଏକ ଶିଳ୍ପ ବୋହୁଳ ଅଞ୍ଚଳ କିନ୍ତୁ ଜିଲ୍ଲାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତିରେ ଅଣ ଦେଖା ହେଉ ଥିବାରୁ ବେରୋଜଗାର ବୃଦ୍ଧି । ଜିଲ୍ଲାର ସରକାରୀ କାର୍ଯ୍ୟାଳୟରେ କିପରି ଲାଞ୍ଜ କାରବାର ବୃଦ୍ଧି ଚାଲିଛି । ଏହି ସମସ୍ୟା ଉପରେ ପଦକ୍ଷେପ ନେବା ପାଇଁ ବିଦ୍ୟାର୍ଥୀ ପରିଷଦ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇଛି । ବିଦ୍ୟାର୍ଥୀ ପରିଷଦର ୭୫ ବର୍ଷ ପୂର୍ତ୍ତି ପାଳନ ସହ ଜିଲ୍ଳାର ବିଭିନ୍ନ ଶୈକ୍ଷିକ ଓ ସାମାଜିକ ସମସ୍ୟାକୁ ନେଇ ଏବିଭିପି ଯାଜପୁର ଜିଲ୍ଲା ତରଫରୁ ବିଶାଳ ଛାତ୍ର ସମାବେଶ ଏବଂ ଭବ୍ୟ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ରାଜ୍ୟ ସହ ସମ୍ପାଦିକା ଦୀପ୍ତିମୟୀ ପଢ଼ିଆରୀ, ରାଜ୍ୟ ସହ ସମ୍ପାଦକ ଅଭିରାମ ଲେଙ୍କା ଓ ଅନ୍ୟ ଛାତ୍ରନେତାମାନେ ଜିଲ୍ଲାର ବିଭିନ୍ନ କ୍ୟାମ୍ପସରୁ ଆସି ଜିଲ୍ଲା ସମ୍ମିଳନୀରେ ଯୋଗ ଦେଇଥିବା ଶତାଧିକ ଛାତ୍ରଛାତ୍ରୀଙ୍କୁ ଉଦବୋଧିତ କରିଥିଲେ ଏ ହି କାର୍ଯ୍ୟକର୍ମରେ ବରିଷ୍ଠ ବିଜେପି ନେତା ନିରଞ୍ଜନ ଘଡେଇ, କୁଞ୍ଜ ବିହାରୀ ମହାନ୍ତି, ପ୍ରଶାନ୍ତ କୁମାର ବୋଇଟାଇ, ବରିଷ୍ଠ ସାମ୍ବାଦିକ ନିତ୍ୟାନନ୍ଦ ମହାଳିକ, ଜିତେନ୍ଦ୍ର ରାଉତ, ପ୍ରଶାନ୍ତ ମାଲିକ, ଶିବ ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply