Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୁଇନ୍ଦା ବେଲୁନକୁ ନେଇ ଚୀନ୍କୁ ଚେତାବନୀ ଦେଲା ଆମେରିକା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୁଇନ୍ଦା ବେଲୁନକୁ ନେଇ ଚୀନ୍କୁ ଚେତାବନୀ ଦେଲା ଆମେରିକା

ୱାଶିଂଟନ୍ : ଚୀନ୍ ଓ ଆମେରିକା ମଧ୍ୟରେ ଜାରି ରହିଛି ମୁହାଁମୁହିଁ ପରିସ୍ଥିତି । ଚୀନ୍ର ଗୁଇନ୍ଦା ବେଲୁନକୁ ନେଇ ଥମୁନି ଉଭୟଙ୍କ ମଧ୍ୟରେ ବିବାଦ । ଏହି ମାମଲାକୁ ନେଇ ଏବେ ସିଧାସଳଖ ଆମେରିକା ଚୀନ୍କୁ ଚେତାବନୀ ଦେଇଛି । ଶନିବାର ଆମେରିକା ବୈଦେଶିକ ମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କେନ ଚୀନର ମୁଖ୍ୟ କୂଟନୀତିଜ୍ଞ ୱାଙ୍ଗ ୟିଙ୍କୁ ଭେଟିଛନ୍ତି । ଏହି ଭେଟ୍ଘାଟ ବେଳେ ବ୍ଲିଙ୍କେନ୍ ପୁଣିଥରେ ଯେପରି ଆମେରିକା ଆକାଶରେ ଗୁଇନ୍ଦା ବେଲୁନ ଦେଖିବାକୁ ନ ମିଳେ ସେ ନେଇ ୱାଙ୍ଗ ୟିଙ୍କୁ ଚେତାଇ ଦେଇଛନ୍ତି । ଆମେରିକା ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ନେଡ ପ୍ରାଇସ ଏନେଇ ସୂଚନା ଦେଇଛନ୍ତି । ନେଡ କହିଛନ୍ତି ଯେ, ଆମେରିକା ଆକାଶରେ ଏଭଳି ବେଲୁନ ଉଡ଼ିବା ଅର୍ଥ ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଙ୍ଘନ କରିବା । ଏହି କାରଣରୁ ଏଭଳି କାର୍ଯ୍ୟ ଚୀନ ଯେଭଳି ପୁଣିଥରେ ନ କରେ ସେ ନେଇ ସ୍ପଷ୍ଟ କରିଛି ଆମେରିକା । ଏଭଳି ଦାୟିତ୍ୱହୀନ କାର୍ଯ୍ୟ ଆଉ ଯେମିତି ନ ଘଟେ । ଅନ୍ୟପଟେ ଚୀନ କୂଟନୀତିଜ୍ଞ ୱାଙ୍ଗ ୟି କହିଛନ୍ତି କି, ବାଇଡେନ ପ୍ରଶାସନ ଯେଭଳି କାମ କରୁଛି ତାହା ଆଇନ ବିରୋଧୀ ଓ ଦୁର୍ଭାଗ୍ୟଜନକ । ଏହାସହ ଆମେରିକା ତାର ସାଧନାର ବିନିଯୋଗ ଚୀନକୁ ବଦନାମ କରିବାକୁ କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ସେପଟେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ କହିଛନ୍ତି କି ଆମେରିକା ଚୀନ ସହ ଶୀତଳ ଯୁଦ୍ଧ ଚାହୁଁନାହିଁ ।

Leave a Reply