Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୭୦୦୦ ଅଜଣା ଦ୍ୱୀପ ଆବିଷ୍କାର କଲା ଜାପାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୭୦୦୦ ଅଜଣା ଦ୍ୱୀପ ଆବିଷ୍କାର କଲା ଜାପାନ

ଟୋକିଓ : ଜାପାନ ସରକାର ଏବେ ଏକ ଅଦ୍ଭୁତ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ଜାପାନ ଜଳସୀମା ମଧ୍ୟରେ ପ୍ରାୟ ୭ ହଜାର ଏପରି ଦ୍ୱୀପ ଆବିଷ୍କାର କରାଯାଇଛି ଯେଉଁଗୁଡ଼ିକ ସଂପର୍କରେ ଖୋଦ୍ ଜାପାନ ସରକାର ବି ଜାଣିନଥିଲେ । ଜାପାନ ସରକାର ନିକଟରେ ଜାପାନ ଜଳସୀମାର ଭୌଗୋଳିକ ସର୍ଭେ କରିଥିଲେ । ୧୯୮୭ ପରେ ପ୍ରଥମ ଥର ପାଇଁ ଏହି ସର୍ଭେ କରାଯାଇଥିଲା । ସେତେବେଳେ ଜାପାନ ଅଧିନରେ ଯେତେକି ଦ୍ୱୀପ ଥିବା ଜଣାପଡ଼ିଥିଲା, ନୂଆ ସର୍ଭେରେ ତାହାଠାରୁ ଆଉ ପ୍ରାୟ ୭ ହଜାର ଦ୍ୱୀପ ରହିଥିବା ଜଣାପଡ଼ିଥିଲା । ଏସବୁ ଦ୍ୱୀପ ସଂପର୍କରେ ଜାପାନ ସରକାରଙ୍କ ପାଖରେ କୌଣସି ରେକର୍ଡ ନଥିଲା ଅଥବା ଜାପାନର ସରକାରୀ ମାନଚିତ୍ରରେ କୌଣସି ତଥ୍ୟ ନଥିଲା । କଛିଦିନ ତଳେ ଦେଶର କେତୋଟି ଦ୍ୱୀପ ରହିଛି ତାହାକୁ ନେଇ ଜାପାନ ସଂସଦରେ ଏକ ବିତର୍କ ହୋଇଥିଲା । ଏ ସଂପର୍କରେ ସରକାରଙ୍କ ପାଖରେ ଯେଉଁ ତଥ୍ୟ ରହିଛି ତାହା ଭୁଲ ବୋଲି ବିରୋଧୀ ଦଳମାନେ ଅଭିଯୋଗ କରିଥିଲେ । ଏହା ପରେ ଜାପାନ ସରକାର ଜଳସୀମାର ସର୍ଭେ ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହି ସର୍ଭେରୁ ବିରୋଧୀଙ୍କ ଅଭିଯୋଗ ସତ ବୋଲି ଜଣାପଡ଼ିଥିଲା । ୧୯୮୭ରେ ହୋଇଥିବା ସର୍ଭେ ଅନୁସାରେ ଜାପାନ ଅଧିନରେ ୬୮୫୨ଟି ଦ୍ୱୀପ ଥିଲା । କିନ୍ତୁ ନୂଆ ସର୍ଭେ ଅନୁସାରେ ତାହା ୧୪,୧୨୫କୁ ବୃଦ୍ଧି ପାଇଛି ।

Leave a Reply