Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋ-ମାଂସ ସହ ଟେମ୍ପୋ ଜବତ, ୪ ଅଟକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋ-ମାଂସ ସହ ଟେମ୍ପୋ ଜବତ, ୪ ଅଟକ

କଣ୍ଟବାଞ୍ଜି : ଫେବୃଆରୀ ୧୯ ତାରିଖ ଦିନ ବାଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ଥାନା ୱାର୍ଡ ନଂ.୧୫ ଟାଲିପଡା ନିକଟସ୍ଥ ରେଲବାଇ ସତନାମି ପଡାରୁ ଗୋମାଂସ କାଟି ଅନ୍ୟତ୍ର ଏକ ଟେମ୍ପୁ ନଂ. ସିଜି-୦୪ଜି -୭୨୭୫ଯୋଗେ ଅନ୍ୟତ୍ର ଚାଲାଣ ହେଉଥିଲା । ଏହି ସମୟରେ ଫାନ ଯୋଗେ କଂଟାବାଞ୍ଜି ରାମସେନାକୁ ଖବର ମିଳିଥିବାରୁ ତତ୍କ୍ଷଣାତ ରାମସେନା ଧର୍ମାନନ୍ଦ ଯୁଏଡ,ପ୍ରଦିପ ବାଗ, ଦୟାନିଧି ନାଏକ, ବାଲାଜି ନାଏକ, ବିଶିକେଶନ ନାଗ,ଜଗନ ଚଣ୍ଡି, ନିସି ମହାପାତ୍ର,ଘନ ବାଗ,ଶାନ୍ତ ସୁନା କୁନୁ ପୋଢ ପହଞ୍ଚି ଟେମ୍ପୁକୁ ଜବତ କରିଥିଲେ । ଏହା ପରେ କଂଟାବାଞ୍ଜି ଥାନାକୁ ଖବର ଦେବାରୁ ସବ୍ ଇନ୍ସପେକ୍ଟର ସୁରେନ୍ଦ୍ର ଛତ୍ରିଆ, ଏ.ଏସ.ଆଇ. ପରମାନନ୍ଦ ମାଝି ସତନାମି ପଡାକୁ ଯାଇ ଟେମ୍ପୁ ସହ ଚାଲକ ଓ ଅନ୍ୟ ତିନି ଜଣକୁ ଅଟକ ରଖିଛି । ଏହି ଖବର ଲେଖିବା ମଧ୍ୟରେ ପୋଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି । ଗୋମାଂସ କେଉଁଠାକୁ ଯାଉଥିଲା କାହା ଇଙ୍ଗିତରେ ରେଲବାଇ ଜମିରେ ଗୋହତ୍ୟା କରି ମାଂସ ବିକା ଚାଲିଛି ପଚରାଉଚୁରା ପୋଲିସ କରୁଛି । କିଛି ବର୍ଷ ତଳେ ଏପରି ନିୟମିତ ଗୋ ମାଂସ କଟା ନେଇ ରାମ ସେନା ତରଫରୁ ସତନାମି ପଡାର ଲୋକଙ୍କୁ ପୋଲିସର ଜିମା ଦେଇଥିଲେ । କିଛି ଦିନ ଗଲା ପରେ ପୁନଃ ରେଲବାଇ ଜମିରେ ଅନଧିକାର ବସବାସ କରି ରହୁଥିବା ସତନାମି ମାନେ ଗୋ ମାଂସ କାଟୁ ଥିବାରୁ ରେଲବାଇ ଜମିରୁ ଜବର ଦଖଲ ଉଚ୍ଛେଦ ପାଇଁ ରାମସେନା ତରଫରୁ ଦାବି କରାଯାଇଛି ।

Leave a Reply