Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆପୋଲୋ ହଷ୍ପିଟାଲର ଶ୍ରମିକ ମାରଣ ନୀତି ଓ ଜନସାଧାରଣଙ୍କୁ ଶୋଷଣ ବିରୋଧରେ୨୫ ତାରିଖରେ ଗଣଧାରଣା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆପୋଲୋ ହଷ୍ପିଟାଲର ଶ୍ରମିକ ମାରଣ ନୀତି ଓ ଜନସାଧାରଣଙ୍କୁ ଶୋଷଣ ବିରୋଧରେ୨୫ ତାରିଖରେ ଗଣଧାରଣା

ତା୨୨/୦୨/୨୦୨୩ , ଭୁବନେଶ୍ୱର, ଭାରତୀୟ ମଜ୍ବୁତ୍ ସଂଘ, ଖୋର୍ଦ୍ଧା ଜିଲ୍ଲା ତରଫରୁ ଆପୋଲୋ ହଷ୍ପିଟାଲରେ ଶ୍ରମିକ ମାରଣ ନୀତି ଓ ଜନସାଧାରଣଙ୍କୁ ଶୋଷଣ ବିରୋଧରେ ଆସନ୍ତା ତା-୨୫/୦୨/୨୦୨୩ ରିଖରେ ଆପୋଲୋ ହଷ୍ପିଟାଲ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଜିଲ୍ଲା ସଂମ୍ପାଦକ ଶ୍ରୀ ଅକ୍ଷୟ ରାଉତରାୟ ଆଜିର ଏହି ସାମାଜିକ ସମ୍ମିଳନୀରେ ଜଣାଇଛନ୍ତି ।

ଓଡିଶାର ଗରିବ ଜନ ସାଧାରଣଙ୍କୁ ଉନ୍ନତମାନର ଚିକିସôା ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୨୦୦୭ ମସିହାରେ ଆପୋଲୋ ହଷ୍ପିଟାଲକୁ ସାଗ ମାଛ ଦରରେ ଜମି ଯୋଗାଇ ଦେଇଥିଲେ । ୨୦୧୦ ମସିହାରେ ଜନସାଧାରଣଙ୍କ ଉଦେ୍ଦଶ୍ୟରେ ଏହା ଚାଲୁ ହେଲା । କିଛି ଦିନ ପରେ ଜଣେ ରୋଗିର ଅଗୋଚରରେ ତାଙ୍କ କିଡନି କାଢି ନିଆଯାଇଥିଲା । ଯାହାକି ହୁ୍ୟମାନ ରାଇଟସ୍ କମିଶନର ତଥା ମାନ୍ୟବର ଉଚ୍ଚ ନ୍ୟାୟଳୟ ଆପୋଲୋକୁ ଦଣ୍ଡିତ କରିଥିଲେ । ତାହାର ଠିକ୍ କିଛି ଦିନ ପରେ ନାଲ୍କୋକୁ ମିଥ୍ୟା ବିଲ୍ ଦେବା ଅଭିଯୋଗରେ ଆପୋଲୋର ୨ ଜଣ କର୍ମଚାରୀଙ୍କୁ ପୋଲିସ୍ ଆରେଷ୍ଟ୍ କରିଥିଲେ । ବର୍ତମାନ ୨ ଜଣ ଆପୋଲୋ ହଷ୍ପିଟାଲରେ କାର୍ଯ୍ୟ କରୁଛନ୍ତି । ଏହି କର୍ମଚାରୀଙ୍କ ଦ୍ୱାରା ଅନୈତିକଭାବେ ବିନା ଲାଇସେନ୍ସରେ ଲେବର ଡିପାଟମେଂଟର ବିନା ପରିମିଶନ୍ରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଗତବର୍ଷ ଜଣେ ଈଝକଣ ହିତାଧିକାରୀଙ୍କୁ ଯେପରି ଭାବରେ ଟଙ୍କା ନେଇ ଚିକିସôା କରିଥିଲେ ତାହା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଦିର୍ଘ ୧୨ ବର୍ଷ ଭିତରେ ଆପୋଲୋ ହଷ୍ପିଟାଲ ଉନ୍ନତ ମାନର ଜନସେବା ନାଁରେ ନିଜର ବ୍ୟବସାୟ ବୃଦ୍ଧି କରିବା ବ୍ୟତିତ ଅନ୍ୟ କିଛି କରିନାହିଁ । ଖାଲି ଜନସାଧାରଣଙ୍କୁ ନୁହେଁ ହଷ୍ପିଟାଲରେ ଥିବା କର୍ମଚାରୀମାନେ ମଧ୍ୟ ଅନୁରୂପ ହଇରାଣ ହରକତ ହେଉଛନ୍ତି । ଫାର୍ମାସୀ କର୍ମଚାରୀମାନଙ୍କର ଚ.ୠ ଟଙ୍କା ହାଇଦ୍ରାବାଦରେ ଜମା କରାଯାଇଛି । ଯାହାକି କର୍ମଚାରୀମାନଙ୍କୁ ଉଠାଇବା ହଇରାଣ ହରକତ ହେଉଛନ୍ତି । ଗତ ଦିନରେ ଜଣେ କର୍ମଚାରୀଙ୍କ ମୃତୁ୍ୟ ଚ.ୠ ସହାୟତା ରାଶି ଏପର୍ଯ୍ୟନ୍ତ ମିଳିନାହିଁ । କିଛି ଦିନ ତଳେ ଜଣେ ମହିଳା କର୍ମଚାରୀଙ୍କୁ ଯୈାନ ଶୋଷଣ କରଯାଇଥିଲା । ସମସ୍ତ ପ୍ରକାର ଅନୁସନ୍ଧାନ ପରେ ଆରୋପିକୁ ଦୋଷି ସାବ୍ୟସ୍ତ ହୋଇଥିଲେ ମଧ୍ୟ ଆଜିବି ସେମାନେ ଖୋଲାମ୍ ଖୋଲା ବୁଲୁଛନ୍ତି । ଆଜି ପର୍ଯ୍ୟନ୍ତ କୈାଣସି ପ୍ରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ବିଶେଷଭାବେ ଫାର୍ମାସୀ ଓ କର୍ମଚାରୀମାନଙ୍କୁ ବ୍ରେକ୍ ଡୁ୍ୟଟି ଦିଆଯାଉଛି ଏବଂ ବ୍ରାଂଚରେ ଆବଶ୍ୟକରୁ କମ୍ କର୍ମଚାରୀ ନିୟୋଜିତ କରି ୮ ଘଂଟାରୁ ଅଧିକ କାର୍ଯ୍ୟ କରାଯାଉଛି । କାଜୁଆଲ୍ ଲିଫ୍, ସିକ୍ ଲିଫ୍ ବ୍ୟବହାର କରିବାକୁ ସୁଯୋଗ ଦିଆଯାଉ ନାହିଁ । ଅଭିଯୋଗ କଲେ ଚାକିରିରୁ ବାହାର କରିବା ପାଇଁ ଧମକ ଦିଆଯାଉଛି ।

ଏ ସମସ୍ତ କାର୍ଯ୍ୟ କମ୍ପାନୀର ୨ ଜଣ ପ୍ରମୁଖ ଅଧିକାରୀ ସୁରେଶ ରେଡି ଓ ସୁଧିର ଦିଗିକର ଉଋଙଙ୍କ ଦ୍ୱାରା କରାଯାଉଛି । ଯାହାକି ହଷ୍ପିଟାଲକୁ ଜନସାଧାରଣରେ ବଦନାମ କରାଯାଉଛି । ଭିତରେ କାର୍ଯ୍ୟରତ ମହିଳା କର୍ମଚାରୀ ଆଜି ଅସୁରକ୍ଷିତ ହୋଇ ପଡିଛନ୍ତି ।

ଏ ସବୁ ର୍ଦୁନୀତିର ଫର୍ଦାଫାସ୍ କରୁଥିବା ଆପୋଲୋ ହଷ୍ପିଟାଲ ମଜ୍ଦୁର ସଂଘର ସାଧାରଣ ସମ୍ପାଦକଙ୍କୁ ଅନ୍ୟତ୍ର ବଦଳି କରାଯାଇ କର୍ମଚାରୀଙ୍କ ସ୍ୱରକୁ ଦବାଇ ଦିଆଯାଇଛି । ଶ୍ରମିକ ସଂଗଠନଙ୍କୁ ଦୁର୍ବଳ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଇଛି । ଯଦି ଏହିସବୁ ଶ୍ରମିକ ଶୋଷଣ ନୀତି ଜାରି ରଖନ୍ତି ତେବେ ବାଧ୍ୟ ହୋଇ ଭାରତୀୟ ମଜ୍ଦୁର ସଂଘ ରାଜ୍ୟ ବ୍ୟାପି ଆନେ୍ଦାଳନ କରିବ ଆଗାମୀ ଦିନରେ ବିଧାନସଭା ସମ୍ମୁଖରେ ଗଣଧାରଣା ଦିଆଯିବ ଏବଂ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଭାରତୀୟ ମଜ୍ଦୁର ସଂଘର ସାଧାରଣ ସମ୍ପାଦକ ଶ୍ରୀ ବିନୟ କୁମାର ତ୍ରିପାଠୀ ଜଣାଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀର ଶ୍ରୀ ଶାନ୍ତନୁ କୁମାର ମହାପାତ୍ର ଓ ସଂଗଠନ ସମ୍ପାଦକ ଶ୍ରୀ ଗରିଶ ମହନ୍ତ, ଶ୍ରୀ ଲକ୍ଷ୍ମଣ ଦାସ କୋଷାଦକ୍ଷ, ବିଜୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply