Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅନ୍ତର୍ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଭାବ ଜାରି ରହିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅନ୍ତର୍ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଭାବ ଜାରି ରହିଛି


ନୂଆଦିଲ୍ଲୀ: ଅନ୍ତର୍ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଭାବ ଜାରି ରହିଛି । ସେ ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଦୌଡ଼ରେ ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍?ଙ୍କ ସମେତ ୨୨ ବିଶ୍ୱନେତାଙ୍କୁ ପଛରେ ପକାଇ ନମ୍ବର-୧ ନେତା ପାଲଟିଛନ୍ତି । ମର୍ନିଂ କନ୍ସଲ୍ଟ ଦ୍ୱାରା ଏହି ସର୍ଭେ କରାଯାଇଛି । ମର୍ନିଂ କନ୍ସଲ୍ଟର ୱେବସାଇଟରେ ପ୍ରକାଶିତ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୮% ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂ (ବିଶ୍ୱସ୍ତରୀୟ ନେତାଙ୍କ ଅନୁମୋଦନ ମୂଲ୍ୟାୟନ) ସହ ଶୀର୍ଷରେ ରହିଛନ୍ତି । ସର୍ବଶେଷ ମୂଲ୍ୟାୟନ ଅନୁଯାୟୀ, ଲୋକପ୍ରିୟତା ଦୃଷ୍ଟିରୁ ମୋଦି ୨୨ ଟି ଦେଶର ବିଶ୍ୱ ନେତାଙ୍କୁ ପଛରେ ପକାଇ ଦେଇଛନ୍ତି । ଏହି ନେତାମାନଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପ୍ରମୁଖ ଅଛନ୍ତି । ପିଏମ ମୋଦିଙ୍କ ପରେ ମେକ୍ସିକୋର ରାଷ୍ଟ୍ରପତି ଲୋପେଜ ଓବ୍ରାଡୋର ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କର ଆପ୍ରୁଭାଲ ରେଟିଂ(ଅନୁମୋଦନ ମୂଲ୍ୟାୟନ) ୬୮ ପ୍ରତିଶତ ରହିଛି । ସର୍ଭେ କିପରି କରାଯାଏ? ମର୍ନିଂ କନ୍ସଲ୍ଟିଂ ୨୬ ଜାନୁୟାରୀରୁ ୩୧ ଜାନୁୟାରୀ ମଧ୍ୟରେ ଏହି ସର୍ଭେ କରିଛି । ଏଥିପାଇଁ ମର୍ନିଂ କନ୍ସଲ୍ଟ ଦୈନିକ ୨୦,୦୦୦ ରୁ ଅଧିକ ବିଶ୍ୱସ୍ତରୀୟ ସାକ୍ଷାତକାର ପରିଚାଳନା କରେ । ସାକ୍ଷାତକାରରେ ପ୍ରାପ୍ତ ଉତ୍ତରଗୁଡିକ ଉପରେ ଆଧାର କରି, ବିଶ୍ୱ ନେତାଙ୍କ ବିଷୟରେ ତଥ୍ୟ ପ୍ରସ୍ତୁତ କରାଯାଇଥାଏ

Leave a Reply