୫ରେ ରାଷ୍ଟ୍ରଦୀପର ବସନ୍ତ ମିଳନ ଉତ୍ସବ

୫ରେ ରାଷ୍ଟ୍ରଦୀପର ବସନ୍ତ ମିଳନ ଉତ୍ସବ
କଟକ: ଓଡିଆ ସାପ୍ତାହିକ ପତ୍ରିକା ରାଷ୍ଟ୍ରଦୀପର ନବବିଂଶତିତମ ବସନ୍ତ ମିଳନ ଉତ୍ସବ-୨୦୨୩ ଆସନ୍ତା ଫେବୃଆରୀ ୫ ତାରିଖ ରବିବାର ଅପରାହ୍ନ ୫,୩୦ ଘଟିକାରେ କଟକର କଳାବିକାଶ କେନ୍ଦ୍ର ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ ।
ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ହରପ୍ରସାଦ ଦାସ ମୁଖ୍ୟ ଅତିଥି, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସହ ସେବା ପ୍ରମୁଖ ରାଜକୁମାର ମାଟାଲେ ମୁଖ୍ୟବକ୍ତା ରୂପେ ଯୋଗ ଦେଉଥିବା ବେଳେ ଅଧିବକ୍ତା ପରିଷଦର ପ୍ରାକ୍ତନ ରାଜ୍ୟ ସଭାପତି, ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଅନୁପ କୁମାର ବୋଷ ସଭାପତିତ୍ୱ କରିବେ ।
ଏହି କାର୍ଯ୍ୟକ୍ରମରେ ବାସନ୍ତିକ ବିଶେଷାଙ୍କ ଉନ୍ମୋଚନ, କୃତ୍ତୀ ସ୍ତମ୍ଭ ଲେଖକ, ସାହିତ୍ୟିକ ଓ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ରାଷ୍ଟ୍ରଦୀପର ସମ୍ପାଦକ ଚିତ୍ତରଞ୍ଜନ ମହାପାତ୍ର ଓ ପରିଚାଳନା ସମିତିର ସମ୍ପାଦକ ସତ୍ୟନାରାୟଣ ମିଶ୍ର ପ୍ରକାଶ କରିଛନ୍ତି ।


Leave a Reply

Your email address will not be published. Required fields are marked *