Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶିକ୍ଷା ବିକାଶ ସମିତି ପକ୍ଷରୁ ୩୪ତମ ପ୍ରାଦେଶିକ ଖେଳକୁଦ ସମାରୋହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶିକ୍ଷା ବିକାଶ ସମିତି ପକ୍ଷରୁ ୩୪ତମ ପ୍ରାଦେଶିକ ଖେଳକୁଦ ସମାରୋହ


ପାରାଦୀପ-ବିଦ୍ୟା ଭାରତୀ,ଶିକ୍ଷା ବିକାଶ ସମିତି,ଓଡିଶାଙ୍କ ଆନୁକୂଲ୍ୟରେ ୩୪ତମ ପ୍ରାଦେଶିକ ଖେଳକୁଦ ସମାରୋହ ଜାନୁଆରୀ ୨୮ ତାରିଖ ଦିନ ମଧ୍ୟାହ୍ନରେ ପାରାଦୀପ ଗୋହବନ୍ଧୁ ଷ୍ଟାଡିୟମ୍ ପରିସରରେ ଉଦ୍ଘାଟିତ ହୋଇଯାଇଛି । ପାରାଦୀପର ନଗରପାଳ ବସନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସମାରୋହକୁ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ବିଦ୍ୟା ଭାରତୀ ପୂର୍ବ କ୍ଷେତ୍ରର ସଂଗଠନ ମନ୍ତ୍ରୀ ଦିବାକର ଘୋଷ । ଓଡିଶା ଶିକ୍ଷା ବିକାଶ ସମିତିର ସଭାପତି ଡ.କିଶୋର ଚନ୍ଦ୍ର ମହାନ୍ତି ସମାରୋହରେ ସଭାପତିତତ୍ୱ କରିଥିଲେ । ପୂର୍ବ ସମ୍ଭାଗ ସମ୍ପାଦକ ପ୍ରଫୁଲ ଚନ୍ଦ୍ର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ପାରାଦୀପ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ଡା. ଦେବଦତ୍ତ ସାମନ୍ତରାୟ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ । ଶିକ୍ଷା ବିକାଶ ସମିତି, ଓଡିଶା ସଙ୍ଗଠନ ମନ୍ତ୍ରୀ ରମାକାନ୍ତ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ରୀଡା ସମାରୋହ ଆୟୋଜିତ ହେଉଅଛି । ଓଡିଶାର ୯ ଗୋଟି ସମ୍ଭାଗରୁ ୩୫୦ରୁ ଉଦ୍ଧ୍ୱର୍ ପ୍ରତିଭାଗୀ,୫୦ ଜଣ କ୍ରୀଡା ପରିଚାଳକଙ୍କ ସମେତ ପାରାଦୀପ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ,ଗୁରୁମା ଓ ସେବକ, ସେବିକାମାନଙ୍କ ସହଯୋଗରେ ଅନୁଷ୍ଠିତ ଏହି ଖେଳକୁଦ ସମାରୋହ ଆସନ୍ତା ସୋମବାର ଦିନ ଉଦଯାପିତ ହେବ ।

Leave a Reply