Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଏବେ ମଧ୍ୟ ସାମ୍ରାଜ୍ୟବାଦୀ ମାନସିକତାର ନିଶାରେ ବ୍ରିଟେନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏବେ ମଧ୍ୟ ସାମ୍ରାଜ୍ୟବାଦୀ ମାନସିକତାର ନିଶାରେ ବ୍ରିଟେନ


-ଡ.ସମନ୍ୱୟ ନନ୍ଦ-
ବୋଧ ହୁଏ ବ୍ରିଟିଶ ମାନଙ୍କର ସାମ୍ରାଜ୍ୟବାଦୀ ମାନସିକତାର ହ୍ୟାଙ୍ଗ ଓଭର ଏବେ ମଧ୍ୟ ରହିଛି । ସେମାନେ ପୂର୍ବରୁ କହୁଥିଲେ ବ୍ରିଟିଶ ସାମ୍ରାଜ୍ୟରେ ସୂର୍ଯ୍ୟ କେବେ ଅସ୍ତ ହୁଏ ନାହିଁ । ବୋଧ ହୁଏ ଗୋରା ମାନଙ୍କର ସେହି ମାନସିକତା ଆଜି ମଧ୍ୟ ରହିଛି । ସେମାନେ ଏବେ ମଧ୍ୟ ନିଜକୁ ସେହି ମାନସିକତାରେ ରଖିଛନ୍ତି । ଏବେର ଘଟଣାରୁ ଏହା ହିଁ ସ୍ପଷ୍ଟ ହେଉଛି । ଭାରତକୁ ଅନେକ ବର୍ଷ ଧରି ଶାସନ କରିଥିବା ଓ ଭାରତରୁ ଲକ୍ଷ ଲକ୍ଷ କୋଟି ଟଙ୍କା ଲୁଣ୍ଠନ କରି ବିକଶିତ ଦେଶରେ ପରିଣତ ହୋଇଥିବା ବ୍ରିଟେନର ଏକ ସଂସ୍ଥା ରହିଛି ଯାହାର ନାମ ହେଉଛି ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ ବା ବିବିସି । ଏହି ସଂସ୍ଥା ପକ୍ଷରୁ ଏକ ଡକ୍ୟୁମେଂଟାରୀ ଜାରୀ କରା ଯାଇଛି । ଡକ୍ୟୁମେଂଟାରୀର ନାମ ହେଉଛି – ଇଣ୍ଡିଆ ଦି ମୋଦୀ କ୍ୱୋଶ୍ଚେନ । ଦୁଇଟି ପାର୍ଟରେ ଏହି ଡକ୍ୟୁମେଂଟାରୀ ପ୍ରସ୍ତୁତ କରା ଯାଇଛି । ଏହି ଡଳ୍ୟୁମେଂଟାରୀରେ ୨୦୦୨ ମସିହାରେ ଗୁଜରାତରେ ହୋଇଥିବା ଦଙ୍ଗା ପାଇଁ ଗୁଜରାତର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରା କରି ପ୍ରଦର୍ଶିତ କରା ଯାଇଛି । ଏହି ଡକ୍ୟୁମେଂଟାରୀରେ କୌଣସି ତଥ୍ୟ – ପ୍ରମାଣ ନାହିଁ । ମୋଦୀ ଓ ଭାରତ ବିରୋଧୀ ବୋଲି ଧରା ଯାଉଥିବା ବ୍ରେକିଂ ଇଣ୍ଡିଆ ଫୋର୍ସର ସଦସ୍ୟ ମାନଙ୍କର ବକ୍ତବ୍ୟ ଓ ଅନ୍ୟ ମାନଙ୍କ ବକ୍ତବ୍ୟକୁ ନେଇ ଏ ଭଳି ଏକ ଚିତ୍ର ପ୍ରସ୍ତୁତ କରିବାକୁ ଚେଷ୍ଟା କରା ଯାଉଛି । ଏହି ମାମଲାରେ ତଳ କୋର୍ଟ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ଯାଏ, ସୁପ୍ରିମକୋର୍ଟର ତଦାରଖରେ ଏସଆଇଟି ଦ୍ୱାରା ଜାଂଚ କରା ଯିବା ପରେ ନରେନ୍ଦ୍ର ମୋଦୀ ଯେ ଏହି ମାମଲାରେ କୌଣସି ପ୍ରକାର ଭୁଲ ନ ଥିଲା ଓ ସମ୍ପୂର୍ଣ ନିର୍ଦୋଷ ତାହା ସ୍ପଷ୍ଟ ହୋଇ ସାରିଛି । କଂଗ୍ରେସର ଶାସନକାଳରେ ଜଣେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ୯-୯ ଘଂଟା ପଚାରା ଉଚୁରା କରା ଯାଇଥିଲା । ସମସ୍ତ ଜାଂଚ ପରେ ତାଙ୍କୁ କ୍ଲିନ ଚିଟ ଦିଆ ଯାଇଥିଲା । ବିବିସି ଏଭଳି ଏକ ଡକ୍ୟୁମେଂଟାରୀ ପ୍ରସ୍ତୁତ କରି ଭାରତର ପୋଲିସ-ଆଇନ ଓ ନ୍ୟାୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠା ଯାଇଛି । ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ରର ଶାସନ ବ୍ୟବସ୍ଥାକୁ ବିନା କୌଣସି ତଥ୍ୟ ପ୍ରମାଣରେ ପକ୍ଷପାତୀ ଭାବେ ପ୍ରଶ୍ନ ଉଠା ଯାଇଛି । ଏବେ ପ୍ରଶ୍ନ ଉଠୁଛି ଯେ ବିବିସି ଦୀର୍ଘ ୨୦ ବର୍ଷ ପରେ ଏପରି କାହିଁକି କଲା । ବିବିସି ସଂସ୍ଥା ହେଉଛି ବ୍ରିଟେନର ସରକାରୀ ସଂସ୍ଥା । ବ୍ରିଟେନର ଗୋରା ମାନେ ଆମ ଉପରେ ଦୀର୍ଘ ଦିନ ଧରି ରାଜୁତି କରିଥିଲେ । ଭାରତର ଲୋକ ମାନଙ୍କୁ ଶୋଷଣ କରି ଧନ- ସମ୍ପଦ- ବୈଭବକୁ ଲୁଣ୍ଠନ କରି ନେଇଥିଲେ । ଯେତେବେଳେ ସେମାନେ ଭାରତ ଛାଡି ଯିବାକୁ ବାଧ୍ୟ ହେଲେ ସେତେବେଳେ ସେମାନେ ତଥାପି ଭାବୁଥିଲେ ଯେ ଭାରତ ନିକଟରେ ପୁଣି ଥରେ ସାରା ବିଶ୍ୱକୁ ନେତୃତ୍ୱ କରିବାର ସାମର୍ଥ୍ୟ ରହିଛି । ତେଣୁ ସେମାନେ ଭାରତକୁ ବିଭାଜିତ କରି ପାକିସ୍ତାନ ତିଆରି କଲେ ଯଦ୍ୱାରା ପାକିସ୍ତାନ ଭାରତକୁ ହଇରାଣ କରିବ ଓ ଭାରତ ଆଗକୁ ବଢି ପାରିବ ନାହିାଁ ସେମାନେ ଆଉ ଏକ କାମ କରିଥିଲେ । ସେମାନେ ଭାରତ ଛାଡି ଗଲା ବେଳେ ଯେଉଁ ଲୋକ ମାନଙ୍କ ହାତରେ ଶାସନ କ୍ଷମତା ଦେଇଥିଲେ ସେମାନେ ଯଦିଓ ଭାରତୀୟ ଥିଲେ, ହେଲେ ସେମାନଙ୍କର ଭାରତୀୟ ସଂସ୍କୃତି, ପ୍ରତୀକ ଓ ପରମ୍ପରାରେ କୌଣସି ବିଶ୍ୱାସ ନ ଥିଲା । ସେମାନେ ଭାରତୀୟତାକୁ ଅତ୍ୟନ୍ତ ହୀନ ଓ ଘୃଣା ଦୃଷ୍ଟିରେ ଦେଖୁଥିଲେ । ସେମାନେ ଭାରତକୁ ଭାରତର ମୂଳ ପରିଚୟ ଆଧାରରେ ନୁହେଁ ବରଂ ଗୋରା ମାଲିକ ମାନଙ୍କର ଚିନ୍ତନ ସେମାନଙ୍କର ବ୍ୟବସ୍ଥା ଆଧାରରେ ଗଢିବାକୁ ଲାଗିଥିଲେ । ବ୍ରିଟେନର ଗୋରା ମାନଙ୍କୁ ଏଭଳି ନେତୃତ୍ୱ ହାତରେ ଭାରତର ଶାସନ କ୍ଷମତା ଦେବାରେ କୌଣସି ଅସୁବିଧା ନ ଥିଲା, କାରଣ ସେମାନେ ଜାଣିଥିଲେ ଯେ ଏହା ଦ୍ୱାରା ପ୍ରକାରାନ୍ତରେ ତାଙ୍କର ଶାସନ ହିଁ ଚାଲୁ ରହିବ । ଏଭଳି ଦୀର୍ଘ ସମୟ ଧରି ଚାଲୁ ମଧ୍ୟ ରହିଥିଲା । ହେଲେ ୨୦୧୪ ମସିହାରେ ସବୁ କିଛି ଓଲଟା ପାଲଟା ହୋଇ ଗଲା । ୨୦୧୪ ମସିହା ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ଦେଶର ୧୩୦ କୋଟି ଜନସାଧାରଣ ଏଭଳି ଏକ ସରକାରକୁ ନିର୍ବାଚିତ କଲେ ଯାହା ଏହି ଦେଶର ମାଟି, ସଂସ୍କୃତି ସଭ୍ୟତା, ପ୍ରତୀକରୁ ପ୍ରେରଣା ଲାଭ କରୁଥିଲା, ଗୋରା ମାନଙ୍କ ଠାରୁ ନୁହେଁ । ଏହା ବ୍ରିଟେନର ଗୋରା ମାନଙ୍କ ପାଇଁ ତଥା ଭାରତରେ ଥିବା ସେମାନଙ୍କର ମାନସିକ ଭାବେ ଗୋଲାମ ମାନଙ୍କ ଏକ ଶକ୍ତ ଧକ୍କା ଥିଲା । ସେମାନେ ଏହାକୁ ହଜମ କରି ପାରୁ ନ ଥିଲେ । ୨୦୧୪ ମସିହା ପରେ ୨୦୧୯ ମସିହାରେ ମଧ୍ୟ ଏହି ସରକାରକୁ ଲୋକ ମାନେ ପୁଣି ଥରେ ଜିତାଇଲେ । ଏହା ଗୋରା ମାନଙ୍କ ପାଇଁ ଓ ଭାରତରେ ଥିବା ବ୍ରେକିଂ ଇଣ୍ଡିଆ ଫୋର୍ସର ସଦସ୍ୟ ମାନଙ୍କ ପାଇଁ ଅସହ୍ୟ ଥିଲା । ଏବେର ସରକାର ଭାରତର ପୁରାତନ ସଭ୍ୟତା, ସଂସ୍କୃତି ଆଧାରରେ ଅଗ୍ରସର ହେଉଛି । କେବଳ ସେତିକି ନୁହୋଁ ଭାରତର ସାଂସ୍କୃତିକ ଉତଥାନ ସହିତ ଭାରତ ଆର୍ଥିକ ପ୍ରଗତି ମଧ୍ୟ ଦୃତ ଗତିରେ କରୁଛି । ଏବେ ଭାରତ ଗୋରା ମାନଙ୍କ ଆଗରେ ଆଖିରେ ଆଖି ମିଶାଇ କଥା କହୁଛି ଓ ତାଙ୍କୁ ଉଚିତ ଜବାବ ଦେଉଛି । ଆର୍ଥିକ ମାମଲାରେ ଭାରତ ବ୍ରିଟେନକୁ ମଧ୍ୟ ପଛରେ ପକାଇ ସାରିଲାଣି । ଯେଉଁ ଦେଶଉପରେ ଦୀର୍ଘ ଦିନ ଧରି ଗୋରା ମାନେ ଶାସନ କରିଥିଲେ ତାର ଏଭଳି ପ୍ରଗତି ହେବାକୁ ଦେଖିବା ତାଙ୍କ ପକ୍ଷେ ସହ୍ୟ ହେଉ ନାହିଁ । ଏବେ ଏହି ଶକ୍ତି ମାନେ ତାଙ୍କ ଦେଶର ଏହି ବିବିସି ନାମକ ଉପରକରଣ ଜରିଆରେ ଏହି ଡକ୍ୟୁମେଂଟାରୀ ଜାରି କରିଛନ୍ତି । ଏହି ଡକୁୁମେଂଟାରୀ ଆସିବା ପରେ ଭାରତରେ ବସିଥିବା ତାଙ୍କର ମାନସପୁତ୍ର ମାନେ ଖୁସିରେ ନାଚ –ଗୀତ କରିବା ଓ ଡେଇଁବା ଆରମ୍ଭ କରି ଦେଇଛନ୍ତି । ସେମାନଙ୍କର ଖୁସିର ସୀମା ନାହିଁ । ତେବେ ଭାରତର ଲୋକ ମାନେ ଏହାକୁ ଭଲ ଭାବେ ବୁଝି ସାରିଛନ୍ତି । ତେଣୁ ଏହି ନାଚକୁଦ କରୁଥିବା ଗୋଷ୍ଠୀକୁ ଏଥିରୁ କୌଣସି ଲାଭ ହେବ, ସେପରି ଲାଗୁ ନାହିାଁ ଚୀନର ସରକାରୀ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସ ଖୋଲା ଖୋଲି ଭାବେ ଭାରତ ବିରୋଧୀ । ତେବେ ଏହି ସମ୍ବାଦପତ୍ରର ଏକ ସ୍ତମ୍ଭଲେଖକ ଏହି ପ୍ରସଙ୍ଗକୁ ନେଇ ଯାହା ଲେଖିଛନ୍ତି ତାହା ଯଥାର୍ଥ ଭଳି ମନେ ହେଉଛି । ସେ ଲେଖିଛନ୍ତି – “ଭାରତ ଉପରେ ଅଧିରାଜତ୍ୱ ଥିବାର ମାନସିକତା ବ୍ରିଟେନ ମଧ୍ୟରେ ଏବେ ମଧ୍ୟ ରହିଛି । ବ୍ରିଟେନର ଅଧୀନରେ ଥିବା ଏକ ଦେଶ ଭାରତ ଯେତେବେଳେ ତାଙ୍କୁ ଜିଡିପି କ୍ଷେତ୍ରରେ ପଛରେ ପକାଇ ଦେଇଛି ସେତେବେଳେ ବ୍ରିଟେନକୁ ଏହା ମାନସିକ ଭାବେ କଷ୍ଟ ଦେଉଛିା ଭାରତ ଯେତେ ବିକଶିତ ହେବ ବ୍ରିଟେନର କଷ୍ଟ ବଢି ବଢି ଚାଲିବ ।” ବର୍ତମାନର ଘଟଣା ଉପରେ ଚୀନର ସ୍ତମ୍ଭ ଲେଖକଙ୍କ ଏହି ବ୍ୟାଖ୍ୟା ଠାରୁ ଯଥାର୍ଥ ବ୍ୟଖ୍ୟା ବୋଧ ହୁଏ ଆଉ ହୋଇ ନ ପାରେ । ଯେଉଁ ଦେଶ ତାଙ୍କର ଅଧୀନରେ ଥିଲା ସେହି ଦେଶ ଆଜି ତାଙ୍କ ଠାରୁ ଆର୍ଥିକ ଦୃଷ୍ଟିରେ ଆଗକୁ ଚାଲିଗଲାଣି । ତେଣୁ ଗୋରା ମାନେ ଛଟପଟ ହେବା ସ୍ୱାଭବିକ । ଭାରତ ସରକାର ଏହାକୁ ନେଇ ଅତ୍ୟନ୍ତ କଠୋର ପ୍ରତିକ୍ରିୟା ଦେଇଛନ୍ତି । ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦନ ବାଗଚୀ ଏ ସମ୍ପର୍କରେ ପଚାରା ଯାଇଥିବା ପ୍ରଶ୍ନର ଉତରରେ କହିଛନ୍ତି – “ମୋତେ ସ୍ପଷ୍ଟ କରିବାକୁ ଦିଅନ୍ତୁ ଆମ ମତରେ ଏହା ଏକ ପ୍ରପାଗଣ୍ଡା ପିସ୍ ଅଟେ । ଏହାର ଉଦେ୍ଦଶ୍ୟ ଏଭଳି ଏକ ନ୍ୟାରେଟିଭକୁ ପ୍ରସ୍ତୁତ କରିବା ଯାହାକୁ ଲୋକ ମାନେ ବହୁ ପୂର୍ବରୁ ଖାରଜ କରି ସାରିଛନ୍ତି । ଏଭଳି ଫିଲ୍ମ ବା ଡକ୍ୟୁମେଂଟାରୀ ତିଆରି କରିଥିବା ଏଜେନ୍ସୀ ଓ ବ୍ୟକ୍ତି ଏହି ନ୍ୟାରେଟିଭକୁ ପୁଣି ଥରେ ଚଳାଇବାକୁ ଚାହୁଁଛନ୍ତି । ”ଏହି ଡକ୍ୟୁମେଂଟାରୀକୁ ନେଇ ଭାରତରେ ଗୋରାଙ୍କର ମାନସିକ ଗୋଲାମ ମାନେ ହିଁ ଖୁସିରେ ନାଚୁଛନ୍ତି ତା ନୁହେଁ ବ୍ରିଟେନ ସଂସଦରେ ପାକିସ୍ତାନ ବଂଶୋଦ୍ଭବ ସାଂସଦ ଇମରାନ ହୁସେନ ମଧ୍ୟ ନାଚିବା ଆରମ୍ଭ କରି ଦେଇଛନ୍ତି ହେଲେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଏହି ପାକିସ୍ତାନୀ ବଂଶୋଦ୍ଭବ ସାଂସଦଙ୍କୁ ଚୁପ କରାଇ ଦେଇଥିଲେ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କରେ ଚରିତ୍ରିକରଣ ସହ ସେ ସହମତ ନାହାନ୍ତି । ଏହା କେବଳ ହୁସେନଙ୍କୁ ଚାପୁଡା ନଥିଲା ଡକ୍ୟୁମଂଟାରୀ ତିଆରି କରିଥିବା ଗୋରା ମାନଙ୍କୁ ମଧ୍ୟ ଚାପୁଡା ଥିଲା । ତେବେ ଗୋଟିଏ କଥା ସ୍ପଷ୍ଟ ଯେ ଭାରତ ଯେତେ ଅଗ୍ରସର ହେବ ଗୋରା ମାନେ ସେତେ ଛଟପଟ ହେବେ । ସେମାନେ ଆଗାମୀ ଦିନରେ ଏଭଳି ଆହୁରି ଆକ୍ରମଣ କରିବେ । ଭାରତବାସୀଙ୍କୁ ଏଥି ପାଇଁ ପ୍ରସ୍ତୁତ ରହିବାକୁ ପଡିବ ।

Leave a Reply