Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶତ୍ରୁକୁ ଘଉଡ଼ାଇ ଭାରତର ସାମୁଦ୍ରିକ ସ୍ୱାର୍ଥ ସୁଦୃଢ଼ କରିବା ପାଇଁ ନୌସେନା ସମର୍ଥ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶତ୍ରୁକୁ ଘଉଡ଼ାଇ ଭାରତର ସାମୁଦ୍ରିକ ସ୍ୱାର୍ଥ ସୁଦୃଢ଼ କରିବା ପାଇଁ ନୌସେନା ସମର୍ଥ

ମୁମ୍ବାଇ : ଜାନୁଆରୀ ୨୩ ତାରିଖ ଦିନ ମୁମ୍ବାଇରେ କଳବରୀ ଶ୍ରେଣୀର ୫ମ ବୁଡ଼ାଜାହାଜ ‘ଆଇଏନ୍ଏସ୍ ୱାଗିର’କୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ‘ଆଇଏନ୍ଏସ୍ ୱାଗିର’ ନୌସେନାର ‘ଆଇଏସ୍ଆର’ ଓ ସ୍ୱତନ୍ତ୍ର ଅଭିଯାନ ସାମର୍ଥ୍ୟବୃଦ୍ଧି କରିବ । ଫରାସୀ ବୈଷୟିକ ଜ୍ଞାନକୌଶଳରେ ମୁମ୍ବାଇସ୍ଥିତ ମାଜାଗାଓଁ ଡକ୍ ସିପ୍ବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ନିର୍ମିତ ‘ଆଇଏନ୍ଏସ୍ ୱାଗିର’ର ସାମିଲ ଉତ୍ସବରେ ‘ଚିଫ୍ ଅଫ୍ ନାଭାଲ୍ ଷ୍ଟାଫ୍ ଆଡ୍ମିରାଲ୍ ଆର ହରି କୁମାର ଯୋଗ ଦେଇଥିଲେ । ଏ ସଂକ୍ରାନ୍ତରେ ବିବୃତି ଦେଇ ନୌସେନା କହିଛି, ଶତ୍ରୁକୁ ଘଉଡ଼ାଇ ଭାରତର ସାମୁଦ୍ରିକ ସ୍ୱାର୍ଥ ସୁଦୃଢ଼ କରିବା ପାଇଁ ନୌସେନାର ସାମର୍ଥ୍ୟ ବୃଦ୍ଧି କରିବା ସହିତ ଏହି ବୁଡ଼ାଜାହାଜ ସଙ୍କଟ ସମୟରେ ନିର୍ଣ୍ଣାୟକ ଆକ୍ରମଣ କରିବା ଲାଗିଇଣ୍ଟେଲିଜେନ୍ସ୍, ସର୍ଭିଲେନ୍ସ୍ ଏବଂରିକୋନେସାନ୍ସ୍’ (ଆଇଏସ୍ଆର)ପରିଚାଳନା କରିବ । ‘ୱାଗିର’ ଅର୍ଥ ‘ବାଲିହାଙ୍ଗର’ ବା ‘ସ୍ୟାଣ୍ଡ୍ ସାର୍କ’ । ଏହାଗୋପନୀୟତା ଓ ନିର୍ଭିକତାର ନିଦର୍ଶନଅଟେ । ଏ ଦୁଇଟି ଗୁଣ ହେଉଛି ଗୋଟାଏ ବୁଡ଼ାଜାହାଜ ଚାଳକର ନୈତିକ ଗୁଣ ବୋଲି ଉକ୍ତ ବିବୃତିରେ ଉଲ୍ଲେଖ ଅଛି । ‘ଆଇଏନ୍ଏସ୍ ୱାଗିର’ରେ ବିଶ୍ୱର ସର୍ବୋତ୍ତମ ସେନ୍ସର ମାନଙ୍କ ମଧ୍ୟରୁ କେତୋଟି ଲାଗିଛି । ଶତ୍ରୁର ବୃହଦ୍କାୟ ଯୁଦ୍ଧପୋତଗୁଡ଼ିକୁ ଧ୍ୱଂସ କରିବା ଲାଗି ଏଥିରେ ଯଥେଷ୍ଟ ସଂଖ୍ୟକ ‘ୱାୟାର-ଗାଇଡେଡ୍ ଟର୍ପେଡୋ’ ଏବଂ ପାଣି ଭିତରୁ ଭୂପୃଷ୍ଠକୁ ନିକ୍ଷେପ କରିହେବା ଭଳି କ୍ଷେପଣାସ୍ତ୍ର ରହିଛି ।

Leave a Reply