Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଯୋରନ୍ଦା ମାଘମେଳା ପାଇଁ ବାଟ ଫିଟିଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଯୋରନ୍ଦା ମାଘମେଳା ପାଇଁ ବାଟ ଫିଟିଲା

ଢେଙ୍କାନାଳ : ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ମହିମାଗାଦୀ ତୃତୀୟ ବେଢା ଉଚ୍ଛେଦ ପରେ ଉଭୟ ଗୋଷ୍ଠୀ ସାଧୁ ସମାଜଙ୍କ ମଧ୍ୟରେ ଲାଗିରହିଥିବା ଦୀର୍ଘ ବର୍ଷର ବିବାଦ ବୃଦ୍ଧି ପାଇଥିଲା । ତେବେ ଉଭୟ ଗୋଷ୍ଠୀ ନିଜ ନିଜ ଜିଦରେ ଅଡି ରହୁଥିବାରୁ ଏହି ବିବାଦ ତୁଟି ପାରୁନଥିଲା । ତେବେଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ କିଛି ଦିନ ପରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳାକୁ ଆଖି ଆଗରେ ରଖି ନେଇ କୌପୁନୀଧାରୀ ମହିମା ସମାଜର ସାଧୁମାନେ ପ୍ରଶାସନର ପ୍ରସ୍ତାବରେ ବାଧ୍ୟ ହୋଇ ମୁଣ୍ଡ ନୁଆଇଛନ୍ତି । ଏହି ବିବାଦ ସମାଧାନରେ ବିଫଳ ହୋଇ ପଡିଥିବା ପ୍ରଶାସନ ଶାନ୍ତି ଶୃଙ୍ଖଳତା ସହ ଯୋରନ୍ଦା ମହିମା ଗାଦୀର ମାଘମେଳାକୁ ଦୃଷ୍ଟିରେ ରଖି ଉଭୟ ସାଧୁ ସମାଜଙ୍କ ମଧ୍ୟରେ ଲାଗି ରହିଥିବା ତିକ୍ତତାରେ ପ୍ରକାର ତାଳି ପକାଇବାରେ ସକ୍ଷମ ହୋଇଛି । ସୂଚନା ଥାଉକି ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ଆଦି ପୀଠ ଯୋରନ୍ଦା ମହିମାଗାଦୀରେ ବକ୍କଳ ଧାରୀ ଓ କୌପୁନୀ ଧାରୀ ଉଭୟ ସାଧୁ ସମାଜଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ଶେଷରେ ଏକ ପ୍ରକାର ତାଳି ପଡିଛି । ଚଳିତ ବର୍ଷ ଯୋରନ୍ଦା ମେଳାରେ ସୁଚାରୁ ରୂପେ ପରିଚାଳନା ନେଇ ଲାଗି ରହିଥିବା ଅନିଶ୍ଚିତତାରେ ଏକ ପ୍ରକାର ଆଶା ସଂଚାର ହୋଇଛି । କୌପୁନୀ ଧାରୀ ସାଧୁ ସମାଜଙ୍କ ମୁଖ୍ୟ ଗାଦୀ ମନ୍ଦିର ମହିମାଗାଦୀର ତୃତୀୟ ବେଢାରେ ଥିବା ଦୀର୍ଘ ବର୍ଷର ଉପାସନା ପୀଠ ଉଚ୍ଛେଦ ପରେ ଚଳିତ ବର୍ଷ ଯୋରନ୍ଦା ମେଳାରେ ଉପାସନା ପାଇଁ କୌପୁନୀଧାରୀ ସାଧୁ ସମାଜ ଜିଦ ଧରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ବକ୍କଳ ଓ କୌପୁନୀ ସାଧୁ ଗୋଷ୍ଠୀ ସହ ବାରମ୍ବାର ଆଲୋଚନା କରାଯାଇଥିଲେ ମଧ୍ୟ ପ୍ରଶାସନ ସମାଧାନ କରିବାରେ ବିଫଳ ହୋଇଥିଲା । ତେବେ ଆଜି ପ୍ରଶାସନିକ ସାଧୁ ସମାଜର ବୈଠକ ପରେ ଅସ୍ଥାୟୀ ଭାବେ ସମାଧାନର ପାଇଁ ବାଟ ଫିଟିଛି । ମହିମା ଗାଦୀ ପୀଠରେ ଥିବା ଅଖଣ୍ଡ ଜ୍ୟୋତି ମନ୍ଦିର ପାର୍ଶର କିଛି ଜାଗାରେ କୌପୁନୀ ଧାରୀ ସାଧୁ ସମାଜ ଧୁନୀ ଜାଳିବା ସହ ଉପାସନା କରିବା ପାଇଁ ପ୍ରଶାସନର ପ୍ରସ୍ତାବକୁ ବକ୍କଳଧାରୀ ସାଧୁ ସମାଜ ମାନି ନେଇଥିବାର ପ୍ରଶାସନ ସ୍ତରରେ ଜଣାପଡିଛି । ଫଳରେ ଚଳିତ ବର୍ଷ ଯୋରନ୍ଦା ମାଘ ମେଳା ପାଇଁ ଦେଖା ଯାଇଥିବା ଅନିଶ୍ଚିତତାରେ ଅବସାନ ଘଟିବା ସହ ମାଘମେଳା ସୁପରିଚାଳନା ନେଇ ଆଶା ବାନ୍ଧିଛି ପ୍ରଶାସନ । ତେବେ ଚଳିତ ବର୍ଷ ଯୋରନ୍ଦା ମେଳାର ସୁପରିଚାଳନା ଓ ଲକ୍ଷ ଲକ୍ଷ ମହିମା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ସମ୍ମାନ ଜଣାଇ ପ୍ରଶାସନର ପ୍ରସ୍ତାବରେ ବାଧ୍ୟ ହୋଇ ରାଜି ହୋଇଥିବା ପ୍ରକାଶ କରିଛନ୍ତି କୌପୁନୀଧାରୀ ସାଧୁ ଗୋଷ୍ଠୀର ବାବା ରଘୁନାଥ ଦାସ । ଗୋଟିଏ ପଟରେ ମହିମା ଗାଦୀର ମୁଖ୍ୟ ଗାଦୀ ମନ୍ଦିର ନୀତିକାନ୍ତି ଓ ଉପାସନାକୁ ନେଇ ଉଭୟ ବକ୍କଳ ଓ କୌପୁନୀ ଧାରୁ ସାଧୁ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ରହିଥିଲା । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ବାରମ୍ବାର ବୈଠକ ଓ ମହିମାଗାଦୀ ଉଭୟ ଗୋଷ୍ଠୀ ସାଧୁଙ୍କ ପାଖକୁ ଯାଇ ମନାଇବାକୁ ଉଦ୍ୟମ ଜାରି ରଖିଥିଲେ । ଶେଷରେ ଆଜି ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଓ ଜିଲ୍ଲାପାଳ ସରୋଜ କୁମାର ସେଠୀ ତଥା ଢେଙ୍କାନାଳ ଏସ୍.ପି ଜ୍ଞାନରଂଜନ ମହାପାତ୍ର ପ୍ରମୁଖ ପ୍ରଶାସନିକ ଅଧିକାରୀ ମହିମା ଗାଦୀକୁ ଯାଇ ଉଭୟ ଗୋଷ୍ଠୀଙ୍କ ବିବାଦରେ ତାଳି ପକାଇବାରରେ ସକ୍ଷମ ହୋଇଛନ୍ତି । ଫଳରେ ଚଳିତ ବର୍ଷ ଯୋରନ୍ଦା ମେଳା ସୁରୁଖୁରୁରେ ହେବାର ଆଶା କରିଛନ୍ତି ସ୍ଥାନୀୟ ଅଂଚଳବାସୀ ଓ ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନର ବାରମ୍ବାର ଉଦ୍ୟମରେ ଉଭୟ ସାଧୁ ଗୋଷ୍ଠୀଙ୍କ ଏହି ବିବାଦ ଏବେ ଯୋରନ୍ଦା ମେଳା ପାଇଁ ଏକ ଅସ୍ଥାୟୀ ସମାଧାନର ବାଟ ଫିଟିଯାଇଛି । ଫଳରେ ଚଳିତ ବର୍ଷ ଯୋରନ୍ଦା ମେଳାକୁ ନେଇ ଭକ୍ତ ଓ ମହିମା ପ୍ରେମୀଙ୍କ ମନରେ ନୂତନ ଆଶାର ସଂଚାର କରିଛି

Leave a Reply