ବିଶ୍ୱର ସବୁଠାରୁ ବଡ଼ ହକି ଷ୍ଟିକ ତିଆରି କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର :ବିଶ୍ୱ ଦେଖିବ ବିଶ୍ୱର ସବୁଠୁ ବଡ଼ ହକି ଷ୍ଟିକ । କଟକ ବାଲିଯାତ୍ରା ପଡିଆରେ ଏହି ଷ୍ଟିକର ର୍ନିମାଣ କରୁଛନ୍ତି ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ହକି ବିଶ୍ୱକପର ଉଦ୍ଘାଟନୀ ଉତ୍ସବ ଉପଲକ୍ଷେ ହକିର ପ୍ରଚାର ଓ ପ୍ରସାର କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।୧୦୦ ଟନ ବାଲି ରେ ର୍ନିମାଣ ହୋଇଛି ଏହି ବାଲୁକା କଳା ।ଏହି ବାଲୁକା ଶିଳ୍ପରେ ହକି ଷ୍ଟିକ, ବିଶ୍ୱକପ ଟ୍ରଫି, ହକି ବଲ, ବିର୍ସା ମୁଣ୍ତା ଷ୍ଟାଡ଼ିୟମକୁ ଦର୍ଶାଯାଇଛି । ବାଲୁକା ଶିଳ୍ପରେ ହକି ଷ୍ଟିକର ଲମ୍ବ ୧୦୫ ଫୁଟ୍ ରହିଥିବାବେଳେ ଉଚ୍ଚତା ୨୨ ଫୁଟ୍ ରହିଛି । ଏହାସହ ହକି ବିଶ୍ୱକପରେ ଭାଗ ନେଉଥିବା ସମସ୍ତ ଦେଶର ପତାକାକୁ ସ୍ଥାନିତ କରାଯାଇଛି । ୬୮ ଟନ୍?ରୁ ଅଧିକ ବାଲିରେ ନିର୍ମାଣ ଏହି ବାଲୁକା କଳାରେ ରହିଛି ହକି ଷ୍ଟିକ ଯାହାର ଲମ୍ବ ୧୦୫ ଫୁଟ୍ ରହିଥିବାବେଳେ ଏହା ବିଶ୍ୱର ସବୁଠୁ ବଡ଼ ଓ ଲମ୍ବ ହକି ଷ୍ଟିକ ରହିଛି ।ଦୁଇଦିନ ଧରି ଏହି ବାଲୁକା କଳା କଟକ ଇନ୍ କଟକରେ ଏହାର ନିର୍ମାଣ ଆରମ୍ଭ ହୋଇଥିବାବେଳେ ୧୫ ଜଣ ଛାତ୍ର ଏହି ବାଲୁକା କଳାକୁ ନିର୍ମାଣ କରିଛନ୍ତି । ବାଲିଯାତ୍ରା ପଡ଼ିଆରେ ବିଶ୍ୱର ସବୁଠୁ ବଡ଼ ହକି ଷ୍ଟିକ ତିଆରି କରିଛି । ଏହାକୁ ବିଭିନ୍ନ ରେକର୍ଡÿରେ ମାନଙ୍କରେ ସ୍ଥାନିତ କରାଯିବ । ମୋ ଛାତ୍ର ମାନେ ଏଥିରେ ବହୁ ସହଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *