Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୁଣି ରକ୍ତରଂଜିତ ହୋଇଛି ଆଫଗାନିସ୍ତାନର ରାଜଧାନୀ କାବୁଲ ନଗରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୁଣି ରକ୍ତରଂଜିତ ହୋଇଛି ଆଫଗାନିସ୍ତାନର ରାଜଧାନୀ କାବୁଲ ନଗରୀ


କାବୁଲ : ପୁଣି ରକ୍ତରଂଜିତ ହୋଇଛି ଆଫଗାନିସ୍ତାନର ରାଜଧାନୀ କାବୁଲ ନଗରୀ । କାବୁଲରେ ଥିବା ଆଫଗାନିସ୍ତାନ ବିଦେଶ ମନ୍ତ୍ରାଳୟ ଆଗରେ ବୁଧବାରଦିନ ଏକ ଆଘାତୀ ବୋମା ବିସ୍ଫୋରଣ ହେବାରୁ ଅତି କମରେ ୨୦ ଜଣ ପ୍ରାଣ ହରାଇଛନ୍ତି ଓ ୮ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଦେଶ ମନ୍ତ୍ରାଳୟରେ ଏକ ବୈଠକ ଚାଲିଥିବାବେଳେ ଏହି ଆଘାତୀ ବିସ୍ଫୋରଣ ହୋଇଥିଲା । ତାଲିବାନର କାବୁଲ ସୁରକ୍ଷା ବିଭାଗର ଜଣେ ଅଧିକାରୀ ଖାଲିଦ ଜଦରାନ ଏହି ଘଟଣା ସଂପର୍କରେ ସ୍ୱୀକାର କରିଛନ୍ତି । ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହ ତଦନ୍ତ ଆରମ୍ଭ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚୀନର ଏକ ପ୍ରତିନିଧିମଣ୍ଡଳ ତାଲିବାନ ଅଧିକାରୀମାନଙ୍କ ସହ ଆଲୋଚନା କରୁଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା । ତେବେ ଚୀନର କୌଣସି ନାଗରିକ ଏଥିରେ ଆହତ ହୋଇଛନ୍ତି କି ନା ତାହା ଜଣାପଡ଼ିନାହିଁ । ଏହା ପୂର୍ବରୁ ମଧ୍ୟ କାବୁଲର ଚାଇନିଜ୍ ହୋଟେଲ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆଘାତୀ ବୋମା ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି । ତେବେ ଏହା ପଛରେ ତାଲିବାନର ବିରୋଧୀ ଆଇସିସ ଥିବା କୁହାଯାଇଛି । ତିନିଦିନ ତଳେ କାବୁଲର ମିଲିଟାରୀ ଏୟାରପୋର୍ଟରେ ଏକ ବୋମା ବିସ୍ଫୋରଣରେ ୧୦ ଜଣ ମୃତ୍ୟୁବରଣ କରିଥିଲେ ।

Leave a Reply