Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାନୁୟାରୀ ୧୫ରୁ ୧୭ ପର୍ଯ୍ୟନ୍ତ ପୂଜନୀୟ ସରସଂଘଚାଳକ ଡ. ମୋହନରାଓ ଭାଗବତଙ୍କ ରାଉରକେଲା ପ୍ରବାସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାନୁୟାରୀ ୧୫ରୁ ୧୭ ପର୍ଯ୍ୟନ୍ତ ପୂଜନୀୟ ସରସଂଘଚାଳକ ଡ. ମୋହନରାଓ ଭାଗବତଙ୍କ ରାଉରକେଲା ପ୍ରବାସ


ରାଉରକେଲା : ଆସନ୍ତା ୨୦୨୫ ରେ ସଂଘ ସ୍ଥାପନାର ୧୦୦ ବର୍ଷ ପୂରଣ ହେବ । ଏହି ଅବସରରେ ସାରା ଭାରତ ବର୍ଷରେ ସଂଘ କାର୍ଯ୍ୟକୁ ମଣ୍ଡଳ ସ୍ତର ପର୍ଯ୍ୟନ୍ତ ପହଂଚାଇବା ଲକ୍ଷ୍ୟ ନିଆଯାଇଛି । ଓଡ଼ିଶା ପଶ୍ଚିମ ପ୍ରାନ୍ତରେ ମଧ୍ୟ ସଂଘ କାର୍ଯ୍ୟ ବିସ୍ତାର ପାଇଁ ଯୋଜନା ରହିଅଛି । ଏ ସମ୍ବନ୍ଧରେ ଜାନୁଆରୀ ୧୦ ତାରିଖ ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ପଶ୍ଚିମପ୍ରାନ୍ତ ସଂପର୍କ ପ୍ରମୁଖ ଡଃ ସନାତନ ପ୍ରଧାନ କହିଥିଲେ କି ବର୍ତ୍ତମାନ ଆମ ପ୍ରାନ୍ତରେ ୮୫୦ ଶାଖା ଏବଂ ୨୫୦ ସାପ୍ତାହିକ ମିଳନ ଚାଲୁଅଛି । ସଂଘକାର୍ଯ୍ୟର ବିସ୍ତାର ସହିତ ସମାଜ ପରିବର୍ତ୍ତନ ପାଇଁ ଜନସହଭାଗିତା ଆଧାରରେ ସାମାଜିକ ସମରସତା, ପର୍ଯ୍ୟାବରଣ ସଂରକ୍ଷଣ ଓ କୁଟୁମ୍ବ ପ୍ରବୋଧନ ଆଦି ଗତିବିଧିର କାର୍ଯ୍ୟ ବଢେଇକା ପାଇଁ ବିସ୍ତୃତ ଯୋଜନା ହୋଇଅଛି । ସମାଜରେ ସ୍ୱଦେଶୀ ଭାବନାର ଜାଗ୍ରତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଯୋଜନା ରହିଅଛି । ଯୁବସମାଜକୁ ରୋଜଗାର ନିମିତ୍ତ ଚାକିରି ପରିବର୍ତ୍ତେ ଆତ୍ମନିର୍ଭର କରିବାକୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ପ୍ରତ୍ୟେକ ଜିଲ୍ଲାରେ ଚାଲୁଅଛି । ଆଗାମୀ ଜାନୁ୍ୟାରୀ ୧୫ରୁ ୧୭ ପର୍ଯ୍ୟନ୍ତ ପୂଜନୀୟ ସରସଂଘଚାଳକ ଡ. ମୋହନରାଓ ଭାଗବତ ନିଜ ପ୍ରବାସ କ୍ରମରେ ରାଉରକେଲାରେ ରହିବେ । ଏହି ଅବସରରେ ରାଉରକେଲା ବିଭାଗର ଗ୍ରାମୀଣ ଜିଲ୍ଲା ମାନଙ୍କରେ ସମସ୍ତ ମଣ୍ଡଳ ଓ ନଗର ମାନଙ୍କରେ ସମସ୍ତ ବସତି ପର୍ଯ୍ୟନ୍ତ ସଂଘ କାର୍ଯ୍ୟକୁ ପହଞ୍ଚେଇବାର ଲକ୍ଷ୍ୟ ରଖାଯାଇଅଛି । ରାଉରକେଲା ବିଭାଗରେ ମୋଟ ୧୩୦ ମଣ୍ଡଳ ଏବଂ ୧୧୫ ବସତିର ଯୋଜନା କରାଯାଇଛି । ଏହି ମଣ୍ଡଳ ଏବଂ ବସତିମାନଙ୍କରୁ ମଣ୍ଡଳ ପ୍ରମୁଖ ସହ ପ୍ରମୁଖ ଏବଂ ବସତି ପ୍ରମୁଖ ସହ ପ୍ରମୁଖ ଜାନୁୟାରୀ ୧୪ ଏବଂ ୧୫ରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗଦେବେ । ଏହାଛଡା ବିଭାଗର ସମସ୍ତ ପ୍ରବାସୀ କାର୍ଯ୍ୟକର୍ତ୍ତା ଏହି ବୈଠକରେ ରହିବେ । ସଂଘ କାର୍ଯ୍ୟର ବିସ୍ତାର ପାଇଁ ଏହି ବୈଠକ ରହିଅଛି । କୌଣସି ସାର୍ବଜନିକ କାର୍ଯ୍ୟକ୍ରମର ଯୋଜନା କରାଯାଇନାହିଁ । ଏହା ସମ୍ପୂର୍ଣ୍ଣ ରୂପେ ସଂଘର ସାଙ୍ଗଠନିକ ବୈଠକ । ଏହି ସାମ୍ବାଦିକ ସମ୍ମିଳନୀରେ କ୍ଷେତ୍ର ସେବା ପ୍ରମୁଖ ଜଗଦୀଶ ପ୍ରସାଦ ଖାଡେଙ୍ଗା, ପ୍ରାନ୍ତ ପ୍ରଚାରକ ବିଷ୍ଣୁ ପାତ୍ର, ସହପ୍ରାନ୍ତ ପ୍ରଚାରକ ଶଙ୍କର ପଣ୍ଡା ଏବଂ ମହାନଗର ପ୍ରଚାର ପ୍ରମୁଖ ରାଜକୁମାର ନାଥ, ହିମାଂଶୁ ବଳ, ଏବଂ ଚିନ୍ତାମଣୀ ନାୟକ ପ୍ରମୁଖ ଉପସ୍ଥିତଥିଲେ ।

Leave a Reply