Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୋତେ ଅରୁଣ ହିଁ ରାମଙ୍କ ସ୍ୱରୂପ ଭାବେ ନଜର ଆସୁଥିଲେ-ସ୍ୱାମୀ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୋତେ ଅରୁଣ ହିଁ ରାମଙ୍କ ସ୍ୱରୂପ ଭାବେ ନଜର ଆସୁଥିଲେ-ସ୍ୱାମୀ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ

ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତା ଅରୁଣ ଗୋଭିଲ ଧାରାବାହିକ ରାମାୟଣରେ ରାମଙ୍କ ଚରିତ୍ରକୁ ଅତି ଜୀବନ୍ତ ଭାବେ ଅଭିନୟ କରିଥିଲେ ।? ସେହି ସମୟରେ ଲୋକେ ଅରୁଣଙ୍କୁ ରାମ ଭାବି ଟିଭି ପରଦାରେ ପୂଜା କରୁଥିଲେ । ଏଥିସହିତ ଲୋକେ ଯଦି ତାଙ୍କୁ କେଉଁଠାରେ ସିଧାସଳଖ ଦେଖି ଦିଅନ୍ତି ପାଦସ୍ପର୍ଶ କରି ପୂଜା କରିବା ଆରମ୍ଭ କରି ଦେଉଥିଲେ । ଏହି କ୍ରମରେ ଅରୁଣଙ୍କୁ ସ୍ୱାମୀ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ମଧ୍ୟ ଜାବୁଡ଼ି ଧରି କାନ୍ଦୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କୁହାଯାଉଛି କି ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଏକ ସତ୍ସଙ୍ଗ କରିଥିଲେ । ଏହି ସତସଙ୍ଗରେ ଯୋଗ ଦେବାକୁ ଅଭିନେତା ଅରୁଣ ଗୋଭିଲ ପହଞ୍ଚିଥିଲେ । ଆଉ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ପାଦ ଛୁଇଁଥିଲେ । ଏହା ଦେଖି ଜଗତଗୁରୁ ତାଙ୍କୁ କୁଣ୍ଡାଇ ପକାଇଥିଲେ । ଆଉ ଅରୁଣଙ୍କୁ ପାଖରେ ପାଇ ଯେମିତି ସେ ଭଗବାନ ରାମଙ୍କୁ ପାଇଛନ୍ତି ଅନୁଭବ କରି ଭୋଭୋ ହୋଇ କାନ୍ଦିବାକୁ ଲାଗିଥିଲେ । ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟମାନଙ୍କ ଆଖରେ ବି ଲୁହ ଭରି ଯାଇଥିଲା । ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଖୁସି ବ୍ୟକ୍ତ କରି କହିଥିଲେ, ‘ଅରୁଣ ରାମାୟଣରେ ରାମ ଭୂମିକାରେ ଅଭିନୟ କରୁଥିଲେ ସତ କିନ୍ତୁ ଆଖି ବନ୍ଦ କଲେ ମୋତେ ଅରୁଣ ହିଁ ରାମଙ୍କ ସ୍ୱରୂପ ଭାବେ ନଜର ଆସୁଥିଲେ ।’ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ଠାରୁ ଏଭଳି କଥା ଶୁଣି ଅରୁଣ କହିଥିଲେ, ‘ ଆପଣଙ୍କ କୃପାରୁ ଏସବୁ ହୋଇପାରିଛି ।’

Leave a Reply