Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
2025 - Page 99 of 137 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା

ଜମ୍ମୁ: ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। ​‌ଶୋପିଆନ୍‌ରେ ଏକ ତଲାସୀ ଅଭିଯାନ ସମୟରେ ଲସ୍କର-ଏ-ତୈବାର ଦୁଇ ଜଣ ଆତଙ୍କବାଦୀ…

ନକ୍ସଲ ମୁକ୍ତ ହେଲା ବସ୍ତର

୮୦ଦଶକରୁ ମାଓଗଡ ଭାବେ ପରିଚିତ ଥିଲା ବସ୍ତର । ନକ୍ସଲଙ୍କୁ ନିପାତ କରିବାକୁ କେନ୍ଦ୍ର ସରାକର ସ୍ୱତନ୍ତ୍ର ନକ୍ସଲ ବିରୋଧୀ ଅଭିଯାନ…

ବିକଶିତ କୃଷି ସଂକଳ୍ପ ଅଭିଯାନ ଆଜି ଠାରୁ ୧୨ ଜୁନ୍ ପର୍ଯ୍ୟନ୍ତ ଦେଶବ୍ୟାପୀ ଜାରି ରହିବ

ଭାରତୀୟ କୃଷିରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ…

ପୁରୀରୁ ରାଷ୍ଟ୍ରବ୍ୟାପୀ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ

ପୁରୀ ସାକ୍ଷୀ ଗୋପାଳସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଆଜି ଠାରୁ ଆରମ୍ଭ ହୋଇଛି ‘ରାଷ୍ଟ୍ରବ୍ୟାପୀ ବିକଶିତ କୃଷି ସଂକଳ୍ପ ଅଭିଯାନ’ । କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଅଭିଯାନର ଶୁଭାରମ୍ଭ କରିଥିବା ବେଳେ ସମାରୋହରେ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ପୁରୀ ଜିଲ୍ଲାର ବିଧାୟକଗଣ, କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ, ବୈଜ୍ଞାନିକ ଓ କୃଷକମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ, କୃଷି ଭାରତୀୟ ଅର୍ଥବ୍ୟବସ୍ଥାର ଆଧାର ଏବଂ ଚାଷୀମାନେ ହେଉଛନ୍ତି ଦେଶର ଆତ୍ମା। ଚାଷୀ ଜମିରେ ବିହନ ବୁଣିଲେ କେବଳ ବୀଜ ନୁହେଁ ବରଂ ଜୀବନ ରୋପଣ କରିଥାନ୍ତି। ଚାଷ ଜମିରେ ରୋପଣ କରାଯାଇଥିବା ବୀଜ ଆମକୁ ଜୀବନ ଦେଇଥାଏ। ଭାରତର ଚାଷୀମାନେ ଦେଶର ୧୪୫ କୋଟିରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅନବରତ ପରିଶ୍ରମ କରୁଛନ୍ତି । ତେଣୁ ଚାଷୀଙ୍କ ସେବା ପାଇଁ ଭାରତ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିରନ୍ତର କାର୍ଯ୍ୟ କରୁଛନ୍ତି । ଫଳରେ ଦେଶରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହେଉଛି ବୋଲି କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ । ସେ ସୂଚନା ଦେଇ କହିଥିଲେ, ଚଳିତ ବର୍ଷ ଦେଶରେ ରେକର୍ଡ ୩୫୩୯.୫୯ ଲକ୍ଷ ମେଟ୍ରିକ ଟନ୍‌ରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି। ଗତବର୍ଷ ଉତ୍ପାଦିତ ହୋଇଥିବା ୨୧୬.୬୧ ଲକ୍ଷ ମେଟ୍ରିକ ଟନ୍‌ ଖାଦ୍ୟଶସ୍ୟ ଠାରୁ ଏହାର ବହୁତ ଅଧିକ। କିନ୍ତୁ କେବଳ ଏତିକିରେ ଅଟକି ଗଲେ ଚଳିବ ନାହିଁ ଆମକୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ କରିବାକୁ ପଡ଼ିବ। ଭାରତ କେବଳ ନିଜ ଜନତାଙ୍କ ଲାଗି ନୁହେଁ ବରଂ ବିଶ୍ୱବାସୀଙ୍କ ପାଇଁ ମଧ୍ୟ ଏକ ଖାଦ୍ୟ ଭଣ୍ଡାର। ଶ୍ରୀ ଚୌହାନ ଆହୁରି କହିଥିଲେ, ଉତ୍ପାଦନ ବଢ଼ାଇବାକୁ ହେଲେ ଭଲ ବିହନ ଆବଶ୍ୟକ। ଭାରତୀୟ କୃଷି ଗବେଷଣା ପରିଷଦର ବୈଜ୍ଞାନିକମାନେ ନିରନ୍ତର ପ୍ରୟୋଗ କରି ଭଲ ବିହନ ପ୍ରସ୍ତୁତ କରୁଥିବାରୁ କେନ୍ଦ୍ର କୃଷି ମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଜି ଠାରୁ ଆରମ୍ଭ ହୋଇଥିବା ବିକଶିତ କୃଷି ସଂକଳ୍ପ ଅଭିଯାନ ଆସନ୍ତା ଜୁନ୍‌ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ବୈଜ୍ଞାନିକମାନଙ୍କର ଦଳ ଗାଁକୁ ଗାଁ ବୁଲି ଚାଷୀଙ୍କ ସହ ମତ ବିନିମୟ କରିବ । ସବୁ ଚାଷୀ ଭାଇ-ଭଉଣୀ ଏହି ଐତିହାସିକ ଅଭିଯାନରେ ସାମିଲ ହେବା ଏବଂ ବୈଜ୍ଞାନିକଙ୍କ ଠାରୁ ନୂଆ କୃଷି ପଦ୍ଧତି ଓ ଜ୍ଞାନକୌଶଳ ଶିଖି ଫସଲ ଉତ୍ପାଦନ ବଢ଼ାଇବା ପାଇଁ ଲାଗି ସେ ଆହ୍ୱାନ ଦେଇଥିଲେ । ସେ କହିଥିଲେ, ବିକଶିତ କୃଷି ସଂକଳ୍ପ ଅଭିଯାନର ଉଦ୍ଦେଶ୍ୟ ହେଉଛି,…

ଭାରତ କେବଳ ନିଜର ଆବଶ୍ୟକତା ପୂରଣ କରିବା ଉଚିତ ନୁହେଁ, ବରଂ ଏକ ବିଶ୍ୱ ଖାଦ୍ୟ ଯୋଗାଣକାରୀ ଭାବେ ମଧ୍ୟ ଉଭା ହେବା ଉଚିତ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବିକଶିତ କୃଷି ସଂକଳ୍ପ ଅଭିଯାନକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ…

ପିଏମ କିଷାନ ଏବଂ ସିଏମ କିଷାନ୍‌ ଦ୍ୱାରା ୪୮ ଲକ୍ଷ ଚାଷୀ ପରିବାର ଉପକୃତ ହୋଇପାରିଛନ୍ତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପରିସରରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ବିଭାଗର ବରିଷ୍ଠ ଅଧିକାରୀ ଓ କୃଷି ବୈଜ୍ଞାନିକମାନେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଆଜି ଠାରୁ ସାରା ଦେଶରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ ହେଉଛି। ଦେଶର ୨ହଜାର ୧୭୦ଟି ସ୍ଥାନରେ କୃଷି ବୈଜ୍ଞାନିକ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଚାଷୀଙ୍କ ସହ ମତବିନିମୟ କରୁଛନ୍ତି । ସେମାନେ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦର ଦେଶର କୃଷି କ୍ଷେତ୍ର ଅଧିକ ସମୃଦ୍ଧ ହେଉ ବୋଲି କାମନା କରି କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ, ଦେଶର ଚାଷୀମାନେ କେବଳ ଅନ୍ନଦାତା ନୁହନ୍ତି ସେମାନେ ଜୀବନଦାତା ମଧ୍ୟ। ଚାଷୀମାନେ ଦେଶର ଖାଦ୍ୟାନ୍ନ ଭଣ୍ଡାର ଭରୁଛନ୍ତି । ଚାଷୀମାନଙ୍କ ଘର ମଧ୍ୟ ଯେପରି ଖାଲି ନରହିବ, କୃଷି ଲାଭଜନକ ବେଉସା ହେବ ଏବଂ ସେମାନେ ନିଜ ଫସଲର ଲାଭଜନକ ମୂଲ୍ୟ ପାଇପାରିବେ ସେଥିପାଇଁ ପଦକ୍ଷେପ ନିଆଯାଉଛି । ଆଜି ଦେଶରେ ରେକର୍ଡ ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ ହେଉଛି । ଧାନ, ଗହମ ହେଉ କିମ୍ବା ମକା, ସବୁ ଖାଦ୍ୟ ଶସ୍ୟ ଦେଶରେ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି । ତେବେ ଏତିକିରେ ସୀମିତ ନରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ବିଶ୍ୱର ଖାଦ୍ୟ ଭଣ୍ଡାର ହେବା ଦିଗରେ ପ୍ରୟାସରତ ରହିଛି । ଦେଶର ୧୪୫ କୋଟିରୁ ଅଧିକ ଲୋକଙ୍କ ପେଟ ଭରିବା ସହିତ ବିଶ୍ୱର ଅନ୍ୟ ରାଷ୍ଟ୍ରକୁ ଖାଦ୍ୟଶସ୍ୟ ଓ ପନିପରିବା ପଠାଇବା ଲାଗି ଦେଶର ଚାଷୀଙ୍କୁ ସକ୍ଷମ କରିବାକୁ ହେବ ବୋଲି ଶ୍ରୀ ଚୌହାନ କହିଥିଲେ । କେନ୍ଦ୍ର କୃଷି ମନ୍ତ୍ରୀ ଆହୁରି କହିଥିଲେ, ଚାଷୀଙ୍କ ଉତ୍ପାଦନ ବଢ଼ାଇବା ସହିତ ଖର୍ଚ୍ଚ କମାଇବା ଲାଗି ମଧ୍ୟ ପଦକ୍ଷେପ ନିଆଯିବା ଜରୁରୀ। ସେଥିପାଇଁ କେନ୍ଦ୍ର ସରକାର କିଷାନ କ୍ରେଡିଟ୍‌ କାର୍ଡ ଜରିଆରେ କୃଷି ଋଣ ଉପରେ ୪ ପ୍ରତିଶତ ପର୍ଯ୍ୟନ୍ତ ସୁଧ ରିହାତି ଦେଉଛନ୍ତି । ରାଜ୍ୟ ସରକାରଙ୍କ ଭାଗ ମିଶିଲେ ଏହି ରିହାତି ଶୂନ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି । କୃଷି କ୍ଷେତ୍ର ପାଇଁ ଳସେଚନ ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ, ଓଡ଼ିଶା ସରକାର ୧୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ପାଇଁ ଯୋଜନା ପ୍ରସ୍ତୁତ କରିବା ସ୍ୱାଗତଯୋଗ୍ୟ। ଶ୍ରୀ ଚୌହାନ କହିଥିଲେ, ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହେଉଥିବା ଫସଲ ପାଇଁ କ୍ଷତିପୂରଣ ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରଣୟନ କରାଯାଇଛି । ଓଡ଼ିଶାରେ ଧାନ, ଆମ୍ବ, ଜୈବିକ ଚାଉଳ, ହଳଦୀ ଆଦିର ଗୁଣବତ୍ତାକୁ ସେ ପ୍ରଂଶସା କରିଥିଲେ। ବିକଶିତ କୃଷି ସଂକଳ୍ପ ଅଭିଯାନରେ ସାମିଲ ହେବାକୁ ଚାଷୀମାନଙ୍କୁ ଆହ୍ୱାନ କରି ଶ୍ରୀ ଚୌହାନ କହିଥିଲେ, ପରୀକ୍ଷାଗାରରେ ବୈଜ୍ଞାନିକମାନଙ୍କୁ ଚାଷୀଙ୍କ ସହ ଯୋଡ଼ିବା ପାଇଁ ଅଭିଯାନ ଆରମ୍ଭ କରାଯାଇଛି । କେବଳ ଆଇସିଏଆର ନିକଟରେ ଥିବା ୧୬ହଜାରରୁ ଅଧିକ କୃଷି ବୈଜ୍ଞାନିକ ଚାଷୀଙ୍କ ସହ ମତବିନିମୟ କରିବା ଲାଗି ପ୍ରସ୍ତୁତ ରହିଛନ୍ତି । ବୈଜ୍ଞାନିକ ଓ ଚାଷୀଙ୍କ ମଧ୍ୟରେ ସଂଗମ ହୋଇପାରିଲେ କୃଷି କ୍ଷେତ୍ରରେ ଆହୁରି ସମୃଦ୍ଧି ଆସିପାରିବ। ଅଧିକ ଦ୍ରୁତ ଗତିରେ ଫସଲ ଉତ୍ପାଦନ ବୃଦ୍ଧି ହୋଇପାରିବ । ଏହି ଅଭିଯାନରେ ବୈଜ୍ଞାନିକମାନେ ପ୍ରତି ଗାଁକୁ ଯାଇ ସେଠାରେ ପ୍ରାକୃତିକ ଓ ଭୌଗଳିକ ସ୍ଥିତି ଅନୁଯାୟୀ କୃଷି ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେବେ ଏବଂ ସେମାନଙ୍କର ସମସ୍ୟା ବିଷୟରେ ତଥ୍ୟ ସଂଗ୍ରହ କରି ସେଗୁଡ଼ିକର ସମାଧାନ ଯୋଗାଇଦେବେ ବୋଲି ଶ୍ରୀ ଚୌହାନ କହିଥିଲେ । କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ବିକଶିତ କୃଷି ସଂକଳ୍ପ ଅଭିଯାନ ଓଡ଼ିଶାରୁ ଆରମ୍ଭ ହେବା ଗୌରବର ବିଷୟ। ସେ ଏହି ଅଭିଯାନର ସଫଳତା କାମନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ କୃଷି ଉତ୍ପାଦନ ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ବିକଶିତ ଭାରତ ସଂକଳ୍ପ ଅଭିଯାନ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ। ସେ ଆହୁରି କହିଥିଲେ, ଦିନକୁ ଦିନ ଚାଷ ଜମି ସଂକୁଚିତ ହେଉଥିବାରୁ ଚିରାଚରିତ ପଦ୍ଧତିରେ ଚାଷ କରି ଅଧିକ ଫସଲ ଅମଳ କରିବା ସମ୍ଭବ ନୁହେଁ। ନୂତନ କୃଷି ଜ୍ଞାନକୌଶଳ ସହାୟତାରେ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବାକୁ ହେବ। ଭାରତ ଆଜି ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିଛି । ଓଡ଼ିଶା ମଧ୍ୟ ଧାନ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇଛି । କିନ୍ତୁ ପନିପରିବା, ଡାଲି, ତୈଳବୀଜ, ଅଣ୍ଡା ଇତ୍ୟାଦି ପାଇଁ ଓଡ଼ିଶାକୁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଏ ଦିଗରେ ଅଧିକ ପ୍ରୟାସ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ତାଙ୍କ ସରକାର ଚାଷୀଙ୍କ ଆୟ ବୃଦ୍ଧି ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି । ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କା ଏମଏସପିରେ କିଣାଯାଉଛି । ରାଜ୍ୟ ସରକାର ଏଥିପାଇଁ ୮୦୦ ଟଙ୍କାର ଇନପୁଟ୍‌ ସହାୟତା ଦେଉଛନ୍ତି । ସେହିପରି ରାଜ୍ୟରେ ପିଏମ କିଷାନ ଏବଂ ସିଏମ କିଷାନ ଯୋଜନା କାର୍ଯ୍ୟକାରୀ କରାଯାଇ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହାଦ୍ୱାରା ରାଜ୍ୟର ୪୮ ଲକ୍ଷରୁ ଅଧିକ ଚାଷୀ ପରିବାର ଉପକୃତ ହୋଇପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ…

ମହିଳା ସମନ୍ୱୟ, ଭଦ୍ରକ ତରଫରୁ ‘ଶୌର୍ଯ୍ୟ ଯାତ୍ରା’

ମହିଳା ସମନ୍ୱୟ, ଭଦ୍ରକ ତରଫରୁ ‘ଶୌର୍ଯ୍ୟ ଯାତ୍ରା’ ଭୁବନେଶ୍ୱର,୨୯/୫: ୨୨ ଏପ୍ରିଲ ୨୦୨୫ରେ ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ଏକ ବର୍ବରଚିତ୍ତ ଆକ୍ରମଣ ହୋଇଥିଲା…

ଟ୍ରମ୍ପଙ୍କ ହାତ ଛାଡିଲେ ଏଲୋନ ମସ୍କ, ଡିଓଜେ ମନ୍ତ୍ରୀପଦରୁ ଇସ୍ତଫା ଦେଲେ

ଟେସଲା ମାଲିକ ଏବଂ ଆମେରିକୀୟ କୋଟିପତି ଏଲୋନ ମସ୍କ ଟ୍ରମ୍ପ ପ୍ରଶାସନ ଛାଡିଛନ୍ତି। ସେ ଭାରତୀୟ ସମୟ ଅନୁସାରେ ଗୁରୁବାର ସକାଳ…

ଆମେରିକାର କୋର୍ଟ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବଡ଼ ଝଟକା ଦେଲା   –   ଶୁଳ୍କ  ଉପରେ   ସ୍ଥଗିତାଦେଶ ଲଗାଇଲା

ଆମେରିକାର କୋର୍ଟ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବଡ଼ ଝଟକା ଦେଲା   –   ଶୁଳ୍କ  ଉପରେ   ସ୍ଥଗିତାଦେଶ ଲଗାଇଲା     ଆମେରିକାର କୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ…

ପୁରୀରେ  ନାରଦ ଜୟନ୍ତୀ 

ପୁରୀରେ  ନାରଦ ଜୟନ୍ତୀ  ପୁରୀ:  ଦେବର୍ଷି  ନାରଦ ଜୟନ୍ତୀ ସ୍ଥାନୀୟ ଘୋଡ଼ାବଜାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ…