Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
2025 - Page 53 of 137 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଜି ଭାରତର ପ୍ରଗତିରେ ସାରା ବିଶ୍ୱ ନିଜ ପ୍ରଗତି ଦେଖୁଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତାମିଲନାଡୁର ଥୁଟୁକୁଡିରେ ୪୮ ଶହ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । ଏସବୁ ପ୍ରକଳ୍ପ ଦ୍ୱାରା ତାମିଲନାଡୁରେ ଆଂଚଳିକ ସଂଯୋଗୀକରଣ, ଲଜିଷ୍ଟିକ ଦକ୍ଷତା, ସ୍ୱଚ୍ଛ ଊର୍ଜ୍ଜା ଭିତ୍ତିଭୂମି ସହ ଅନେକ ଉନ୍ନତି ପରିଲକ୍ଷିତ ହେବ । କାରଗିଲ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଦିବଂଗତ ଜବାନମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଜ୍ଞଳି ଜଣାଇଥିଲେ । ଚାରି ଦିନିଆ ବିଦେଶ ଗସ୍ତ ସାରି ରାମେଶ୍ୱର ପରି ପବିତ୍ର ସ୍ଥଳରେ ପ୍ରଧାନମନ୍ତ୍ରୀ ପହଂଚି ଏତେ ସବୁ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିବାରୁ ନିଜକୁ ଧନ୍ୟବାଦ ଜଣାଇଥିଲେ । ବ୍ରିଟେନ ଗସ୍ତ ସମୟରେ ମୁକ୍ତ ବାଣିଜ୍ୟ ରାଜିନାମା ସମ୍ପର୍କରେ ସେ ଅବତାରଣା କରିଥିଲେ । ଫଳରେ ଭାରତରେ ବୈଶ୍ୱିକ ବିଶ୍ୱାସ ସହ ଆମ ଦେଶର ପରିବର୍ତିତ ଭିତିଭୂମି ଏକ୍ଷେତ୍ରରେ ବିକଶିତ ଭାରତ ସହ ବିକଶିତ ତାମିଲନାଡୁ ସୃଷ୍ଟି କରିପାରିବ । ପ୍ରଭୁ ରାମେଶ୍ୱର ଓ ପ୍ରଭୁ ତିରୁଚେନ୍ଦୁର ମୁରୁଗାନଙ୍କ କୃପାରୁ ଥୁତୁକୁଡିରେ ବିକାଶର ଏକ ନୂଆ ଧାରା ଦେଖିବାକୁ ମିଳିବ । ବିକାଶର ଶିଖର ଦେଶକୁ ତାମିଲନାଡୁକୁ ନେବାର ୨୦୧୪ରେ ଦେଖାଯାଇଥିବା ସ୍ୱପ୍ନ ଏବେ ଧୀରେ ଧୀରେ ବାସ୍ତବ ରୂପ ନେବାରେ ଲାଗିଛି । ଫେବୃୟାରୀ ୨୦୨୪ରେ ଭି.ଓ. ଚିଦାମ୍ବରମ ବନ୍ଦରରେ ଆଉଟର ହାର୍ବର କଂଟେନର ଟର୍ମିନାଲ ଲାଗି ଶିଳାନ୍ୟାସ କରିବା ସମୟରେ ପ୍ରଧାନମନ୍ତ୍ରୀ କୋଟି କୋଟି ଟଙ୍କାର ପ୍ରକଳ୍ପ ସମ୍ପର୍କରେ ଅବତାରଣା କରିଥିଲେ । ସେପ୍ଟେମ୍ବର ୨୦୨୪ରେ ନୂଆ ଥୁତୁକୁଡି ଆନ୍ତର୍ଜାତିକ କଂଟେନର ଟର୍ମିନାଲ ମଧ୍ୟ ଉଦଘାଟିତ ହୋଇଥିଲା । ପରେ ଶନିବାର ଦିନ ବି ଶିଳାନ୍ୟାସ ଓ ଉଦଘାଟିତ ହୋଇଥିବା ୪୮ ଶହ କୋଟି ଟଙ୍କା ପ୍ରକଳ୍ପ ପ୍ରସଙ୍ଗରେ ସେ ବି କହିଥିଲେ । ବିମାନ ବନ୍ଦର, ରାଜପଥ, ବନ୍ଦର, ରେଲବେ, ଶକ୍ତି କ୍ଷେତ୍ର ପରି ବିଭିନ୍ନ ପ୍ରମୁଖ ପ୍ରକଳ୍ପ ଏହି ଅର୍ଥରେ ନିର୍ମାଣ କରାଯିବ । ଯେକୌଣସି ରାଜ୍ୟର ବିକାଶ ପଛରେ ଭିତିଭୂମି ଓ ଊର୍ଜ୍ଜା ରହିଛି । ଗତ ୧୧ ବର୍ଷ ଧରି ଏସବୁ କ୍ଷେତ୍ରରେ ଦିଆଯାଇଥିବା ଫୋକସ ପାଇଁ ତାମିଲନାଡୁ ବିକାଶର ପଥରେ ରହିଛି । ଶନିବାର ଦିନ ଉଦଘାଟିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଥୁତୁକୁଡି ଓ ତାମିଲନାଡୁକୁ ଯୋଗାଯୋଗ, ସ୍ୱଚ୍ଛ ଊର୍ଜ୍ଜା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେଇଛି । ତାମିଲନାଡୁ ଓ ଥୁତୁକୁଡିର ଐତିହାସିକ ପରମ୍ପରାକୁ ଏହି ଅବସରରେ ମୋଦୀ ମନେ ପକାଇଥିଲେ । ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ଭି.ଓ ଚିଦାମ୍ବରମ ପିଲାଇଙ୍କ କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଚାଲିଥିବା ପ୍ରାଚୀନ ନୌବାଣିଜ୍ୟ କଥା କହି ଚିଦାମ୍ବରମ ସ୍ୱପ୍ନ ଦେଖିଥିବା ମୌଳିକ ସାମୁଦ୍ରିକ ପଦକ୍ଷେପ ପାଇଁ ବ୍ରିଟିଶ ପ୍ରାଧାନ୍ୟକୁ ପ୍ରତିହତ କରାଯାଇ ପାରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମୁକ୍ତ ଓ ସଶକ୍ତ ଭାରତବର୍ଷ ଲାଗି କିମ୍ବଦନ୍ତୀ ଚେହେରା ଭୀରାପାଣ୍ଡିଆ କଟ୍ଟାବୋମ୍ମାନ ଓ ଆଲାଗୁ ମୁଥୁ କନଙ୍କ ଦେଶପ୍ରେମ କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଥୁତୁକୁଡି ପାଖରେ ଜାତୀୟ କବି ସୁବ୍ରମଣ୍ୟା ଭାରତୀଙ୍କ ଜନ୍ମସ୍ଥାନ କଥା ସ୍ମରଣ କରି ଥୁତୁକୁଡି ଓ କାଶୀ ଭିତରେ ରହିଥିବା ସମ୍ବନ୍ଧ କଥା ମୋଦୀ ଉଲ୍ଲେଖ କରିଥିଲେ । କାଶୀ-ତାମିଲ ସଙ୍ଗମମ ଅଭିଯାନ କଥା ଉଲ୍ଲେଖ କରି ଭାରତର ଐତିହ୍ୟ ଓ ଏକତ୍ୱ କଥା ମୋଦୀ କହିଥିଲେ । ଗତବର୍ଷ ବିଲ ଗେଟ୍ସଙ୍କୁ ସେ ଥୁଥୁକୁଡି ମୋତି ଉପହାର ଦେଇଥିଲେ । ଏକଦା ସାରା ବିଶ୍ୱରେ ପାଣ୍ଡ୍ୟା ମୋତିର ଚାହିଦା ଖୁବ ଅଧିକା ଥିଲା ଓ ଏହା ଭାରତର ଆର୍ଥିକ ଶକ୍ତି ରହିଥିଲା । କ୍ରମାଗତ ଉଦ୍ୟମ ଫଳରେ ତାମିଲନାଡୁ ଓ ଭାରତରେ ବିକାଶ ହେଉଛି । ନିକଟରେ ଭାରତ ଓ ବ୍ରିଟେନ ଭିତରେ ସ୍ୱାକ୍ଷରିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଅନୁସାରେ ବି ଆଗକୁ ଅନେକ କାମ ହେବାର ରହିଛି । ଭାରତର ପ୍ରଗତିରେ ସାରା ବିଶ୍ୱ ନିଜ ପ୍ରଗତି ଦେଖୁଛି । ଏଫଟିଏ ବା ମୁକ୍ତ ବାଣିଜ୍ୟ ବାଣିଜ୍ୟ ଚୁକ୍ତିନାମା ଭାରତକୁ ତୃତୀୟ ବିଶ୍ୱ ଅର୍ଥନୀତିରେ ପରିଣତ କରିବାକୁ ବେଶ ସହାୟକ ହୋଇପାରିବ । ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଅନୁସାରେ ବ୍ରିଟେନରେ ବିନା ଟ୍ୟାକ୍ସରେ ୯୯ ପ୍ରତିଶତ ଭାରତୀୟ ଉତ୍ପାଦ ବିକ୍ରି ହୋଇପାରୁଛି । ବ୍ରିଟେନରେ ଭାରତୀୟ ଉତ୍ପାଦ ସୁଲଭ ହେବା ଫଳରେ ଚାହିଦା ଅଧିକ ବୃଦ୍ଧି ପାଇ ଭାରତରେ ବ୍ୟାପକ ପ୍ରସ୍ତୁତି ସୁଯୋଗ ସୃଷ୍ଟି ହୋଇପାରିବ । ଭାରତ-ବ୍ରିଟେନର ଏଫଟିଏ ତାମିଲନାଡୁ ଯୁବକ, କ୍ଷୁଦ୍ର ଶିଳ୍ପ, ଅଣୁ ଶିଳ୍ପ, ଷ୍ଟାର୍ଟ ଅପକୁ ପ୍ରୋତ୍ସାହିତ କରିବ । ଶିଳ୍ପ, ମତ୍ସ୍ୟଜୀବୀ, ଗବେଷଣା ପରି କ୍ଷେତ୍ରରେ ଅଧିକା ଲାଭା ପାଇବା ଲାଗି ଏହି ଚୁକ୍ତିନାମା କାମ କରିବ । ଭାରତ ସରକାର ମେକ ଇନ ଇଣ୍ଡିଆ ଅଭିଯାନକୁ ସବୁ ବେଳେ ଉତ୍ସାହିତ କରି ଆସୁଛନ୍ତି । ନିକଟରେ ସରିଥିବା ଅପରେସନ ସିନ୍ଦୂରରେ ଏକଥା ସାରା ବିଶ୍ୱ ଦେଖିଛି । ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇବା ଲାଗି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଭଲ କାମ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ତାମିଲନାଡୁର ଭିତିଭୂମିକୁ ଆଧୁନିକୀକରଣ କରିବାର ପ୍ରତିଶ୍ରୁତିକୁ କେନ୍ଦ୍ର ସରକାର ପୂରଣ କରିବାକୁ ଯାଉଛନ୍ତି । ଆଧୁନିକ ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା ସହ ବନ୍ଦରଗୁଡିକର ଆଧୁନିକୀକରଣ କରାଯାଉଛି । ବିମାନ ବନ୍ଦର, ରାଜପଥ, ରେଲବେ ଭିତରେ ସଂଯୋଗ ବୃଦ୍ଧି ପାଇଁ ବି ଉଦ୍ୟମ ଚାଲୁରହିଛି । ୪୫୦ କୋଟି ଟଙ୍କା ବିନିମୟରେ ନିର୍ମିତ ଥୁଥୁକୁଡି ବିମାନ ବନ୍ଦରର ଆଧୁନିକ ଟର୍ମିନାଲ ଏକ୍ଷତ୍ରରେ ଏକ ବଳିଷ୍ଠ ଉଦ୍ୟମ । ବାର୍ଷିକ ଏହି ବିମାନ ବନ୍ଦରରେ ୨୦ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ସୁବିଧା ଯୋଗାଯାଇ ପାରିବ । ପୂର୍ବରୁ ଏହି ସଂଖ୍ୟା ୩ ଲକ୍ଷ ଯାତ୍ରୀଙ୍କ ଭିତରେ ସୀମିତ ଥିଲା । ଆଗରୁ ଅଳ୍ପ ଜାଗାକୁ ଏହି ବିମାନ ବନ୍ଦରରୁ ଯୋଗାଯୋଗ ବ୍ୟବସ୍ଥା ରହିଥିଲା । କିନ୍ତୁ ନୂଆ ଟର୍ମିନାଲ ପାଇଁ ଦେଶର ବହୁ ଜାଗାକୁ ଏଠାରୁ ଉଡାଣ ହୋଇପାରିବ । ଏହି ଉନ୍ନତି ଫଳରେ ସାରା ତାମିଲନାଡୁରେ କର୍ପୋରେଟ, ଶିକ୍ଷା, ସ୍ୱାସ୍ଥ୍ୟ ଜଗତକୁ ଲାଭ ମିଳିବ । ତାମିଲନାଡୁ ପାଇଁ ଦୁଇଟି ମୁଖ୍ୟ ରାସ୍ତା ପ୍ରକଳ୍ପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ପ୍ରାୟ ୨୫ ଶହ କୋଟି ଟଙ୍କାରେ ଗଠିତ ହୋଇଥିବା ଏହି ପ୍ରକଳ୍ପ ପାଇଁ ଚେନ୍ନାଇକୁ ଯୋଗାଯୋଗ ଫିଟିଯିବ । ଡେଲଟା ଜିଲ୍ଲା ଓ ରାଜ୍ୟ ରାଜଧାନୀକୁ ଏହି ପ୍ରକଳ୍ପ ଦ୍ୱାରା ରାସ୍ତା ଫିଟି ପାରିବ । ରାସ୍ତା ପ୍ରକଳ୍ପ ଦ୍ୱାରା ଥୁଥୁକୁଡି ବନ୍ଦରକୁ ଯୋଗାଯୋଗର ବାଟ ଫିଟି ପାରିଛି । ଫଳରେ ସ୍ଥାନୀୟ ଲୋକଙ୍କ ଜୀବନ ଧାରଣର ମାନ ପରିବର୍ତନ ହୋଇପାରିଛି । ଫଳରେ ରାଜ୍ୟରେ ବାଣିଜ୍ୟ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି । ରେଲବେ ନେଟବର୍କ ପାଇଁ ଶୈଳ୍ପିକ ପ୍ରଗତି ଓ ଆତ୍ମ ନିର୍ଭର ଭାରତ କାର୍ଯ୍ୟକାରୀ ହୋଇପାରିଛି । ଗତ ୧୧ ବର୍ଷ ଧରି ତାମିଲନାଡୁରେ ଭାରତର ରେଳ ପ୍ରକଳ୍ପ ଏକ ରୂପାନ୍ତରିତ ପର୍ଯ୍ୟାୟ ଦେଇ ଗତି କରିଛି । ଅମୃତ ଭାରତ ଷ୍ଟେସନ ଯୋଜନା ଅନୁସାରେ ପ୍ରାୟ ୭୭ଟି ଷ୍ଟେସନ ଏବେ ବିକଶିତ ହେଉଛି । ଆଧୁନିକ ବନ୍ଦେ ଭାରତ ଟ୍ରେନଗୁଡିକ ତାମିଲନାଡୁ ଲୋକଙ୍କୁ ଏକ ଭିନ୍ନ ଅନୁଭୂତି ଦେଉଛି । ତାମିଲନାଡୁରେ ହିଁ ଭାରତର ପ୍ରଥମ ଭର୍ଟିକାଲ ରେଲ ପୋଲ ପମବନ ପୋଲ ଉଦଘାଟିତ ହୋଇଛି । ସାରା ଦେଶରେ ବିଭିନ୍ନ ପ୍ରକାର ମେଗା ଓ ଆଧୁନିକ ଭିତିଭୂମି ନିର୍ମାଣ କରାଯାଉଛି । ଜମ୍ମୁ ଓ କାଶ୍ମୀରରେ ନିକଟରେ ଉଦଘାଟିତ ହୋଇଥିବା ଚେନାବ ପୋଲ ସମ୍ପର୍କରେ ବି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଅଟଳ ସେତୁ, ଆସାମର ବୋଗିବିଲ ପୋଲ, ସୋନମାର୍ଗ ପୋଲ ସମ୍ପର୍କରେ ବି ସେ ଅବତାରଣା କରିଥିଲେ । ନିକଟରେ ତାମିଲନାଡୁରେ ଉଦଘାଟିତ ହୋଇଥିବା ରେଳ ପୋଲ ରାଜ୍ୟର ଦକ୍ଷିଣ ଭାଗରେ ବସବାସ କରୁଥିବା ଲୋକଙ୍କୁ ଭଲ ସୁଫଳ ଦେବ । କେନ୍ଦ୍ର ସରକାରଙ୍କ ଏପ୍ରକାର ଉଦ୍ୟମ ଫଳରେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ତାମିଲନାଡୁର ଦୁଇ ହଜାର ମେଗାବାଟ ବିଶିଷ୍ଟ କୁନ୍ଦନକୁଲମ ଆଣିବକ ଶକ୍ତି ପ୍ରକଳ୍ପର ବି ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ୫୫୦ କୋଟି ଟଙ୍କା ବିନିମୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଶକ୍ତି ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ । ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ସମ୍ପର୍କରେ ବି ପ୍ରଧାନମନ୍ତ୍ରୀ କହିଥିଲେ । ସରକାର ଏଯାଏ ପ୍ରାୟ ୪୦ ହଜାର ଛାତ ଉପରେ ସୋଲାର ପାନେଲ ଲଗାଇବାକୁ ଆବେଦନ ଗ୍ରହଣ ସାରିଥିବା ସେ କହିଥିଲେ । ବିକାଶର ନୂଆ ଅଧ୍ୟାୟ ଥୁଥୁକୁଡି ଦେଖିବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ତାମିଲନାଡୁର ବିକାଶ ଲାଗି ପ୍ରଧାନମନ୍ତ୍ରୀ ରାଜ୍ୟର ଜନତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରରେ ତାମିଲନାଡୁ ରାଜ୍ୟପାଲ ଆର.ଏନ. ରବି, କେନ୍ଦ୍ର ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରାପୁ, ଡ. ଏଲ.ମୁରୁଗାନ ପ୍ରମୁଖ ଉପସ୍ଥିତ ଥିଲେ ।

ମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାଲେଠାରେ ମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ସମାରୋହରେ ‘ସମ୍ମାନିତ ଅତିଥି’ ଭାବରେ ଯୋଗ ଦେଇଛନ୍ତି। ପ୍ରଥମ ଥର କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ମାଳଦ୍ୱୀପର ସ୍ୱାଧୀନତା ଦିବସ…

କାର୍ଗିଲ ବିଜୟ ଦିବସ ଅବସରରେ ଭାରତ ମାତାର ବୀର ସୁପୁତ୍ରଙ୍କ ସାହସ ଏବଂ ବଳିଦାନକୁ କୋଟି କୋଟି ପ୍ରଣାମ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାରଗିଲ ବିଜୟ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । “ଏହି ଅବସର ସେହି ବୀର ସନ୍ତାନମାନଙ୍କ ଅଦ୍ୱିତୀୟ ବୀରତ୍ୱ ଓ ସାହସ କଥା ସ୍ମରଣ କରାଇ ଦେଉଛି, ଯେଉଁମାନେ କି ଦେଶର ଗୌରବର ସୁରକ୍ଷା ପାଇଁ ସେମାନଙ୍କ ବଳିଦାନ ଦେଇଥିଲେ ।” ପ୍ରଧାନମନ୍ତ୍ରୀ ଏକ୍ସ ର ଏକ ପୋଷ୍ଟରେ କହିଛନ୍ତି: “ଦେଶବାସୀଙ୍କୁ କାରଗିଲ ବିଜୟ ଦିବସରେ ଢେର ଶୁଭକାମନା । ଏହି ଅବସର ଆମକୁ ମା ଭାରତୀର ସେହି ବୀର ସୁପୁତ୍ରଙ୍କ ଅପ୍ରତିମ ସାହସ ଓ ଶୌର୍ଯ୍ୟକୁ ସ୍ମରଣ କରାଇଦେଉଛି, ଯେଉଁମାନେ କି ଦେଶର ଆତ୍ମସମ୍ମାନର ରକ୍ଷା ପାଇଁ ନିଜର ଜୀବନକୁ ସମର୍ପିତ କରିଦେଇଥିଲେ । ମାତୃଭୂମି ପାଇଁ ବଳିଦାନ ସକାଶେ ସେମାନଙ୍କ ଉତ୍ସାହ ପ୍ରତ୍ୟେକ ପିଢ଼ିକୁ ପ୍ରେରଣ ଦେଉଥିବ । ଜୟହିନ୍ଦ

୧୯୯୯ ମସିହା ଜୁଲାଇ ୨୬ ତାରିଖ ଦିନ ୮୪ ଦିନର ସଂଘର୍ଷରେ ଭାରତୀୟ ସେନାର ସାହସୀ ପୁଅମାନେ ଉପଯୁକ୍ତ ଜବାବ ଦେଇ ପଡ଼ୋଶୀ ଦେଶ ପାକିସ୍ତାନକୁ ପରାସ୍ତ କରିଥିଲେ। ସେହି ବୀରମାନଙ୍କ ସ୍ମୃତିରେ ଦେଶ ଆଜି ସେହି ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି।

କାର୍ଗିଲ ବିଜୟ ଦିବସରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି୧୯୯୯ ମସିହାରେ ପାକିସ୍ତାନୀ ଆତଙ୍କବାଦୀଙ୍କ କାର୍ଗିଲରେ ଅନୁପ୍ରବେଶ ।୧୯୯୯ ମସିହା ଜୁଲାଇ ୨୬ ତାରିଖ ଦିନ…

ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତକୁ ଏକ ଭରସାଯୋଗ୍ୟ ବିଶ୍ୱ ଅଂଶୀଦାର ଭାବରେ ସ୍ଥାନିତ କରିବା ଦିଗରେ ପଦକ୍ଷେପ ନିଆଯାଉଛି

ଭାରତରେ ବିଶ୍ୱର ପ୍ରାୟ ୨୦% ଚିପ୍ ଡିଜାଇନ୍ ଇଞ୍ଜିନିୟର ଅଛନ୍ତି। ଏହି ଦୃଢ଼ ପ୍ରତିଭା ଆଧାରକୁ ନେଇ ସରକାର ଭାରତରେ ଏକ ସ୍ୱୟଂସମ୍ପୂର୍ଣ୍ଣ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ବିକାଶ ପାଇଁ ଅନୁକୂଳ ସୁଯୋଗ…

ଉପ-ରାଷ୍ଟ୍ରପତି ନିର୍ବାଚନ, ୨୦୨୫

୧. ଭାରତର ନିର୍ବାଚନ କମିଶନ ସମ୍ବିଧାନର ଧାରା ୩୨୪ ଅନୁଯାୟୀ ଭାରତର ଉପ-ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପାଇଁ ନିର୍ବାଚନ ପରିଚାଳନା କରିବାକୁ ଅଧିକୃତ।…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ବର୍ଷ କାର୍ଯ୍ୟକାଳ ପୂରଣ

ଭାରତର ରାଷ୍ଟ୍ରପତି, ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୨୫ ଜୁଲାଇ, ୨୦୨୫) କାର୍ଯ୍ୟାଳୟରେ ତିନି ବର୍ଷ ପୂରଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ କାର୍ଯ୍ୟକାଳର ତୃତୀୟ ବର୍ଷ ପୂରଣ କରିବା ସହିତ, ରାଷ୍ଟ୍ରପତି ଭବନରେ ନିଆଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଅନ୍ତର୍ଭୁକ୍ତ ଅଛି : ଏହି ସମସ୍ତ ପ୍ରୟାସର ଶୁଭାରମ୍ଭ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ସଂକ୍ଷିପ୍ତ ବକ୍ତବ୍ୟରେ କହିଛନ୍ତି ଗତ ତିନି ବର୍ଷ ମଧ୍ୟରେ ଅନେକ ନିଷ୍ପତ୍ତି ନିଆଯାଇଛି ଏବଂ କାର୍ଯ୍ୟ କରାଯାଇଛି ଯାହା ନାଗରିକମାନଙ୍କର ରାଷ୍ଟ୍ରପତି ଭବନ ସହିତ ଅଧିକ ସଂଯୋଗ ବୃଦ୍ଧି କରିଛି। ସମାଜର ସମସ୍ତ ବର୍ଗ, ବିଶେଷକରି ଅବହେଳିତ ଏବଂ ପଛୁଆ ବର୍ଗଙ୍କୁ ଦେଶର ବିକାଶ ଯାତ୍ରା ସହିତ ପ୍ରଭାବଶାଳୀ ଭାବରେ ଯୋଡ଼ିବା ପାଇଁ ଆମର ସର୍ବଦା ପ୍ରୟାସ ଜାରିରହିଛି । ଦିବ୍ୟାଙ୍ଗଜନଙ୍କ ପାଇଁ ରାଷ୍ଟ୍ରପତି ଭବନ ଅଧିକ ସୁଗମ ହୋଇଥିବାରୁ ସେ ଖୁସି ପ୍ରକାଶ କରିଥିଲେ। ଆଗାମୀ ଦିନରେ ବିଭିନ୍ନ ନୂତନ ପଦକ୍ଷେପ ନିଆଯିବ ବୋଲି ସେ ବିଶ୍ୱାସ ପ୍ରକାଶ କରିଥିଲେ।

ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ପାଇଁ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ 30 ଦିନର ଛୁଟି ମିଳିବ……

ଦିଲ୍ଲୀରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସିଛି ଯେଉଁଠାରେ କେନ୍ଦ୍ର ସରକାର ତାଙ୍କ କର୍ମଚାରୀଙ୍କ ସ୍ୱାର୍ଥ ପାଇଁ ଏକ ନୂତନ ନିଷ୍ପତ୍ତି ନେଇଛନ୍ତି।…

ବିକେଶଙ୍କ ସମେତ ଓଡ଼ିଶାରେ କାର୍ଯ୍ୟ କରୁଥିବା ୬ ହାର୍ଡକୋର୍ ନକ୍ସଲ ସମାଜର ମୁଖ୍ୟସ୍ରୋତରେ ସାମିଲ 

ଜୟପୁର-ବିକେଶ ମାଓବାଦୀଙ୍କ ଅଷ୍ଟମ କମ୍ପାନିର କମାଣ୍ଡର ଥିବା ବେଳେ ଗତ ୩ ବର୍ଷ ଧରି କେକେବିଏନ୍‌ ଡିଭିଜନ୍‌ର ନେତୃତ୍ବ ନେଉଥିଲା। ଓଡ଼ିଶା…

ଓଡ଼ିଶାରେ ୬୬ ଲକ୍ଷରୁ ଅଧିକ ଜବ୍ କାର୍ଡ ପ୍ରଦାନ କରାଯାଇଥିବାବେଳେ ୪୩ ଲକ୍ଷ ବର୍ତ୍ତମାନ ସକ୍ରିୟ

ନୂଆଦିଲ୍ଲୀ/ଭୁବନେଶ୍ବର: ନକଲି ଜବ୍ କାର୍ଡରେ ସମଗ୍ର ଦେଶରେ  ଓଡି଼ଶା ଦ୍ବିତୀୟ ସ୍ଥାନରେ ରହିଛି। ଲୋକସଭାରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଆସିଛି। ମନରେଗା…