Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
2025 - Page 33 of 137 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୁରୀ ଶ୍ରୀମନ୍ଦିର ଉପରକୁ ଚଢୁଥିବାବେଳେ ଜଣେ ପର୍ଯ୍ୟଟକଙ୍କୁ ଧରିଲା ଜଗନ୍ନାଥ ଟେମ୍ପଲ ପୁଲିସ

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ପୁଣି ଚ୍ୟାଲେଞ୍ଜ । ପୁରୀ ଶ୍ରୀମନ୍ଦିର ଉପରକୁ ଚଢୁଥିବାବେଳେ ଜଣେ ପର୍ଯ୍ୟଟକଙ୍କୁ ଧରିଲା ଜଗନ୍ନାଥ ଟେମ୍ପଲ ପୁଲିସ…

ନନ୍ଦୋତ୍ସବ ପାଇଁ ସାରା ଦେଶ ଉତ୍ସବମୁଖର

ଆଜି ନନ୍ଦୋତ୍ସବ। ଗତକାଲି ମଧ୍ୟ ରାତ୍ରିରେ ଧରାବତରଣ କରିଛନ୍ତି ପ୍ରଭୁ ଶ୍ରୀକୃଷ୍ଣ। ନନ୍ଦୋତ୍ସବ ପାଇଁ ସାରା ଦେଶ ଉତ୍ସବମୁଖର। ବିଭିନ୍ନ ମନ୍ଦିରରେ…

ପବିତ୍ର ଦଶହରା ପର୍ବ ପାଇଁ ଆରମ୍ଭ ହୋଇଗଲା ପ୍ରସ୍ତୁତି

ପବିତ୍ର ଦଶହରା ପର୍ବ ପାଇଁ ଆରମ୍ଭ ହୋଇଗଲା ପ୍ରସ୍ତୁତି । ମା’ଙ୍କ ମୃଣ୍ମୟ ମୂର୍ତ୍ତି ପାଇଁ ମାଟି ଅନୁକୂଳ କାର୍ଯ୍ୟ ଆରମ୍ଭ…

ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ୩୪୫୭ ଜଣ ଫର୍ମପୂରଣ କରିଥିଲେ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ବୋର୍ଡ କାର୍ଯ୍ୟାଳୟରେ…

ରେଶିମବାଗରେ ଜାତୀୟ ପତାକା ଉତ୍ତୋଳନ

ସ୍ୱାଧୀନତା ଦିବସରେ, ନାଗପୁରର ରେଶିମବାଗରେ ଅବସ୍ଥିତ ଡକ୍ଟର ହେଡଗେୱାର ସ୍ମାରକୀ ସମିତିରେ ଅବସରପ୍ରାପ୍ତ ୱିଙ୍ଗ କମାଣ୍ଡର ଡକ୍ଟର ତୁଷାର ଜୀ ଝଞ୍ଜାଡେ…

ପଞ୍ଚାୟତ ପ୍ରତିନିଧିମାନଙ୍କ ସମ୍ମାନ ସମାରୋହରେ ‘‘ସଭାସାର” ର ଶୁଭାରମ୍ଭ ସହିତ ପଞ୍ଚାୟତଗୁଡ଼ିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ପ୍ରବେଶ କରିଛନ୍ତି

ଚଳିତ ବର୍ଷର ସ୍ୱାଧୀନତା ଦିବସର ବିଷୟବସ୍ତୁ “ନୂଆ ଭାରତ” ସହିତ ୭୯ତମ ସ୍ୱାଧୀନତା ଦିବସ ଉତ୍ସବରେ ପ୍ରାୟ ୨୧୦ ଜଣ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଯେଉଁଥିରେ ସରପଞ୍ଚ, ମୁଖିଆ ଏବଂ ଗ୍ରାମ ପ୍ରଧାନ ରହିଛନ୍ତି ସେମାନେ ଲାଲକିଲ୍ଲାରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ବିବିଧ ପାରମ୍ପରିକ ପୋଷାକ ପିନ୍ଧି, ସେମାନେ ଗ୍ରାମୀଣ ଭାରତର ସଂସ୍କୃତି ଏବଂ ଉତ୍ସାହ ପ୍ରଦର୍ଶନ କରିଥିଲେ, ଯାହା ତ୍ରିସ୍ତରୀୟ ଶାସନର ଶକ୍ତିର ପ୍ରତୀକ ଥିଲା। ସେମାନଙ୍କର ଉପସ୍ଥିତି ଏବଂ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆଜି ଲାଲକିଲ୍ଲାର ପ୍ରାଚୀରରୁ ତାଙ୍କ ଅଭିଭାଷଣରେ ସ୍ୱୀକାର କରିଥିଲେ। ଯେତେବେଳେ କି ୨୦୨୫ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ, ଏହି ସ୍ୱତନ୍ତ୍ର ଅତିଥିମାନଙ୍କୁ ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଆତ୍ମନିର୍ଭର ପଞ୍ଚାୟତ, ବିକଶିତ ଭାରତ ର ପରିଚୟ” ରେ ସମ୍ମାନିତ କରାଯାଇଥିଲା। ଏହି ସମାରୋହରେ କେନ୍ଦ୍ର ପଞ୍ଚାୟତିରାଜ ଏବଂ ମତ୍ସ୍ୟଚାଷ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ (ଏଫ୍.ଏ.ଏଚ୍.ଡି.) ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହଙ୍କ ସହ କେନ୍ଦ୍ର ପଞ୍ଚାୟତିରାଜ ଏବଂ ଏଫ୍.ଏ.ଏଚ୍.ଡି. ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍. ପି. ସିଂହ ବାଘେଲ ଯୋଗ ଦେଇଥିଲେ। ଏହି ଅବସରରେ ମନ୍ତ୍ରଣାଳୟର ସଚିବ ଶ୍ରୀ ବିବେକ ଭରଦ୍ୱାଜଙ୍କ ସମେତ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଏବଂ ସାରା ଦେଶରୁ ୪୨୫ରୁ ଅଧିକ ଅଂଶଗ୍ରହଣକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ସ୍ୱତନ୍ତ୍ର ଅତିଥିମାନେ ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏ.ଆଇ) ଚାଳିତ ଉପକରଣ ‘ସଭାସାର’ ର ଉନ୍ମୋଚନ ମଧ୍ୟ ଦେଖିଥିଲେ, ଯାହା ଗ୍ରାମ ସଭା ଏବଂ ଅନ୍ୟାନ୍ୟ ପଞ୍ଚାୟତ ବୈଠକଗୁଡ଼ିକର ଅଡିଓ ଏବଂ ଭିଡିଓ ରେକର୍ଡିଂରୁ ସ୍ୱୟଂକ୍ରିୟ ଭାବେ ମିନିଟସ୍‍ ଅଫ୍ ମିଟିଂ (ଏମ୍.ଓ.ଏମ୍.) ସଂରଚିତ କରିଥାଏ ଏବଂ ଗ୍ରାମୋଦୟ ସଂକଳ୍ପ ପତ୍ରିକାର ୧୬ତମ ସଂସ୍କରଣର ଉନ୍ମୋଚନ ମଧ୍ୟ କରିଥିଲେ, ଯାହା ପଞ୍ଚାୟତ ସଶକ୍ତିକରଣ, ସ୍ଥାନୀୟ ଶାସନ ଏବଂ ନବସୃଜନ କ୍ଷେତ୍ରରେ ପ୍ରମୁଖ ଅନ୍ତର୍ଦୃଷ୍ଟି, ସଫଳତା କାହାଣୀ ଏବଂ ପ୍ରେରଣାଦାୟୀ ଅନୁଭୂତି ଉପରେ ଆଲୋକପାତ କରୁଥିବା ଏକ ଇ-ପ୍ରକାଶନ। ୧୬ତମ ସଂସ୍କରଣର ବିଷୟବସ୍ତୁ ହେଉଛି “ପଞ୍ଚାୟତିରାଜ ଅନୁଷ୍ଠାନ ମାଧ୍ୟମରେ ମହିଳା ସଶକ୍ତିକରଣ”। ଏହି ସ୍ୱତନ୍ତ୍ର ଅତିଥିମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସେମାନଙ୍କର ଦୃଷ୍ଟାନ୍ତମୂଳକ ତୃଣମୂଳ କାର୍ଯ୍ୟ ଏବଂ ସରକାରଙ୍କ ଫ୍ଲାଗସିପ୍ ଯୋଜନା ଯଥା ହର ଘର ଜଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ମିଶନ ଇନ୍ଦ୍ରଧନୁଷ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା ଇତ୍ୟାଦି ପୂରଣ କରିବାର ଅବଦାନ ପାଇଁ ପ୍ରଶଂସା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ପଞ୍ଚାୟତଗୁଡ଼ିକୁ ଆର୍ଥିକ ସହାୟତା ଐତିହାସିକ ଭାବେ ବୃଦ୍ଧି ପାଇଛି (ଗତ ଦଶନ୍ଧିରେ ମୁଣ୍ଡପିଛା ବାର୍ଷିକ ଆବଣ୍ଟନ ୧୭୬ ଟଙ୍କାରୁ ୬୭୪ ଟଙ୍କାକୁ ପ୍ରାୟ ପାଞ୍ଚ ଗୁଣ ବୃଦ୍ଧି ପାଇଛି)। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଅଧୀନରେ ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧.୭୬ କୋଟି ଅଂଶଗ୍ରହଣକାରୀ, ମୁଖ୍ୟତଃ ପଞ୍ଚାୟତ ପ୍ରତିନିଧିମାନଙ୍କୁ ତାଲିମ ଦିଆଯାଇଛି। ସ୍ୱାମିତ୍ୱ ଯୋଜନାର ପ୍ରଭାବ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ଦେଶର ୩.୨୬ ଲକ୍ଷରୁ ଅଧିକ ଗ୍ରାମରେ ଡ୍ରୋନ୍ ସର୍ଭେ ଶେଷ ହୋଇଛି, ଯାହାର ଫଳସ୍ୱରୂପ ୨.୬୩ କୋଟିରୁ ଅଧିକ ଆଇନଗତ ଭାବରେ ସ୍ୱୀକୃତିପ୍ରାପ୍ତ ସମ୍ପତ୍ତି କାର୍ଡ ବଣ୍ଟନ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଦୋହରାଇଥିଲେ ଯେ ସ୍ୱାମିତ୍ୱ ପରିବାରଗୁଡ଼ିକୁ ଋଣ ସୁରକ୍ଷିତ କରିବାରେ, ବିବାଦର ସମାଧାନ କରିବାରେ ଏବଂ ସ୍ଥାନୀୟ ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବାରେ ସହାୟତା କରିଛି। ପ୍ରଧାନମନ୍ତ୍ରୀଙ୍କ ‘‘ବିକଶିତ ଭାରତ” ଲକ୍ଷ୍ୟକୁ ସାକାର କରିବା ଦିଗରେ ନିରନ୍ତର ସମର୍ପଣ ପ୍ରଦର୍ଶନ କରିବା ଲାଗି ସେ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ। କେନ୍ଦ୍ର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ. ପି. ସିଂହ ବାଘେଲ ତାଙ୍କ ଅଭିଭାଷଣରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ସମ୍ମାନ ଜଣାଇଥିଲେ। ପଞ୍ଚାୟତଗୁଡ଼ିକ ପେନସନ, ପ୍ରମାଣପତ୍ର, ପିଏମ-କିଷାନ ସୁବିଧା ଏବଂ ଆୟୁଷ୍ମାନ କାର୍ଡ ପ୍ରଦାନ କରୁଥିବା ସେବା ପ୍ରଦାନ କେନ୍ଦ୍ରରେ ପରିଣତ ହୋଇଛି ବୋଲି ଉଲ୍ଲେଖ କରି ସେ ପି.ଆର.ଆଇ. ଗୁଡ଼ିକରେ ମହିଳାମାନଙ୍କର ୪୬ ପ୍ରତିଶତ ପ୍ରତିନିଧିତ୍ୱକୁ ପ୍ରଶଂସା କରିଥିଲେ ଏବଂ ସେମାନଙ୍କର ସମ୍ପୂର୍ଣ୍ଣ ସଶକ୍ତିକରଣ ପାଇଁ ଅନୁରୋଧ କରିଥିଲେ। ପ୍ରଫେସର ବାଘେଲ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଦିଲ୍ଲୀର ଐତିହ୍ୟରୁ ପ୍ରେରଣା ନେବା ଏବଂ ନିଜ ଅଞ୍ଚଳର ବିକାଶ ପାଇଁ ନୂତନ ଚିନ୍ତାଧାରା ସହିତ ଫେରିବା ପାଇଁ ଉତ୍ସାହିତ କରିଥିଲେ। ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ଶ୍ରୀ ବିବେକ ଭରଦ୍ୱାଜ ଅତିଥିମାନଙ୍କୁ ସମ୍ବୋଧିତ କରି ଗ୍ରାମ ପଞ୍ଚାୟତ ପ୍ରଦର୍ଶନର ମୂଲ୍ୟାଙ୍କନ ଏବଂ ଉନ୍ନତି ପାଇଁ ଏକ ଉପକରଣ ଭାବରେ ନିକଟରେ ବିକଶିତ ପଞ୍ଚାୟତ ଅଗ୍ରଗତି ସୂଚକାଙ୍କ (ପିଏଆଇ) ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଗ୍ରାମସଭାର କାର୍ଯ୍ୟକୁ ଅଧିକ ଦକ୍ଷ, ସ୍ୱଚ୍ଛ ଏବଂ ସମାବେଶୀ କରିବା ପାଇଁ ସେ ମନ୍ତ୍ରଣାଳୟର ନୂତନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ-ଚାଳିତ ସମାଧାନ ‘‘ସଭାସାର” ମଧ୍ୟ ଉପସ୍ଥାପନ କରିଥିଲେ। ଅପରପକ୍ଷରେ, ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ମନ୍ତ୍ରଣାଳୟର ପ୍ରମୁଖ ଡିଜିଟାଲ୍ ଏବଂ ପ୍ରଶାସନିକ ପଦକ୍ଷେପ ବିଷୟରେ କହିଥିଲେ ଏବଂ ପଞ୍ଚାୟତଗୁଡ଼ିକୁ ସେଗୁଡ଼ିକର ପ୍ରଭାବୀ ଢଙ୍ଗରେ ଉପଯୋଗ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ। ଜାତୀୟ ରାଜଧାନୀ ଗସ୍ତ ଅବସରରେ ସ୍ୱତନ୍ତ୍ର ଅତିଥିମାନେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ମଧ୍ୟ ଗସ୍ତ କରିଥିଲେ, ଯେଉଁଥିରେ ଭାରତର ଗୌରବମୟ ଇତିହାସ ଏବଂ ଉଲ୍ଲେଖନୀୟ ସଫଳତା ବିଷୟରେ ଗଭୀର ଭାବେ ଅବଗତ ହୋଇଥିଲେ ଏବଂ ହର ଘର ତ୍ରିରଙ୍ଗା ଅଭିଯାନରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ସଭାସାର ବିଷୟରେ ଉନ୍ନତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ (ଏନଏଲପି) ଦ୍ୱାରା ପରିଚାଳିତ,…

‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’’ ର ଶୁଭାରମ୍ଭ କରି ଯୁବକମାନଙ୍କୁ ୧ ଲକ୍ଷ କୋଟି ଟଙ୍କା ଉପହାର ଦେଇଛନ୍ତି, 

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ୭୯ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣକୁ ଗତ ୧୧ ବର୍ଷର ପ୍ରଗତି, ବର୍ତ୍ତମାନର ଶକ୍ତି ଏବଂ ଏକ ସମୃଦ୍ଧ ଭାରତ ପାଇଁ ରଣକୌଶଳର ଏକ ରୋଡମ୍ୟାପ୍ ବୋଲି କହିଛନ୍ତି। ‘ଏକ୍ସ’ ରେ ଏକାଧିକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ‘‘ଅପରେସନ ସିନ୍ଦୁର” ଜରିଆରେ ଆତଙ୍କବାଦୀଙ୍କ ମୂଳୋତ୍ପାଟନ ହେଉ, ‘‘ମିଶନ ସୁଦର୍ଶନ ଚକ୍ର” ଜରିଆରେ ଦେଶର ଭିତ୍ତିଭୂମିକୁ ସୁରକ୍ଷିତ କରିବାର ଯୋଜନା ହେଉ, କିମ୍ବା ‘‘ହାଇ ପାୱାର୍ଡ ଡେମୋଗ୍ରାଫି ମିଶନ” ଜରିଆରେ ଅନୁପ୍ରବେଶକାରୀ ମୁକ୍ତ ଭାରତ ଗଠନ କରିବାର ସଂକଳ୍ପ ହେଉ, ମୋଦୀ ସରକାର ଦେଶକୁ ଶକ୍ତିଶାଳୀ ଏବଂ ସୁରକ୍ଷିତ କରିବା ଲାଗି ପ୍ରତିବଦ୍ଧ। କୃଷକଙ୍କ ସ୍ୱାର୍ଥ ପ୍ରତି ସରକାରଙ୍କ ଅତୁଟ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ଆଣବିକ ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଶକ୍ତି, ମହାକାଶ କ୍ଷେତ୍ର ଏବଂ ଜେଟ୍ ଇଞ୍ଜିନରେ ଆତ୍ମନିର୍ଭରଶୀଳତା ପାଇଁ ଆହ୍ୱାନ କରିଥିଲେ। ଏହାବାଦ୍‍ ଆଗାମୀ ଦୀପାବଳି ଅବସରରେ ‘‘ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା” ର ଘୋଷଣା ଏବଂ ଗୁରୁତ୍ୱପୂର୍ଣ୍ଣ ଜିଏସଟି ରିହାତି ପଦକ୍ଷେପ ନାଗରିକଙ୍କ ଜୀବନକୁ ସହଜ କରିବ ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦେବ। ଶ୍ରୀ ଅମିତ ଶାହ କହିଥିଲେ ଯେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ‘‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା” କାର୍ଯ୍ୟକାରୀ କରିବା ଲାଗି ୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ଘୋଷଣା କରି ଦେଶର ଯୁବକମାନଙ୍କୁ ଉପହାର ପ୍ରଦାନ କରିଥିଲେ। ଏହି ଯୋଜନା ଅଧୀନରେ ଘରୋଇ କ୍ଷେତ୍ରରେ ପ୍ରଥମ ଥର କର୍ମଚାରୀମାନଙ୍କୁ ୧୫,୦୦୦ ଟଙ୍କା ମିଳିବ ଏବଂ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା କମ୍ପାନୀମାନଙ୍କୁ ମଧ୍ୟ ପ୍ରୋତ୍ସାହନ ମିଳିବ। ଏହି ପଦକ୍ଷେପ ଦ୍ୱାରା ପାଖାପାଖି ସାଢ଼େ ତିନି କୋଟି ଯୁବକ ଉପକୃତ ହେବେ, ଯାହା ଭାରତୀୟ ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବ ଏବଂ ଏକ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଯାତ୍ରାକୁ ସୁଦୃଢ଼ କରିବ। କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଥିଲେ ଯେ ମୋଦୀ ସରକାର କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ସଶକ୍ତ କରି ଏକ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଦୃଢ଼ ପଦକ୍ଷେପ ନେଉଛନ୍ତି। ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ଦୀପାବଳି ଉପହାର ସ୍ୱରୂପ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଘୋଷଣା କରିଛନ୍ତି। ଏହି ସଂସ୍କାରଗୁଡ଼ିକ ଦ୍ୱାରା କେବଳ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ବିଶେଷ ଭାବେ ଲାଭାନ୍ୱିତ ହେବେ ନାହିଁ, ବରଂ ନିତିଦିନିଆ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ସୁଲଭ ହେବ, ଯାହା ଭାରତୀୟ ଅର୍ଥବ୍ୟବସ୍ଥାକୁ ଏକ ନୂତନ ଗତି ପ୍ରଦାନ କରିବ। ଏହି ପ୍ରୟାସ ଭାରତର ଆର୍ଥିକ ସାମର୍ଥ୍ୟକୁ ଆହୁରି ସୁଦୃଢ଼ କରିବ ଏବଂ ଏହାକୁ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ଶ୍ରୀ ଅମିତ ଶାହ କହିଥିଲେ ଯେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ‘‘ମିଶନ ସୁଦର୍ଶନ ଚକ୍ର” ର ଶୁଭାରମ୍ଭ କରି ଏକ ଐତିହାସିକ ଘୋଷଣା କରିଛନ୍ତି। ଏହି ଅଭିଯାନ ଅଧୀନରେ ୨୦୩୫ ମସିହା ସୁଦ୍ଧା ଗୁରୁତ୍ୱପୂର୍ଣ୍ଣ ଜାତୀୟ ସ୍ଥଳଗୁଡ଼ିକୁ ଅତ୍ୟାଧୁନିକ ପ୍ରଯୁକ୍ତି ଏବଂ ଶକ୍ତିଶାଳୀ ଅସ୍ତ୍ର ପ୍ରଣାଳୀରେ ସଜ୍ଜିତ କରାଯିବ। ଏହି ଅଭିଯାନର ଉଦ୍ଦେଶ୍ୟ କେବଳ ଶତ୍ରୁ ଆକ୍ରମଣକୁ ନିଷ୍କ୍ରିୟ କରିବା ନୁହେଁ, ବରଂ ସୁଦର୍ଶନ ଚକ୍ର ଭଳି ପ୍ରଭାବଶାଳୀ ପ୍ରତିଆକ୍ରମଣ କରିବା । ଏହି ପଦକ୍ଷେପ ଜାତୀୟ ସୁରକ୍ଷାକୁ ଅଭେଦ୍ୟ କରିବା ଏବଂ ଶତ୍ରୁମାନଙ୍କ ବିରୋଧରେ ଲକ୍ଷ୍ୟବଦ୍ଧ ଆକ୍ରମଣକୁ ସକ୍ଷମ କରିବାରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ। କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଐତିହାସିକ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ର ନିର୍ମାଣରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ର ୧୦୦ ବର୍ଷର ସମୃଦ୍ଧ ଇତିହାସ ଏବଂ ଅବଦାନକୁ ସ୍ୱୀକାର କରିଛନ୍ତି ଏବଂ ଦେଶର ୧୦୦ ବର୍ଷର ପ୍ରଗତି ଯାତ୍ରାରେ ଅତୁଳନୀୟ ଯୋଗଦାନ ଦେଇଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଗତ ଶତାବ୍ଦୀ ଧରି, ଆରଏସ୍ଏସ୍ ସେବା, ସମର୍ପଣ, ସଂଗଠନ ଏବଂ ଶୃଙ୍ଖଳା ସହିତ ବ୍ୟକ୍ତିଗତ ବିକାଶ ମାଧ୍ୟମରେ ରାଷ୍ଟ୍ର ନିର୍ମାଣର ସଂକଳ୍ପକୁ ପୂରଣ କରିଛି।

ଆତ୍ମନିର୍ଭର ଭାରତ : ଏକ ସଶକ୍ତ ଏବଂ ବିକଶିତ ଭାରତର ଭିତ୍ତିଭୂମି

ଆତ୍ମନିର୍ଭର ଭାରତ : ଏକ ସଶକ୍ତ ଏବଂ ବିକଶିତ ଭାରତର ଭିତ୍ତିଭୂମି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସ ଅବସରରେ, ଆତ୍ମନିର୍ଭର ଭାରତକୁ…

ବିକଶିତ ଭାରତ ୨୦୪୭ ପାଇଁ ଏକ ଦୂରଦୃଷ୍ଟି

୭୯ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ ତାଙ୍କର ଦୀର୍ଘତମ ଏବଂ ନିର୍ଣ୍ଣାୟକ ଅଭିଭାଷଣ ପ୍ରଦାନ କରିଥିଲେ, ଯାହା ୧୦୩ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ଏବଂ ୨୦୪୭ ମସିହା ସୁଦ୍ଧା ଏକ ସମୃଦ୍ଧ ଭାରତ ପାଇଁ ଏକ ସାହସିକ ରୋଡମ୍ୟାପ ପ୍ରସ୍ତୁତ କରିଥିଲା। ଆତ୍ମନିର୍ଭରଶୀଳତା, ନବସୃଜନ ଏବଂ ନାଗରିକ ସଶକ୍ତିକରଣ ଉପରେ ତୀକ୍ଷ୍ଣ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ରାଷ୍ଟ୍ରରୁ ବିଶ୍ୱ ସ୍ତରରେ ଆତ୍ମବିଶ୍ୱାସୀ, ବୈଷୟିକ ଦୃଷ୍ଟିରୁ ଉନ୍ନତ ଏବଂ ଆର୍ଥିକ ଦୃଷ୍ଟିରୁ ସଶକ୍ତ ଦେଶ ଭାବେ ଭାରତର ଯାତ୍ରା ଉପରେ ଆଲୋକପାତ କରିଥିଲେ। ପ୍ରମୁଖ ବିଶେଷତ୍ୱ ଏବଂ ଘୋଷଣା : ୧. କୌଣସି ବ୍ଲାକମେଲ ନାହିଁ, କୌଣସି ଆପୋଷ ବୁଝାମଣା ନାହିଁ : ପହଲଗାମ ଆକ୍ରମଣ ପରେ କରାଯାଇଥିବା ଅପରେସନ ସିନ୍ଦୁରକୁ ଭାରତର ରଣନୈତିକ ସ୍ୱାୟତ୍ତତାର ପ୍ରଦର୍ଶନ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ। ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଏହି ଅପରେସନ ଆତଙ୍କବାଦୀ ନେଟୱାର୍କ ଏବଂ ପାକିସ୍ତାନରେ ଥିବା ସେମାନଙ୍କର ଭିତ୍ତିଭୂମିକୁ ଧ୍ୱଂସ କରିଦେଇଥିଲା, ଯାହା ଏକ ନୂତନ ଯୁଗର ସଙ୍କେତ ଦେଇଥିଲା ଯେଉଁଠାରେ ଭାରତ ଆଉ ଆଣବିକ ବ୍ଲାକମେଲ୍ କିମ୍ବା ବିଦେଶୀ ସର୍ତ୍ତାବଳୀ ଉପରେ ଧମକ ଗ୍ରହଣ କରିବ ନାହିଁ। ୨. ଆତ୍ମନିର୍ଭର ଭାରତ, ପ୍ରଯୁକ୍ତିବିଦ୍ୟା, ଶିଳ୍ପକୁ ସୁଦୃଢ଼ କରିଛି : ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଅନ୍ୟମାନଙ୍କ ଉପରେ ନିର୍ଭରଶୀଳତା ଏକ ରାଷ୍ଟ୍ରର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇଥାଏ। ଏହା ଦୁର୍ଭାଗ୍ୟଜନକ ଯେତେବେଳେ ନିର୍ଭରଶୀଳତା ଏକ ବିପଜ୍ଜନକ ଅଭ୍ୟାସରେ ପରିଣତ ହୁଏ। ସେଥିପାଇଁ ଆମକୁ ଆତ୍ମନିର୍ଭରଶୀଳ ହେବା ପାଇଁ ସଚେତନ ଏବଂ ପ୍ରତିବଦ୍ଧ ରହିବା ଆବଶ୍ୟକ। ଆତ୍ମନିର୍ଭରଶୀଳତା କେବଳ ରପ୍ତାନି, ଆମଦାନୀ, ଟଙ୍କା କିମ୍ବା ଡଲାର ବିଷୟରେ ନୁହେଁ। ଏହା ଆମର ସାମର୍ଥ୍ୟ, ନିଜସ୍ୱ ଭାବରେ ଠିଆ ହେବା ପାଇଁ ଆମର ଶକ୍ତି ବିଷୟରେ । “ ୩. “ବିଶ୍ୱର ଔଷଧ କ୍ଷେତ୍ର” ଭାବେ ଭାରତର ସାମର୍ଥ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ଔଷଧ ଏବଂ ନବସୃଜନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ଲାଗି ଦେଶକୁ ଅନୁରୋଧ କରିଥିଲେ। ସେ ପଚାରିଥିଲେ, “ଆମେ ମାନବତାର କଲ୍ୟାଣ ପାଇଁ ସର୍ବୋତ୍ତମ ଏବଂ ସବୁଠାରୁ ଶସ୍ତା ଔଷଧ ଯୋଗାଇବା ଉଚିତ୍ ନୁହେଁ କି?” ୪. ମିଶନ ସୁଦର୍ଶନ ଚକ୍ର, ରଣନୈତିକ ପ୍ରତିରକ୍ଷା ବୃଦ୍ଧି : ଭାରତର ଆକ୍ରମଣାତ୍ମକ ଏବଂ ପ୍ରତିରୋଧ କ୍ଷମତାକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ସମୃଦ୍ଧ ସାଂସ୍କୃତିକ ଏବଂ ପୌରାଣିକ ଐତିହ୍ୟରୁ ପ୍ରେରଣା ନେଇ ମିଶନ ସୁଦର୍ଶନ ଚକ୍ରର ଶୁଭାରମ୍ଭ କରିଥିଲେ। ସେ କହିଥିଲେ,…

ଚାଷୀମାନେ ଭାରତର ମେରୁଦଣ୍ଡ

 79ତମ ସ୍ୱାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର କୃଷକମାନଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ସେମାନଙ୍କୁ ଦେଶର ନିର୍ଭରଶୀଳତାରୁ ଆତ୍ମନିର୍ଭରଶୀଳତା ଯାତ୍ରାର ମେରୁଦଣ୍ଡ…