ରାଜ୍ୟସଭାରେ ଆଜି ଭାରତୀୟ ବନ୍ଦର ବିଲ୍, 2025 ପାରିତ ହୋଇଛି, ଏହା ଭାରତୀୟ ବନ୍ଦର ଆଇନ, 1908 ର ପରିବର୍ତ୍ତନ ନିମନ୍ତେ ଏକ ବ୍ୟାପକ ସଂସ୍କାର, ଯାହା ଏକ ଶତାବ୍ଦୀରୁ ଅଧିକ…
Year: 2025
ଖୁବ ଶୀଘ୍ର ରାଜ୍ୟରେ ୧୮୪୦ ଡାକ୍ତର ତଥା ମେଡିକାଲ ଅଫିସର ନିଯୁକ୍ତି ପାଇବେ ଏବଂ ଆହୁରି ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ମଧ୍ୟ ନିଯୁକ୍ତି ପାଇବେ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା…
୧୦୦ ଜଣ ଯକ୍ଷ୍ମା (ଟିବି) ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ ଲାଗି ରାଜ୍ୟପାଳଙ୍କ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ…
ମିଥ୍ୟା ଅଭିଯୋଗ ପାଇଁ ରାହୁଲ ଦେଶବାସୀଙ୍କୁ କ୍ଷମା ମାଗିବେ
ଭୋଟର ତାଲିକା ଓ ଭୋଟ ଦାନକୁ ଏକାଠି କରି ରାହୁଲ ନିର୍ବାଚନ ଆୟୋଗଙ୍କ ବିରୋଧରେ ଯେଉଁ ଅଭିଯୋଗ କରିଛନ୍ତି ତାହା ଭିତ୍ତିହୀନ।…
ଅପରେସନ ‘ସିନ୍ଦୂର’ ସମୟରେ ଭାରତୀୟ କ୍ଷେପଣାସ୍ତ୍ର ଆକ୍ରମଣରୁ ବର୍ତ୍ତିବା ଲାଗି ପାକ୍ ନୌସେନା ଆତ୍ମଗୋପନ କରିଥିଲା
ପହଲଗାଓଁ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବା ଲାଗି ଭାରତ ଗେତ ମେ ୭ ତାରିଖ ଭୋର ସମୟରେ ଅପରେସନ ‘ସିନ୍ଦୂର’ ଆରମ୍ଭ…
ଏନଡିଏ ପକ୍ଷରୁ ଘୋଷିତ ପ୍ରାର୍ଥୀ ଚନ୍ଦ୍ରପୁରମ୍ ପନ୍ନୁସ୍ବାମୀ ରାଧାକୃଷ୍ଣନଙ୍କ ପ୍ରତି ସମର୍ଥନ ଘୋଷଣା କରିଛି ୱାଇଏସ୍ଆରସିପି
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଶାସକ ଏନଡିଏ ପକ୍ଷରୁ ଘୋଷିତ ପ୍ରାର୍ଥୀ ଚନ୍ଦ୍ରପୁରମ୍ ପନ୍ନୁସ୍ବାମୀ ରାଧାକୃଷ୍ଣନଙ୍କ ପ୍ରତି ସମର୍ଥନ ଘୋଷଣା କରିଛି…
ଶ୍ରୀକ୍ଷେତ୍ରରେ ଶ୍ରୀକୃଷ୍ଣ ଲୀଳା ଆରମ୍ଭ
ପୁରୀ: ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥୁରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ସହ ଶ୍ରୀମନ୍ଦିର ଏବଂ ଶ୍ରୀକ୍ଷେତ୍ରରେ ଶ୍ରୀକୃଷ୍ଣ ଲୀଳା ଆରମ୍ଭ…
ଲାଇଭ୍ ହେଲା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପୋର୍ଟାଲ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିଜର ଦ୍ୱାଦଶ ସ୍ୱାଧୀନତା ଦିବସ ଭାଷଣରେ ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧିନରେ ପଞ୍ଜୀକରଣକୁ ସହଜ କରୁଥିବା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପୋର୍ଟାଲ୍ ଲାଇଭ୍ ହୋଇଛି। କେନ୍ଦ୍ର କ୍ୟାବିନେଟ ୧ ଜୁଲାଇ, ୨୦୨୫ ରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ନାମକ ଏକ ନିଯୁକ୍ତି-ସଂଯୁକ୍ତ ପ୍ରୋତ୍ସାହନ ଯୋଜନାକୁ ଅନୁମୋଦନ କରିଥିଲେ। ୯୯,୪୪୬ କୋଟି ଟଙ୍କାର ବ୍ୟୟ ସହିତ, ଏହି ଯୋଜନା ଦୁଇ ବର୍ଷ ମଧ୍ୟରେ ଦେଶରେ ୩.୫ କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟିକୁ ପ୍ରେତ୍ସାହିତ କରିବା ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଉତ୍ପାଦନ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦେଇ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି, ନିଯୁକ୍ତି ସୁଯୋଗ ଏବଂ ସାମାଜିକ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି। ଏହି ଯୋଜନାର ଲାଭ ୧ ଅଗଷ୍ଟ, ୨୦୨୫ ରୁ ୩୧ ଜୁଲାଇ, ୨୦୨୭ ମଧ୍ୟରେ ସୃଷ୍ଟି ହୋଇଥିବା ନିଯୁକ୍ତି ପାଇଁ ପ୍ରଯୁଜ୍ୟ ହେବ। ଏହି ଯୋଜନା ଅଧିନରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ନୂତନ ନିଯୁକ୍ତିପ୍ରାପ୍ତ ଯୁବକ ଯୁବତୀଙ୍କୁ ଦୁଇଟି କିସ୍ତିରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏବଂ ନିଯୁକ୍ତିଦାତାଙ୍କୁ ପ୍ରତି ନୂତନ କର୍ମଚାରୀ ପିଛା ମାସକୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ପ୍ରଦାନ କରାଯିବ। ଯୋଜନାର ଭାଗ ଏ ଅନ୍ତର୍ଗତ ପ୍ରଥମ ଥର ପାଇଁ ଚାକିରି ଖୋଜୁଥିବା ବ୍ୟକ୍ତିମାନଙ୍କୁ ସମସ୍ତ ଦେୟ ଆଧାର ବ୍ରିଜ୍ ପେମେଣ୍ଟ ସିଷ୍ଟମ୍ (ଏବିପିଏସ) ବ୍ୟବହାର କରି ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର (ଡିବିଟି) ମୋଡ୍ ମାଧ୍ୟମରେ କରାଯିବ। ଭାଗ ବି ଅନ୍ତର୍ଗତ ନିଯୁକ୍ତିଦାତାମାନଙ୍କୁ ଦେୟ ସିଧାସଳଖ ସେମାନଙ୍କର ପାନ-ଲିଙ୍କ୍ ହୋଇଥିବା ଆକାଉଣ୍ଟରେ କରାଯିବ। ନିଯୁକ୍ତିଦାତାମାନେ ଏବେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପୋର୍ଟାଲ୍ (https://pmvbry.epfindia.gov.in କିମ୍ବା https://pmvbry.labour.gov.in) ପରିଦର୍ଶନ କରି ଏକକାଳୀନ ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ କରିପାରିବେ। ସମସ୍ତ ପ୍ରଥମ ଥର ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଉମଙ୍ଗ ଆପରେ ଉପଲବ୍ଧ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି (ଏଫଏଟି) ମାଧ୍ୟମରେ ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର (ୟୁଏଏନ) ଜେନେରେଟ୍ କରିବାକୁ ପଡିବ।
ପରଜଙ୍ଗ ଗାଁରେ ସହିଦ ଓଡ଼ିଆ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ
ପରଜଙ୍ଗ ଗାଁରେ ସହିଦ ଓଡ଼ିଆ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ । ଆଜି ପହଞ୍ଚିଲା କିସ୍ତୱାରରେ ସହୀଦ ଓଡ଼ିଆ ବୀର ଯବାନ ମନୋଜ…
ଆତ୍ମନିର୍ଭର ଭାରତ ପାଇଁ ଇନୋଭେସନକୁ ଆଗେଇ ନେବା
ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୭ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଆଇଆଇଟି ଦିଲ୍ଲୀ ପରିଦର୍ଶନ କରିବା ସହ ସ୍ନାତକ, ସ୍ନାତକୋତ୍ତର ଏବଂ ପିଏଚଡ଼ି ଛାତ୍ରଛାତ୍ରୀ, ଉଦ୍ଭାବକ ଏବଂ ଗବେଷକଙ୍କ…