Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋ ହତ୍ୟା କରୁଥିବା ବ୍ୟକ୍ତି ନର୍କରେ ରୁହେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋ ହତ୍ୟା କରୁଥିବା ବ୍ୟକ୍ତି ନର୍କରେ ରୁହେ


ନୂଆଦିଲ୍ଲୀ ; ଗୋ ହତ୍ୟା ବନ୍ଦ ଏବଂ ଗାଈଙ୍କୁ “ସଂରକ୍ଷିତ ଜାତୀୟ ପଶୁ’ ଘୋଷଣା କରିବାକୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଂଚ ଦାବି କରିଛି । ଏଥିପାଇଁ ଏକ ଆଇନ ଆଣିବାକୁ କୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ଆହ୍ୱାନ କରିଛନ୍ତି । ବେଂଚ କହିଛନ୍ତି ଯେ, ଜଣେ ଗୋ ହତ୍ୟା କରୁଥିବା ବ୍ୟକ୍ତି ନର୍କରେ ରୁହେ । କେନ୍ଦ୍ର ସରକାରଙ୍କୁ ଗାଈ ହତ୍ୟାକୁ ନିଷିଦ୍ଧ କରିବା ସହ ଏମାନଙ୍କୁ ସଂରକ୍ଷିତ ପ୍ରାଣୀ ଘୋଷଣା କରନ୍ତୁ । ଗୋ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ବ୍ୟକ୍ତିଙ୍କ ଆବେଦନ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ଶାମିନ୍ ଅହମ୍ମଦ କହିଛନ୍ତି ଯେ, ଭାରତ ଏକ ଧର୍ମନିରପେକ୍ଷ ଦେଶ ହୋଇଥିବାରୁ ହିନ୍ଦୁ ଧର୍ମ ସମେତ ସମସ୍ତ ଧର୍ମକୁ ସମ୍ମାନ ଦିଆଯିବା ଉଚିତ । ଗାଈମାନଙ୍କୁ ସୁରକ୍ଷା ସମ୍ମାନ ଦିଆଯିବା ଉଚିତ । ଗୋ ହତ୍ୟା କରିବା ଏବଂ ମାଂସ ବିକିବା ଅଭିଯୋଗରେ ବାରବାଙ୍କିର ଜଣେ ବ୍ୟକ୍ତିଙ୍କ ବିରୋଧରେ କୋର୍ଟ ଏଫଆଇଆର ନେବାକୁ ମନା କରିଦେଇଥିଲେ ।

Leave a Reply