ଶ୍ରୀରାମ ନବମୀରେ ବିଶାଳ ହିନ୍ଦୁ ସମାବେଶ ପାଇଁ ପ୍ରସ୍ତୁତି ବୈଠକ

ଦଶପଲ୍ଲା ବିଶ୍ୱହିନ୍ଦୁ ପରିଷଦ ଓ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଆସନ୍ତା ଶ୍ରୀ ରାମ ନବମୀରେ ଦଶପଲ୍ଲାରେ ଏକ ବିଶାଳ ହିନ୍ଦୁ ସମାବେଶ ସହିତ ଶୋଭାଯାତ୍ରା ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଅନ୍ନପୁର୍ଣ୍ଣା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱହିନ୍ଦୁ ପରିଷଦର ସମ୍ପାଦକ ଶ୍ରୀ ରାଧାମୋହନ ସାହୁ ଓ ରଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଆବାହାକ ଶ୍ରୀ ସିତିକାନ୍ତ ମିଶ୍ରଙ୍କ ତତ୍ୱାବଧାନରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ଦଶପଲ୍ଲା , ଗଣିଆ ଓ ନୁଆଗାଁ ପ୍ରଭିତି ସ୍ଥାନରୁ ହଜାର ହଜାର ହିନ୍ଦୁ ଭାଇ, ସମାଜସେବୀ ରାମ ଭକ୍ତ ଗଣ ଏହି ସମାବେଶରେ ଭାଗ ନେବାକୁ ଅନୁରୋଧ କରାଯାଇଥିବା ବେଳେ ଏହି ଶୋଭାଯାତ୍ରା ଶ୍ରୀରାମ ନବମୀ ଦିନ ଦିନ ୨ଟା ସମୟରେ ମହାବୀର ମନ୍ଦୀର ଠାରୁ ବାହାରି ଖମାରସାହି ପର୍ଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଅପରାହ୍ନ ୪ ଘଣ୍ଟିକା ସମୟରେ ସ୍ଥାନୀୟ ଗାନ୍ଧୀମୈଦାନ ଠାରେ ଏକ ବିଶାଳ ସଭାର ଆୟୋଜନ କରାଯିବ । ତେବେ ଏଭଳି ଏକ ବିଶାଳ ହିନ୍ଦୁ ସମାବେଶରେ ଯୋଗଦେବାକୁ ସ୍ଥାନୀୟ ଅଂଚଳର ଲୋକଙ୍କ ମଧ୍ୟରେ ବେଶ ଉକôଣ୍ଠା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *