ହିନ୍ଦୁ ନବବର୍ଷ କମିଟି ପକ୍ଷରୁ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ଭାରତୀୟ ନବବର୍ଷ ପାଳନ

ବାଲେଶ୍ୱର: ହିନ୍ଦୁ ନବବର୍ଷ କମିଟି ପକ୍ଷରୁ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ଭାରତୀୟ ନବବର୍ଷ ପାଳନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ସମୟରେ ବେଦପାଠ ସହ ବିଶ୍ୱ ଶାନ୍ତି ପୂଜା, ହୋମଯଜ୍ଞ ପ୍ରଭୃତି କରାଯାଇଥିଲା । ସନ୍ଧ୍ୟାରେ ଇସ୍କନ ଦ୍ୱାରା ନାମ ସଂକୀର୍ତ୍ତନ ସହ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କମିଟିର ଅଧ୍ୟକ୍ଷ ଆଲୋକ କୁମାର ପଣ୍ଡା ମଞ୍ଚ ପରିଚାଳନ କରି ଏହାର ଐତିହାସିକ ପୃଷ୍ଠଭୂମି ଓ ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଡାକ୍ତର ସନତ କୁମାର ଦାଶ ଓ ସଂଞ୍ଜୟ ମହାପାତ୍ର ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । କମିଟିର ସମ୍ପାଦକ ପ୍ରଶାନ୍ତ ନାୟକ କମିଟି ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମର ବିବରଣୀ ପାଠ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ସହ ଭାରତୀୟ ସଂସ୍କୃତି ଉପରେ ଆୟୋଜିତ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଏଥିରେ ପୁରସ୍କୃତ କରାଯାଇଥିଲା । ସଂଗଠନର ବରିଷ୍ଠ କାର୍ଯ୍ୟକର୍ତ୍ତା ସୁଧାକର ପାଢ଼ୀ, ରଜନୀକାନ୍ତ ଶତପଥୀ, ଡ. କ୍ଷୀତେଶ୍ୱର ଦାଶ, ନିମାଇ ଚରଣ ଅଧିକାରୀ, ଭାଗ୍ୟରଂଜନ ନାୟକ, ଦେବବ୍ରତ ଦାସ, ଅଶୋକ କୁମାର ବଗୁଡାଇ, ଚିତ୍ତରଞ୍ଜନ ଦାସ, ହେମଲତା ସାହୁ, ଦୀପ୍ତିମୟୀ ମହାପାତ୍ର, ଜୋର୍ତିମୟ ପରିଡ଼ା ପ୍ରମୁଖ ଏଥିରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *