ରୋଧପୁର ସ୍ଥିତ ଶାରଳା ମଣ୍ଡପ ଠାରେ ହିନ୍ଦୁ ନବବର୍ଷ

ସାଲେପୁର : ଅଟଳ ସେନା ରାଜ୍ୟ ଶାଖା ପକ୍ଷରୁ ରୋଧପୁର ସ୍ଥିତ ଶାରଳା ମଣ୍ଡପ ଠାରେ ହିନ୍ଦୁ ନବବର୍ଷ ଓ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଟଳ ସେନାର ରାଜ୍ୟ ଉପଦେଷ୍ଟା ଦୀନବନ୍ଧୁ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଟଳ ସେନାର ରାଜ୍ୟ ସଭାପତି ଦିବାକର ପ୍ରଧାନ ଆନୁଷ୍ଠାନିକ ଭାବେ ଏହି ଆଲୋଚନାଚକ୍ରକୁ ଉଦ୍ଘାଟନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିପିନ ବିହାରୀ କର ଯୋଗ ଦେଇ ହିନ୍ଦୁ ନବବର୍ଷର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିବା ସହ ପରସ୍ପର ମଧ୍ୟରେ ଭାଇଚାରା ସଂପର୍କକୁ ସୁଦୃଢ଼ କଲେ ଭାରତ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ସେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ଡାକ୍ତର ନୃସିଂହ ଚରଣ ପରିଜା, ଅନ୍ୟତମ ଅତିଥି ଭାବେ ତପନ କୁମାର ଭୂୟାଁ, ଅଧ୍ୟାପକ ବଲାହି ଚରଣ ନାୟକ, ସାମ୍ବାଦିକ ଅକ୍ଷୟ କୁମାର ଦାଶ, ସନ୍ତୋଷ କୁମାର ଶତପଥୀ, କବି ଚନ୍ଦ୍ରମଣି ଭୂୟାଁ, କୁଂଜମୋହନ ସେଠୀ, ଝରିସୁନ୍ଦର ମଲ୍ଲିକ, ଅଭୟ କୁମାର ଭୂୟାଁ, ସମ୍ବିତ କୁମାର ଦାସ, ଭିକାରୀ ଚରଣ ବେହେରା, କିରଣ କୁମାର ଭୂୟାଁ, ବିବେକାନନ୍ଦ ଜେନା, ଅନନ୍ତ ଚରଣ ଦାଶ, ଶିବଚରଣ ଜେନା, ଅବିନାଶ ପାଇକରାୟ, ଶୁଭାଶିଷ ବାରିକ, ସତ୍ୟରଂଜନ ପଣ୍ଡା, କୃଷ୍ଣଚନ୍ଦ୍ର ବାରିକ, ଶିଶିର କାଣ୍ଡି, ସସ୍ମିତା ବେହେରା, ଦୟାନିଧି ସାହୁ, ଧନେଶ୍ୱର ସାମଲ, କବିତା ନାଥ, ପ୍ରମୁଖ ଉପସ୍ଥିତ ରହି ହିନ୍ଦୁ ନବବର୍ଷର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *