Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହରିଚନ୍ଦନପୁରର ୪୦ ଚାଷୀ ସୋରିଷ ଚାଷକରି ଉଦାହରଣ ପାଲଟିଛନ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହରିଚନ୍ଦନପୁରର ୪୦ ଚାଷୀ ସୋରିଷ ଚାଷକରି ଉଦାହରଣ ପାଲଟିଛନ୍ତି

ବ୍ରାହ୍ମଣିପାଳ: କେନ୍ଦୁଝର ଜିଲ୍ଲାର ପ୍ରକୃତି କୂଳରେ ମାଟି, ପାଣି ଓ ଖଣିଜ ପଦାର୍ଥର ବିପୁଳ ଉତ୍ସ ସହିତ କେନ୍ଦୁଝର ଜିଲ୍ଲା ଏକ ଖଣିଜ ସମ୍ପଦ ଜିଲ୍ଲା ଭାବରେ ଦେଶରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି । କେବଳ ସେତିକି ନୁହେଁ ଏଠାକାର ଉପର ମାଟି ମଧ୍ୟ ବହୁ ମୂଲ୍ୟବାନ । ଦିନକୁ ଦିନ ଖାଇବା ତେଲର ମୂଲ୍ୟ ବୃଦ୍ଧି ମୁଣ୍ଡବିନ୍ଧା କାରଣ ହୋଇଥିବା ବେଳେ ଏହି ସମସ୍ୟାର ମୁକ୍ତି ପାଇବା ଉଦେ୍ଦଶ୍ୟରେ ସର୍ବ ଭାରତୀୟ ସୋରିଷ ଗବେଷଣା ପ୍ରତିଷ୍ଠାନର ପ୍ରକଳ୍ପ ସହାୟତାରେ କରାଯାଇଥିବା ସୋରିଷ ଫୁଲ ଚାଷ ପାଇଁ ମଧ୍ୟ କେନ୍ଦୁଝର ମାଟି ସର୍ବକୋଷ୍ଠ ବୋଲି ପ୍ରମାଣିତ ହୋଇଛି । ହରିଚନ୍ଦନପୁର ବ୍ଲକ ଜୁଙ୍ଗା ଗ୍ରାମପଞ୍ଚାୟତ ଭଗାମୁଣ୍ଡା ଓ ସାନ ନୂଆଗାଁ ଗ୍ରାମର ୪୦ ଜଣ ଚାଷୀ ୩୦ ଏକରରୁ ଉର୍ଦ୍ଧ୍ୱ ଜମିରେ ସୋରିଷ ଚାଷ କରିଛନ୍ତି । ଏବେ ସେମାନଙ୍କ କ୍ଷେତରେ ଖିଲି ଖିଲି ହସୁଛି ହଳଦୀ ସୋରିଷ ଫୁଲ । ଭାଗମୁଣ୍ଡା ଗ୍ରାମର ଚାଷୀ ଦୋଳ ଗୋବିନ୍ଦ ମହାକୁଡ଼, ତ୍ରିଲୋଚନ ମହାକୁଡ଼, ବଳା ମହାନ୍ତ, ବୁଧିରାମ ମହାନ୍ତ, ଦିଗାମ୍ବର ସାହୁ, ଗଙ୍ଗାଧର ପାତ୍ର, ଫକୀର ପାତ୍ର, ଆରତ ବାରିକ ଓ ସାନ ନୂଆଗାଁ ଗ୍ରାମର ପୂର୍ଣଚନ୍ଦ୍ର ମହାନ୍ତ, କିଶୋର ମାଝୀ, ଅନାମ ମାଝୀଙ୍କ ସମେତ ଗ୍ରାମର ଅନ୍ୟ ଚାଷୀ ମାନେ ସୋରିଷ ଚାଷ କରୁଛନ୍ତି । ସର୍ବ ଭାରତୀୟ ସୋରିଷ ଗବେଷଣା ପ୍ରତିଷ୍ଠାନ, ରାନୀତାଲ ଭଦ୍ରକ ପକ୍ଷରୁ ଚାଷୀଙ୍କୁ ମଞ୍ଜି, ଔଷଧ ଓ ଅଣୁସାର ପ୍ରଦାନ କରାଯାଇଅଛି । ଜୁଙ୍ଗା ପଞ୍ଚାୟତ ସ୍ଥିତ ଆଞ୍ଚଳିକ ବିକାଶ ମଞ୍ଚର ସ୍ୱେଚ୍ଛାସେବୀ ମନୋଜ କୁମାର ପଟେଲ, ତ୍ରିଲୋଚନ ମହାନ୍ତ, ଅଜୟ କୁମାର ପାତ୍ରଙ୍କ ପ୍ରତ୍ୟେକ ତତ୍ତ୍ୱବଧାନ ଓ ବୈଷୟିକ ସହାୟତା ପ୍ରଦାନ କରୁଛନ୍ତି । ଚାଷର ପଦ୍ଧତି ଅନୁସାରେ ଜମି ବେଉଷଣ ପରେ ନଭେମ୍ବର ମାସରେ ୨ କିଗ୍ରା ସୁଶ୍ରୀ କିସମର ବିଶୋଧିତ ସୋରିଷ ମଞ୍ଜି ବୁଣା ଯାଇଛି । ତେବେ ଚାଷୀ ମାର୍ଚ୍ଚ ମାସରେ ସୋରିଷ ଅମଳ କରିବା ଲକ୍ଷ୍ୟ ରଖିଛି । ଏକର ପିଛା ୨ କିଗ୍ରା ମଞ୍ଜି ବୁଣି ୩ ରୁ ୫ କୁଇଣ୍ଟାଲ ସୋରିଷ ଅମଳ କରିବାର ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନ କୁଇଣ୍ଟାଲ ପିଛା ଦର ୭ ହଜାର ରୁ ୮ ହଜାର ଟଙ୍କା ରହିଥିବା ବେଳେ ଏକର ପିଛା ୩୦ ଯାହାର ଟଙ୍କା ରୋଜଗାର କରିବା ଆଶା ରଖିଛନ୍ତି ଚାଷୀ ଭାଇ । ବର୍ତମାନ ବିସ୍ତୀର୍ଣ୍ଣ କ୍ଷେତରେ ହଳଦୀ ରଙ୍ଗର ଫୁଲ ସମସ୍ତଙ୍କୁ ଆକୃଷ୍ଟ କରୁଛି । ପ୍ରତ୍ୟେକ ଦିନ ପ୍ରକୃତି ପ୍ରେମୀ ଓ ୟୁଟୁବର ସୋରିଷ ଫୁଲ କ୍ଷେତକୁ ଆସି ଫଟୋ ଉଠାଇ ମଜା ନେଉଛନ୍ତି । ମୂଲ୍ୟବାନ ତୈଳବୀଜ ଫସଲ ଭାବେ ପରିଗଣିତ ସୋରିଷ ଫୁଲ ଚାଷ ପାଇଁ କେନ୍ଦୁଝର ମାଟି ବେଶ ଉପଯୋଗୀ ହେବ ବୋଲି ପ୍ରଦପ ପ୍ରଜନନ ଆନୁବଂଶିକ ବୈଜ୍ଞାନିକ ଡଃ ଚିନ୍ମୟ କୁମାର ଦାସ ମତ ପ୍ରକାଶ କରିବା ସହିତ ଏଥି ପାଇଁ ବ୍ୟାପକ ସଚେତନ ସହିତ ଚାଷୀ ମାନଙ୍କ ଦକ୍ଷତା ବୃଦ୍ଧି କରାଯିବାର ଲକ୍ଷ୍ୟ ରହିଥିବା କହିଥିଲେ ।

Leave a Reply