Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ୟନିଟ୍-୮ର ବାର୍ଷିକ ଜେଜେବାପା ଜେଜେମା’ ସମ୍ମିଳନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ୟନିଟ୍-୮ର ବାର୍ଷିକ ଜେଜେବାପା ଜେଜେମା’ ସମ୍ମିଳନୀ


ଭୁବନେଶ୍ୱର: ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ୟନିଟ୍୮ର ବାର୍ଷିକ ଜେଜେବାପା ଜେଜେମା’ ସମ୍ମିଳନୀ ଏକ ବର୍ଣ୍ଣାଢ୍ୟ ପରିବେଶରେ ବିଦ୍ୟାଳୟସ୍ଥିତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପରିବ୍ରାଜକ ତଥା ପ୍ରବଚକ ମା ଶ୍ରୀଯୁକ୍ତ ପ୍ରମୋଦ କୁମାର ମହାପାତ୍ର ଯୋଗ ଦେଇ ସାଂପ୍ରତିକ ପରିସ୍ଥିତିରେ ଜେଜେବାପା ଜେଜେ ମା’ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ମଂଚାସୀନ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ପରିଚାଳନା ସମିତିର ସଭାପତି ମା ଶ୍ରୀଯୁକ୍ତ ରଘୁନାତ ନନ୍ଦ, ସମ୍ପାଦକ ଶ୍ରୀଯୁକ୍ତ ସ୍ୱଦେଶ ରଂଜନ ମିଶ୍ର ଓ ଅଳଙ୍କୃତ କରିଥିଲେ । ଶିଶୁମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଜେଜେ ବାପା ଜେଜେ ମା’ମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟ କ୍ରମଟିକୁ ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପ୍ରଧାନ ପରିଚାଳନା କରିଥିଲେ । ସୁପ୍ତି ପୃଷ୍ଟି, ଲାବଣ୍ୟ ଜେନା, ପ୍ରଭାତୀ ପୃଷ୍ଟି ଓ ଗଙ୍ଗାଧର ଷଡଙ୍ଗୀ ପ୍ରମୁଖ ଆଚାର୍ଯ୍ୟ/ଆଚାର୍ଯ୍ୟା ସହଯୋଗ କରିଥିଲେ ।

Leave a Reply