ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ବାର୍ଷିକୋତ୍ସବ


ହିନେ୍ଦାଳ: ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳ ଉପଖଣ୍ଡ ସାତମାଇଲ ସ୍ଥିତ ଶିକ୍ଷା ବିକାଶ ସଂସ୍ଥାନ ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୨୦ ତାରିଖ ଶୁକ୍ରବାର ପ୍ରଥମ ବାର୍ଷିକୋତ୍ସବ ଖୁବ ଧୁମାଧାମରେ ପାଳିତ ହୋଇ ଯାଇଛି । ପରିଚାଳନା କମିଟି ସଭାପତି ସୁକାନ୍ତ କୁମାର ମାଝୀଙ୍କ ପୌର ହିତ୍ୟରେ ଅନୁଷ୍ଟିତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥିଭାବେ ହିନେ୍ଦାଳର ପ୍ରିୟ ବିଧାୟିକା ସୀମାରାଣୀ ନାୟକ , ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧ୍ୟାପକ ରମେଶ ଚନ୍ଦ୍ର ସାହୁ ଏବଂ ସମ୍ମାନିତ ଅତିଥିଭାବେ ହିନେ୍ଦାଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବରୁଣ ସର , ସ୍ଥାନିୟ ଜିଲ୍ଲା ପରିଷଦ ସଦସ୍ୟ ସୁମନ୍ତ ଦେହୁରୀ , ନୁଆବଗ ସରପଞ୍ଚ ମାନସ ଦେହୁରୀ , ଦୁଦୁରୁକୋଟ ସରପଞ୍ଚ ମନୋଜ ବେହେରା , ରାସୋଳ ସରପଞ୍ଚ ଦିବାକର ନାଏକ ଓ ସାମାଜିକ କର୍ମି ସୁଶାନ୍ତ ତ୍ରିପାଠୀ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ପ୍ରାରମ୍ଭରେ ସ୍ୱାଗତ ସଂଗିତ ଗାନ ପରେ ଅତିଥିବୃନ୍ଦ ଶିକ୍ଷାନୁଷ୍ଟାର ଉତୋରତ୍ତର ଉନ୍ନତି କାମନା କରିବା ସହ ପ୍ରତ୍ୟକ ଶିଶୁ ନିଜର ଲୁକାୟିତ ପ୍ରତିଭାକୁ ପରିପ୍ରକାଶ କରି ଜଣେ ଜଣେ ଭଲ ମଣିଷ ହେବାକୁ ଶୁଭାଶୀର୍ବାଦ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟା ବିନୋଦିନୀ ଧର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ସମୟରେ ପରିଚାଳନା କମିଟି ସଂପାଦକ ଅରୁଣ ସାହୁ ଅତିଥି ପରିଚୟ ସହ ମଞ୍ଚ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିବୃନ୍ଦଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଯାଇଥିଲେ । ଏହା ପରେ ମାମା ଗୁରୁମା ଙ୍କ ସଂଯୋଜନାରେ କୁନାକୁନି ପିଲା ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁମା କାର୍ଯ୍ୟ କ୍ରମରେ ସକ୍ରିୟ ସହଯୋଗ କରିଥିବା ସମୟରେ ଶେଷରେ ମୌସୁମୀ ଗୁରୁମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *