କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବିଂଶତମ ବାର୍ଷିକ ଉତ୍ସବ

ତାଳଚେର : ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଂଶତମ ବାର୍ଷିକ ଉସôବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦୁର୍ଯେ୍ୟାଧନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ତାଳଚେର ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ରଥ,ସମ୍ମାନୀତ ଅତିଥି ଭାବରେ ଏମ୍ସିଏଲ୍ ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ଅରୁଣ କୁମାର ସ୍ୱର୍ଣ୍ଣକାର ଓ ମୁଖ୍ୟ ବକ୍ତା ଭାବରେ ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ସାଧାରଣ ସଂପାଦକ ପଣ୍ଡିତ ମହେଶ ସାହୁ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟବକ୍ତା ପଣ୍ଡିତ ମହେଶ ସାହୁ ନିଜ ଅଭିଭାଷଣରେ ନୈତିକ ଶିକ୍ଷା,ଉତମ ଚରିତ୍ର ଓ ସଂସ୍କାରବାନ ନାଗରିକ ଗଢିବାରେ ଶିଶୁମନ୍ଦିର ହିଁ ପ୍ରକୃଷ୍ଟ ମାଧ୍ୟମ ଅଟେ । ଶିଶୁର ଶାରିରୀକ,ମାନସିକ,ବୌଦ୍ଧିକ ଓ ଆଧ୍ୟାତ୍ମିକ ବିକାଶ ହେଲେ ଭବିଷ୍ୟତରେ ସେ ଜଣେ ସୁନାଗରିକ ହୋଇପାରିବ । ପ୍ରଚଳିତ ଶିକ୍ଷା ସହ ପ୍ରାଚୀନ ଭାରତୀୟ ସଂସ୍କୃତିର ମୂଲ୍ୟବୋଧକୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଜାଣିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀ ରଥ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ସୁନାଗରିକ ହେବା ପାଇଁ ବିଭିନ୍ନ ଉପଦେଶ ଦେବା ସହ ଶିଶୁମନ୍ଦିରର ଶୈକ୍ଷିକ ବ୍ୟବସ୍ଥାର ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ଶ୍ରୀ ସ୍ୱର୍ଣ୍ଣକର ବିଦ୍ୟାଳୟର ପାଠାଗାର ନିମନ୍ତେ ପୁସ୍ତକ ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ । ଏହି ଅବସରରେ କଳମଛୁଇଁ ଗ୍ରାମସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାର ଆନୁକୂଲ୍ୟରେ ପ୍ରକାଶିତ ତ୍ରୟମାସିକ ଶିଶୁ କିଶୋର ପତ୍ରିକା “ଆମ କୁନାକୁନି”ର ମକର ବିଶେଷାଙ୍କକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ତାହାସହିତ ସ୍ଥାନୀୟ ଅଂଚଳର କେତେକ ବିଶିଷ୍ଟ ସମାଜସେବୀ ଓ ସାମ୍ବାଦିକମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର,ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉପଢୌକନ ଦେଇ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆଚାର୍ଯ୍ୟା ପ୍ରିୟଙ୍କା ବେହେରା,ମଳୟ ଦାସ ଓ ଜ୍ୟୋର୍ତିମୟୀ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପସଭାପତି ତପନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ବିକ୍ରମ ଜେନା, କୋଷାଧ୍ୟକ୍ଷ ପଂଚାନନ ବେହେରା, ସଦସ୍ୟା ଅଲୀଅଳି ଦେହୁରୀ, ବରିଷ୍ଠ ଆଚାର୍ଯ୍ୟ ବସନ୍ତ କୁମାର ମହାନ୍ତି, ଅନୀଲ କୁମାର ସାହୁ, ଅଜୟ ସାହୁ, ଚତୁର୍ଭୂଜ ସାହୁ, ବୀଣାପାଣି ବାରିକ, ମୋନାଲିସା ମହାନ୍ତି, ସୁଶ୍ରୀ ତ୍ରିପାଠୀ, ବୈଦେହୀ ସାହୁ, ସବିତା ସାହୁ, ବିକାଶ ଚନ୍ଦ୍ର ପ୍ରଧାନ, କୁମୁଦ ଚନ୍ଦ୍ର ବେହେରା, ଭଗବତୀ ମହାପାତ୍ରଙ୍କ ସମେତ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *