Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରକାର ହେତୁବାଦୀଙ୍କୁ ଦୃଢ଼ ହସ୍ତରେ ଦମନ କରନ୍ତୁ : ହିନ୍ଦୁ ସୁରକ୍ଷା ମଞ୍ଚ ବାରିପଦା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରକାର ହେତୁବାଦୀଙ୍କୁ ଦୃଢ଼ ହସ୍ତରେ ଦମନ କରନ୍ତୁ : ହିନ୍ଦୁ ସୁରକ୍ଷା ମଞ୍ଚ ବାରିପଦା

ବାରିପଦା : ଚଳିତ ବର୍ଷ ହନୁମାନ ଜୟନ୍ତି ପାଳନ ଅବସରରେ ସମ୍ବଲପୁର ଠାରେ ମୁସଲମାନ ମାନଙ୍କ ଦ୍ୱାରା ହୋଇଥିବା ଆକ୍ରମଣ ଓ ପୋଡ଼ା ଜଳା ପରେ ସମଗ୍ର ଓଡ଼ିଶାରେ ଏହାର ପ୍ରତିକ୍ରୀୟା ଦେଖିବାକୁ ମିଳିଛି । ଏହି ଅବସରରେ ଚଳିତ ଏପ୍ରୀଲ ୨୪ ତାରିଖ ସୋମବାର ଦିନ ଉଦଳା ଠାରେ ହିନ୍ଦୁ ସୁରକ୍ଷା ମଂଚ ତରଫରୁ ଏକ ଶୋଭା ଯାତ୍ରା ସହର ପରିକ୍ରମା କରି ଉଦଳା ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ ପହଂଚି ଥିଲା । ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଭାରତ ବର୍ଷରେ ହିନ୍ଦୁ ସୁରକ୍ଷିତ ନରହିବା ଅତ୍ୟନ୍ତ ଦୁଃଖ ଦାୟକ ବିଷୟ ବୋଲି ମଂଚ ତରଫରୁ କୁହାଯାଇଛି । ଭାରତ ମାତା କି ଜୟ, ବନେ୍ଦ ମାତରଂ, ଜୟ ଶ୍ରୀ ରାମ ଇତ୍ୟାଦି ସ୍ଲୋଗାନ ମଞ୍ଚ ତରଫରୁ ଦିଆଯାଇଥିଲା । ଭାରତକୁ ଯଥା ଶିଘ୍ର ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ ବୋଲି ମଞ୍ଚର ବହୁ ସଦସ୍ୟ ମତ ରଖିଥିବାର ଶୁଣିବାକୁ ମିଳିଥିଲା ।

Leave a Reply