ସପ୍ତରଥୀ ଶୈଳୀରେ ବୁଦ୍ଧନାଥ ମନ୍ଦିର

ସପ୍ତରଥୀ ଶୈଳୀରେ ବୁଦ୍ଧନାଥ ମନ୍ଦିର
ବାଲିପାଟଣା: ବାଲିପାଟଣା ଅଞ୍ଚଳର ପ୍ରାଚୀନ ତଥା ପ୍ରସିଦ୍ଧ ଶୈବପୀଠ ବୁଦ୍ଧନାଥ ଦେବ ମନ୍ଦିର ସପ୍ତରଥୀ ଶୈଳୀରେ ନିର୍ମିତ ହୋଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଗାରେଡି ପାଞ୍ଚଣ ଗ୍ରାମରେ ଥ‌ିବା ଏହି ଚିତ୍ତାକର୍ଷକ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ଗଙ୍ଗବଂଶ ରାଜତ୍ଵ ସମୟର। ଗଜପତି ଚୋଡ଼ଗଙ୍ଗ ଦେବ ଏହାକୁ ୧୧ଶ ଶତାବ୍ଦୀ ଶେଷଭାଗରୁ ୧୨ ଶତାବ୍ଦୀ ମଧ୍ଯରେ ନିର୍ମାଣ କରିଥିଲେ । କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଏକାମ୍ର କ୍ଷେତ୍ରର ରାଜାରାଣୀ ମନ୍ଦିର ସହିତ ସାମଞ୍ଜସ୍ୟ ଥ‌ିବା ଏହି ମନ୍ଦିର ରାଜଧାନୀ ଭୁବନେଶ୍ଵରରୁ ପ୍ରାୟ ୧୮ କି.ମି. ଦୂରରେ ରହିଛି। ସପ୍ତରଥୀ ଶୈଳୀରେ ନିର୍ମିତ ଏହି ମନ୍ଦିର ପୂର୍ବମୁଖା । ସମ୍ମୁଖ ଭାଗରେ ମୁକ୍ତି ମଣ୍ଡପ ରହିଛି। ଗବେଷକଙ୍କ ମତରେ ଏହା ବୌଦ୍ଧ ଧର୍ମର ଏକ ତାନ୍ତ୍ରିକ ପୀଠ। ମନ୍ଦିର ସଂଲଗ୍ନ ଜଗମୋହନ କାନ୍ଥରେ ରାଜଦରବାର (3 ହସ୍ତୀଙ୍କ ଶୋଭାଯାତ୍ରାର ପ୍ରତିଚ୍ଛବି ରହିଛି। ମୁଖ୍ୟ ମନ୍ଦିରରେ ବୁଦ୍ଧନାଥ ଦେବଙ୍କ ନାମରେ ଶିବ ପୂଜା ପାଉଛନ୍ତି । ଇତିହାସ କହେ, କଳାପାହାଡ଼ ଆକ୍ରମଣରେ ଧ୍ୱଂସ ପାଇଥିବା ବହୁ ମନ୍ଦିର ମଧ୍ୟରେ ବୁଦ୍ଧନାଥ ମନ୍ଦିର ଅନ୍ୟତମ। ଅବଶ୍ୟ ଏହା ମଧ୍ୟରେ ମନ୍ଦିରର ଭଗ୍ନ ଶୀତାଂଶରେ ପୁନଃ ନିର୍ମାଣ ହୋଇଛି। ମନ୍ଦିର ପରିସରରେ ଯଜ୍ଞ ମଣ୍ଡପ, ରୋଷଶାଳା, ପାର୍ବତୀ ମନ୍ଦିର, ପୂଜା ମଣ୍ଡପ ଏବଂ ପରିସରକୁ ଲାଗି ରହିଛି ୧୦ ଏକର ପରିମିତ ସୁନ୍ଦର ପୁଷ୍କରିଣୀ। ପତ୍ନତତ୍ତ୍ଵ ବିଭାଗର ତତ୍ତ୍ଵାବଧାନ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସହଯୋଗରେ ମନ୍ଦିର ପରିସରର ଉନ୍ନତିକରଣ ଓ ନୂତନ ଅତିଥ୍ କକ୍ଷ ନିର୍ମାଣ କରାଯାଇଛି। ନୀତିକାନ୍ତି ପାଇଁ ଜଳର ଆବଶ୍ୟକତା ପୂରଣ ନିମନ୍ତେ ଏକ ପୁରାତନ ବାମ୍ଫ ରହିଛି। ଗବେଷକଙ୍କ ମତରେ ଏଠାରେ ଥ‌ିବା ସମସ୍ତ ପ୍ରସ୍ତର ମୂର୍ତ୍ତି ଦୁର୍ଲଭ ପ୍ରସ୍ତରରେ ନିର୍ମିତ । ମନ୍ଦିର ପ୍ରବେଶ ଦ୍ଵାରରେ ଚତୁର୍ବାହୁ ଯୁକ୍ତ ଦ୍ଵାରପାଳ ଦଣ୍ଡାୟମାନ । ଏଠାରେ ମହାଦେବ ହିରଣ୍ୟଗର୍ଭା ଭାବେ ରହିଛନ୍ତି। ଚଳନ୍ତି ପ୍ରତିମା ଭାବରେ ଶିବ ପାର୍ବତୀଙ୍କ ଅଷ୍ଟଧାତୁ ନିର୍ମିତ ପ୍ରତିମା ଚନ୍ଦ୍ରଶେଖର ଉମା ଭାବରେ ପୂଜା ପାଉଛନ୍ତି । ଏହି ପ୍ରତିମା ଯାନିଯାତ୍ରା ସମୟରେ ବିମାନରେ ବସି ଚାଚେରି ଭୋଗ ଲାଗି ପାଇଁ ଦୋଳମେଳଣକୁ ଯାଇଥାନ୍ତି। ଏଠାରେ ପତ୍ରାଙ୍କ ଦ୍ଵାରା ତିଆରି ହେଉଥ‌ିବା ପୁର କାକରା ଠାକୁରଙ୍କ ପାଖରେ ଭୋଗ କରାଯାଏ। ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ମନ୍ଦିର ପରିଦର୍ଶନ ସହ ଏହି କାକରା ଭୋଗର ସ୍ବାଦ ଚାଖ‌ିବାକୁ ଆସିଥାନ୍ତି।

Leave a Reply

Your email address will not be published. Required fields are marked *