Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସନ୍ଥକବି ଭୀମ ଭୋଇଙ୍କ ସାହିତ୍ୟର ଭାଷା ଦେଇଥିଲା ଗଣଚେତନାର ବାର୍ତ୍ତା: ଶଙ୍କରଲାଲ ପୁରୋହିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସନ୍ଥକବି ଭୀମ ଭୋଇଙ୍କ ସାହିତ୍ୟର ଭାଷା ଦେଇଥିଲା ଗଣଚେତନାର ବାର୍ତ୍ତା: ଶଙ୍କରଲାଲ ପୁରୋହିତ

ଭୁବନେଶ୍ୱର: ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ମହର୍ଷି ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ଭାଷା ସଂପାନ୍: ଭୀମଭୋଇଙ୍କ ସାହିତ୍ୟରେ ଭାଷା, ମହାବିଦ୍ୟାଳୟ ପରିସରରେ କଲେଜର ଅଧ୍ୟକ୍ଷା ଡଃ. ନଳିନୀପ୍ରଭା ମହାପାତ୍ରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି । ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଶଶାଂକ ଚୂଡାମଣି ତାଙ୍କ ସ୍ୱାଗତ ଭାଷଣରେ ଭୀମ ଭୋଇ ଜଣେ ମାନବବାଦୀ ବିଶ୍ୱଚେତନାର କବି ଥିଲେ ଓ ଗୋଟିଏ ମଣିଷ ଗୋଟିଏ ଜାତିହିଁ ତାଙ୍କ ଦର୍ଶନର ପ୍ରାଣ ଥିଲାବୋଲି ପ୍ରକାଶ କରିବା ସହ ସମସ୍ତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟ ଅତିଥି ଭାବେ ଭାରତୀୟ ସାହିତ୍ୟର ବିଶିଷ୍ଟ ଅନୁବାଦକ ଡ. ଶଙ୍କରଲାଲ ପୁରୋହିତ୍ ଓ ସ୍ତୁତି ଚିନ୍ତାମଣିର ହିନ୍ଦୀ ଅନୁବାଦକ, ତାଙ୍କ ବକ୍ତବ୍ୟରେ ହିନ୍ଦୀ ସାହିତ୍ୟର ସୁରଦାସଙ୍କ ପରି ସନ୍ଥକବି ଭୀମଭୋଇଙ୍କ ସମଗ୍ର ସାହିତ୍ୟର ଭାଷା ଏକ ଗଣଚେତନାର ବାର୍ତ୍ତା ଥିଲା ବୋଲି ମତ ଦେଇଥିଲେ । ସଂପାନର ଆଭିମୁଖ୍ୟ ସମ୍ପର୍କରେ ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ଡ. ଫଣୀନ୍ଦ ଭୂଷଣ ନନ୍ଦ ଭୀମଭୋଇଙ୍କ ସାହିତ୍ୟ ଭାଷା ସମ୍ପର୍କରେ ଆଲୋକପାତ କରିଥିଲେ । ଆଲୋଚନା ଆରମ୍ଭକରି ବିଶିଷ୍ଟ ଆଲୋଚକ କିସ୍ ବିଶ୍ୱବିଦ୍ୟାଳୟର ଭୀମଭୋଇ ଚେୟାର ପ୍ରଫେସର ହରିଶ୍ଚଚନ୍ଦ୍ର ସାହୁ ଓଡ଼ିଆ ସାହିତ୍ୟରେ ଭୀମଭୋଇଙ୍କ ସ୍ଥାନ ସମ୍ପର୍କରେ ବାଖ୍ୟାନ କରିବା ସହ ତାଙ୍କ ଦ୍ୱାରା ପ୍ରସାରିତ ମହିମା ଧର୍ମ କିପରି ଜନଗଣଙ୍କୁ ଆକୃଷ୍ଟ କରି ପାରିଥିଲା ତାହା ପ୍ରକାଶ କରିଥିଲେ । ଅନ୍ୟତମ ଅଲୋଚକ ଡ. ଧନେଶ୍ୱର ସାହୁ ଭୀମଭୋଇଙ୍କ ଦର୍ଶନରେ ମାନବବାଦ୍ ବିଶ୍ୱପ୍ରେମ କିପରି ପ୍ରତିଫଳିତ ହୋଇଛି ତାହା ବାଖ୍ୟା କରିଥିଲେ । ସଂପାନର ନିଷ୍କର୍ଷ ସମ୍ପର୍କରେ ଆଲୋଚନା କରି କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଭୀମଭୋଇ ଦିବ୍ୟଦ୍ରଷ୍ଠା ଥିଲେ ଓ ମହାକବି ସାରଳା ଓ ଜଗନ୍ନାଥ ଦାସଙ୍କ ପରେ ଭୀମଭୋଇ ଥିଲେ ଏକ ଗଣଚେତନାର ସୃଜନ ସମ୍ରାଟ ବୋଲି ପ୍ରକାଶ କରିଥିଲେ । ପ୍ରଫେସର ହରିଶ୍ଚଚନ୍ଦ୍ର ସାହୁଙ୍କ ସମ୍ପାଦିତ ଦିବ୍ୟଦ୍ୟଷ୍ଟା ଭୀମଭୋଇ ପୁସ୍ତକର ଲୋକାର୍ପଣ କରାଯାଇଥିବା ବେଳେ ମହାବିଦ୍ୟାଳୟ ସ୍ତରର ଓଡ଼ିଆ ଭାଷାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଓଡ଼ିଆ ବିଭାଗର ପ୍ରାଧ୍ୟାପିକା ଡ. ଉର୍ମି ଦେବୀ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ଡ. ଲକ୍ଷେହୀରା ମହାନ୍ତି ଧନ୍ୟବାଦ ଅର୍ପଣ କରିବାସହ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ । ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଲେଖକ ଓ ଭାଷାବିତଙ୍କ ସହ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଯୋଗଦାନ କରିଥିଲେ ।

Leave a Reply