ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ଐତିହାସିକ ଶ୍ରୀରାମ ନବମୀ ମହାଯଜ୍ଞ ଉପଲକ୍ଷେ ୫୦୦୮ ମହିଳାଙ୍କ କଳସ ଶୋଭାଯାତ୍ରା ଓ ଆଜ୍ଞାମାଳ ଯାତ୍ରା ଅନୁଷ୍ଠିତ

ଭଦ୍ରକ: ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ଐତିହାସିକ ଶ୍ରୀରାମ ନବମୀ ମହାଯଜ୍ଞ ଉପଲକ୍ଷେ ଚଳିତ ବର୍ଷ ରୀତିନୀତି ଅନୁଯାୟୀ ଆଜି କଳସ ଶୋଭାଯାତ୍ରା, ଆଜ୍ଞାମାଳ ଅଣାଯିବା କାର୍ଯ୍ୟ ସହିତ ଯଜ୍ଞ କର୍ମ ଆରମ୍ଭ ହୋଇଛି । ପୂର୍ବାହ୍ଣରେ ତିନୋଟି ଆଧ୍ୟାତ୍ମିକ ସ୍ଥଳୀ ଆରଡ଼ି ବାବା ଆଖଣ୍ଡଳମଣି, ଯାଜପୁର ମା’ ବିରଜା ଓ ମା’ ଭଦ୍ରକାଳୀଙ୍କ ପୀଠରୁ ଶତାଧିକ ଭକ୍ତଙ୍କୁ ନେଇ ଆଜ୍ଞାମାଳ ଅଣାଯାଇ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଶ୍ରୀରାମ ନବମୀ ମହାଯଜ୍ଞ ସକାସେ ସହରର ବାବା ଲୋକନାଥ ମନ୍ଦିରରୁ ଘଟ ଅଣାଯାଇ ଯଜ୍ଞାରମ୍ଭ ହୋଇଥିଲା । ଅପରାହ୍ନ ୩ଘଟିକାରେ ଶହଶହ ସଂଖ୍ୟାରେ ମହିଳାମାନେ ଗାନ୍ଧୀ ପଡ଼ିଆ ଯଜ୍ଞସ୍ଥଳରୁ ବାହାରି ଅସ୍ତଳ ଗ୍ରାମ ହୋଇ ସାଳନ୍ଦୀ ନଦୀ ଘାଟରେ ପହଞ୍ଚିଥିଲେ । ସେଠାରେ ରୀତିନୀତି ଅନୁଯାୟୀ ପୂଜା ପରେ ମହିଳାମାନେ ଘଟୋତ୍ତଳନ କରିଥିଲେ । ପରେ ଶୋଭାଯାତ୍ରାରେ ବନ୍ତ ଛକ, ଅପର୍ତ୍ତିବିନ୍ଧା ଛକ, କଚେରୀ ବଜାର, ଟାଉନହଲ ଛକ, ନୂଆବଜାର ହୋଇ ଗାନ୍ଧୀ ପଡ଼ିଆକୁ ଫେରିଥିଲେ । ଯଜ୍ଞ ମଣ୍ଡପରେ ରୀତିନୀତି ମୁତାବକ ପୂଜାକର୍ମ ଆରମ୍ଭ କରାଯାଇଛି । ଆଜିଠାରୁ ଏହି ପୂଜା ଯଥା, ରାମ ନବମୀ ଯଜ୍ଞ, ହନୁମାନ ଚାଳିଶା ପାଠ ଆଦି ୩ ଦିନ ଧରି ଅନୁଷ୍ଠିତ ହେବ । ଏହି ଯଜ୍ଞ କର୍ମରେ କର୍ତ୍ତାକର୍ତ୍ତ୍ରୀ ଭାବେ ସନାତନ ସାହୁ, ଅମ୍ବିକା ପ୍ରସନ୍ନ ଦାସ ସପତ୍ନୀକ ସଂକଳ୍ପ କରିଛନ୍ତି । ଆଜି ବାବା ଆଖଣ୍ଡଳମଣିଙ୍କ ପୀଠରୁ ବରିଷ୍ଠ ସମାଜସେବୀ କିଶୋର ନାୟକ, ବିରଜା କ୍ଷେତ୍ରରୁ ବଦ୍ରିନାରାୟଣ ଧଳ, ଭଦ୍ରକାଳୀଙ୍କ ପୀଠରୁ ଡାକ୍ତର ପ୍ରଦୀପ ନାୟକ ଓ ଅନିଲ ବେହେରାଙ୍କ ତତ୍ତ୍ୱାବଧାନରେ ଆଜ୍ଞାମାଳ ଅଣାଯାଇଥିବା ବେଳେ ମହିଳାଙ୍କ କଳସ ଶୋଭାଯାତ୍ରାରେ ମାଳତୀଲତା ସାହୁ, ରଞ୍ଜିତା ସ୍ୱାଇଁ, କଳ୍ପନା ଜେନା, ଭାରତୀ ବିଶ୍ୱାଳ, ଗୀତା ପଢିଆରୀ, ହରପ୍ରିୟା ସାହୁ, ମନସ୍ମିତା ଖୁଣ୍ଟିଆ, ଲିପିକା ବାରିକ, ଉଷା ପାଢୀ, ରମିତା ପାଢୀ, ଉର୍ମିଳା ସେଠୀ, ପଦ୍ମିନୀ ଦ୍ୱିବେଦୀ, ଉର୍ମିଳା ସାହୁ, ଶ୍ରାବଣୀ କିନ୍ନର, ଚୈତାଳୀ ଖିଲାର, ନବନୀତା ନାୟକ, ମମତା ବେହେରା, ସୁମିତ୍ରା ପାଣି, ତପସ୍ୱିନୀ ମହାପାତ୍ର ପ୍ରମୁଖ ବିଭିନ୍ନ ବିଭାଗର ଦାୟିତ୍ୱ ନିର୍ବାହ କରିଥିଲେ । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀରାମ ମହାଯଜ୍ଞ ସମିତିର ସଭାପତି ରାୟ ରାମାନନ୍ଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସମ୍ପାଦକ ଶରତ ପଢିଆରୀ, ସଂଯୋଜକ ଗୋବିନ୍ଦ ରାଉତ, ଉପସଭାପତି ପ୍ରଦିପ୍ତ ବିଶ୍ୱାଳ, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ବରିଷ୍ଠ ସଦସ୍ୟ ଜଗନ୍ନାଥ ଦାଶ, ଭଗବାନ ପଣ୍ଡା, ଶ୍ରୀହର୍ଷ ସ୍ୱାଇଁ, ନିତ୍ୟାନନ୍ଦ ନାୟକ, ସୁବ୍ରତ ନାୟକ, ଭାଗବତ ବାରିକ, ବିଦ୍ୟାଧର ସାହୁ, ଦୀନବନ୍ଧୁ ପତି, ଉପଦେଷ୍ଟା ଅଭିମନୁ୍ୟ ସେଠୀ ପରିଚାଳନା କରିଥିବା ବେଳେ ତୁଷାର ଦାସ, ସ୍ୱାଧୀନ ସୁନ୍ଦର ଦାସ, ସୁରେଶ ସାମଲ, ଦେବାଂଶୁ ରାଉତ, ମିଲନ ବଳ, ସୁଧୀର ଦ୍ୱିବେଦୀ, ପ୍ରତାପ ଦାସ, ଜ୍ୟୋତିପ୍ରକାଶ ସାହୁ, ଶିବଶଙ୍କର ଦାସ, ବସନ୍ତ ରାଉତ, ବିକାଶ ପାଢୀ, ମୁକେଶ ବାରିକ, ଦେବାଶିଷ ଗ୍ରହାଚାର୍ଯ୍ୟ, କାହ୍ନା ଖୁଣ୍ଟିଆ, ସନ୍ତୋଷ ସାହୁ, ସରୋଜ ରାଉତ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *