ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ବହୁ ଉତ୍ସାହ ଓ ଆନନ୍ଦର ସହ ପାଳିତ , ଭବ୍ୟ ଆରତିରେ କମ୍ପିତ ହୋଇଉଠିଥିଲା ମନ୍ଦିର ପ୍ରାଙ୍ଗଣ।

ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ଶ୍ରୀ କୃଷ୍ଣ ଜନ୍ମୋତ୍ସବ ବହୁ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି, ଭବ୍ୟ ଆରତିରେ କମ୍ପିତ (ଗୁଞ୍ଜରିତ) ହୋଇଉଠିଥିଲା ମନ୍ଦିର ପ୍ରାଙ୍ଗଣ।

ରାମ ମନ୍ଦିରରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀର ଆନନ୍ଦ ଖେଳିଯାଇଥିଲା। ମଧ୍ୟରାତ୍ରିରେ ଭଗବାନ ଜନ୍ମ ଗ୍ରହଣ କରିବା ପରେ ହଜାର ହଜାର ଭକ୍ତ ଏହାର ସାକ୍ଷୀ ହୋଇଥିଲେ। ମହାସଚିବ ସ୍ୱାମୀ ଗୋବିନ୍ଦଦେବ ଗିରି ଏବଂ ଟ୍ରଷ୍ଟି ମହନ୍ତ ଦିନେନ୍ଦ୍ରଦାସଙ୍କ ସହ ମନ୍ଦିରର ଉତ୍ସବ ପ୍ରମୁଖ ଇନ୍ଦ୍ରଦେବ ଆଚାର୍ଯ୍ୟ ଭଗବାନଙ୍କ ଆରତି କରିଥିଲେ। ଭଜନ କୀର୍ତ୍ତନ ଚାଲିରହିଥିଲା। ଭଗବାନଙ୍କର ୫୦୧ଟି ବାତିରେ ଆରତି କରାଯାଇଥିଲା।

ଭଗବାନଙ୍କ ଜନ୍ମ ସମ୍ବନ୍ଧୀୟ ପଦ ଗାୟନ ସନ୍ଧ୍ୟାରୁ ହିଁ ଆରମ୍ଭ ହୋଇଯାଇଥିଲା। ପାରମ୍ପରିକ ପୋଷାକଠାରୁ ଭିନ୍ନ ହଳଦିଆ (ପୀତ) ବସ୍ତ୍ରରେ ସୁଶୋଭିତ ପୂଜକମାନେ ଭଗବାନଙ୍କ ଆରାଧନାରେ ଲୀନ ଥିଲେ। ଏହି ଅବସରରେ ଶ୍ରୀମଦ ଭାଗବତର ଦଶମ ସ୍କନ୍ଧର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଅଧ୍ୟାୟର ପାରାୟଣ କରାଯାଇଥିଲା। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଉତ୍ସବ ମନ୍ଦିର ଗର୍ଭଗୃହ ସମ୍ମୁଖରେ ପାଳନ କରାଯାଇଥିଲା। ଭଗବାନଙ୍କୁ ଦୋଳି ଯୁକ୍ତ ଆସନରେ ବିରାଜମାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *