Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶିଶୁ ମନ୍ଦିରରେ ମେଧାବୀ ଅଭିନନ୍ଦନ ଓ ନିଷ୍କ୍ରମଣ ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶିଶୁ ମନ୍ଦିରରେ ମେଧାବୀ ଅଭିନନ୍ଦନ ଓ ନିଷ୍କ୍ରମଣ ଉତ୍ସବ

ବୁଗୁଡ଼ା: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ୱପରିସରରେ ମେଧାବୀ ଅଭିନନ୍ଦନ ଓ ନିଷ୍କ୍ରମଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନା·ର୍ଯ୍ୟ ରବିନ୍ଦ୍ର କୁମାର ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିରଞ୍ଚିପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ମୃତୁ୍ୟଞ୍ଜୟ ହୋତା, ଅଶୋକ ନନ୍ଦ, ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ଆଲଟିଆ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଷ୍ଟେଜ୍-୨ର କୃତି ଛାତ୍ରୀ ସୁଶ୍ରୀତା ପଟ୍ଟନାୟକ ଓ ଛାତ୍ର ଏମ୍.ଜଗବନ୍ଧୁ ପାତ୍ରଙ୍କୁ ଅଭିନନ୍ଦିତ କରାଯାଇଥିଲା । ଏଥି ସହ ବିଦାୟୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ସ୍ୱବକ୍ତବ୍ୟରେ ଅଧ୍ୟୟନ କାଳର ସ୍ମୃତି ଓ ଅନୁଭୂତି ଅବିସ୍ମରଣୀୟ ହୋଇ ରହିବ ମତ ପ୍ରକାଶ କରିଥିବା ବେଳେ ଗୁରୁଜୀ ଓ ଗୁରୁମାବୃନ୍ଦ ସେମାନଙ୍କୁ ଶୁଭାଶିଷ ପ୍ରଦାନ ପୂର୍ବକ ପରୀକ୍ଷା ପାଇଁ ·ପଗ୍ରସ୍ତ ନ ହୋଇ ସୁସ୍ଥ ମନରେ ଅଧ୍ୟୟନ ସାଙ୍ଗକୁ ଯୋଜନାବଦ୍ଧ ପ୍ରସ୍ତୁତି ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୁରୁମା ସୁମତି ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ହରପ୍ରିୟା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply