ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୧ଦଫା ଦାବି ନେଇ ଏବିଭିପିର ବିକ୍ଷୋଭ

ବାରିପଦା: ଅଖିଳ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ୧୧ଦଫା ଦାବିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ସଭାପତି କ୍ଷୀରୋଦ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀମାନେ ଏକ ପଦଯାତ୍ରାରେ ବଜାର ପରିକ୍ରମା କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚô ଶିକ୍ଷା, ସୁରକ୍ଷା ଓ ରୋଜଗାର ଯୋଗାଇ ଦେବାକୁ ଦାବି ଉପସ୍ଥାପନ କରିଥିଲେ । ଏ ସଂକ୍ରାନ୍ତରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ । ଉଲ୍ଲେଖ କରାଯାଇଥିବା ଦାବିଗୁଡି ମଧ୍ୟରେ ସମସ୍ତ ମହାବିଦ୍ୟାଳୟରେ ଶୂନ୍ୟ ଥିବା ଅଧ୍ୟାପକ, ଅଣ-ଅଧ୍ୟାପକ ପଦବୀ ପୂରଣ କରିବା, ସେମିଷ୍ଟାର ପରୀକ୍ଷା ଫଳକୁ ୪୫ଦିନ ମଧ୍ୟରେ ପ୍ରକାଶ କରିବା, ଜିଲ୍ଲାରେ ଥିବା ସମସ୍ତ ମହାବିଦ୍ୟାଳୟର ଜମିକୁ ନିଜ ନାମରେ ପଞ୍ଜିକୃତ କରିବା, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ବୃଦ୍ଧି ପାଉଥିବା ଫି’ କୁ ନିୟନ୍ତ୍ରଣ କରିବା, ନିମିତ ସ୍ୱତନ୍ତ୍ର କମିଟି ଗଠନ କରିବା, ଜିଲ୍ଲାରେ ଏକ କ୍ରୀଡା ବିଶ୍ୱବିଦ୍ୟାଳୟ, ଜନଜାତି ବିଶ୍ୱବିଦ୍ୟାଳୟ, ସଂସ୍କୃତ ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା, ମହିଳା ହିଂସାକୁ ରୋକିବା ପାଇଁ ଆଇନ ବ୍ୟବସ୍ଥା କଡାକଡି କରିବା, ଜିଲ୍ଲାରେ ଥିବା ପ୍ରତିଟି ମହାବିଦ୍ୟାଳୟ ପରିସର ବିକାଶ କରିବା, ମହାବିଦ୍ୟାଳୟ ପରିସରରେ ଅଣଛାତ୍ର ପ୍ରବେଶକୁ ବନ୍ଦ କରିବା ଆଦି ପ୍ରମୁଖ ଦାବିମାନ ଅନ୍ତର୍ଭୁକ୍ତ ରହିଛ

Leave a Reply

Your email address will not be published. Required fields are marked *