Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲକ୍ଷ୍ମୀପୁର ସରସ୍ୱତୀ ଶିଶୁ ମନ୍ଦିରଠାରେ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲକ୍ଷ୍ମୀପୁର ସରସ୍ୱତୀ ଶିଶୁ ମନ୍ଦିରଠାରେ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ


ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସରସ୍ୱତୀ ଶିଶୁ ମନ୍ଦିରଠାରେ କୁନିକୁନି ଛାତ୍ରଛାତ୍ରୀମାନେ ମହା ଆଡମ୍ବରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ କରିଛନ୍ତି । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଭାର ପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟା ବିଜୟଲକ୍ଷ୍ମୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ କାର୍ଯ୍ୟକ୍ରମରେ ପୂର୍ବ ଛାତ୍ର ପରିଷଦର ସଭାପତି ରାକେଶ ଜେନା ଓ ସମ୍ପାଦକ ପ୍ରତୁ୍ୟଷ ଚୌଧୁରୀ ଯୋଗଦେଇଥିଲେ । ଏଥିରେ ବନ୍ଦନା ସୁଜ୍ଞାନ କଲ୍ୟାଣ ଗିରି, ପରିଚୟ ଅନୁପମା ତୁରୁକ, ଉଦେ୍ଦଶ୍ୟ ଜ୍ଞାପନ ଆରତି ପ୍ରିୟଦର୍ଶିନୀ ସାହୁ, ବିଜୁଳି କୁଳଦୀପିଆ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ଭାଇ ଓ ଭଉଣୀମାନେ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜିବନୀ ବିଷୟରେ ସୁନ୍ଦର ଭାବରେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମଟି ସମସ୍ତ ଗୁରୁଜୀ, ଗୁରୁମା ଓ ସେବିକାଙ୍କ ସହଯୋଗରେ ସାଫଲ୍ୟ ମଣ୍ଡିତ ହୋଇଥିଲେ । ଭାରତୀୟ ସ୍ୱାଧିନତା ସଂଗ୍ରାମୀ, ଯଥା ବୀର ପ୍ରସଦା ଉକôଳ ମାଟିର ଦୁଇ ସୁଯୋଗ୍ୟ ସନ୍ତାନ ବୀର ସୁରେନ୍ଦ୍ର ସାଏ ଓ ନେତାଜି ସୁବାଷ ଚନ୍ଦ୍ର ବୋଷଙ୍କର ଆଜି ପବିତ୍ର ଯୟନ୍ତୀ । ୧୮୯୭ ମସିହା ଆଜିର ଦିନରେ କଟକ ସହର ଓଡ଼ିଆ ବଜାରର ଏକ ସଂଭ୍ରାନ୍ତଶୀଳ ପରିବାରରେ ତାଙ୍କର ଜନ୍ମ ହୋଇଥିଲା ବେଳେ ସମ୍ବଲପୁରର ଜଣେ ଜମିଦାର ଘରେ ୧୮୦୯ ମସିହା ଆଜିର ଦିନରେ ବୀର ସୁରେନ୍ଦ୍ର ସାଏ ଜନ୍ମ ଗ୍ରହଣ କରିଥିଲେ । ଦେଶ ଓ ଜାତି ପାଇଁ ଏଇ ଦୁଇ ମହାନ ବ୍ୟକ୍ତିତ୍ୱ ଅନେକ କିଛି କରି ଯାଇଥିଲେ ମଧ୍ୟ ଆଜି ଲକ୍ଷ୍ମୀପୁର ବ୍ଲକ୍ରେ ତାଙ୍କୁ ମନେ ପକା ଯାଇନଥିବା ଦୁଃଖର ବିଷୟ ପାଲଟିଛି । ଏଠାରେ ଅନେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଥାଇବି ତାଙ୍କର ଜନ୍ମ ଜୟନ୍ତୀ ପାଳନ ହୋଇ ନଥିବା ଦୁଃଖର ବିଷୟ ପାଲଟିଛି ।

Leave a Reply