କଣାସ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ

ଡ଼େଲାଙ୍ଗ: କଥାରେ ଅଛି ଶିଶୁ ହସିଲେ ଦୁନିଆଁ ହସେ । ପୁରୀ ଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ କଣାସ ହାଟ ଠାରେ ସରସ୍ୱତୀ ଶିଶୁ ମନ୍ଦିର ସ୍କୁଲ ରେ ସପ୍ତବିଂଶ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ଛୋଟ ଛୋଟ କୁନି କୁନି ଛାତ୍ରଛାତ୍ରୀମାନେ ତାଙ୍କର ନାଚ, ଗିତ, ନିଜ ନିଜର ପ୍ରତିଯୋଗିତା ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଡ଼ଃ ରମେଶ ଚନ୍ଦ୍ର ବେହେରା (ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ), ମୁଖ୍ୟ ବକ୍ତା ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା (ଶିକ୍ଷା ବିକାଶ ସମିତି, ଭୁବନେଶ୍ୱର), ଶ୍ରୀ ଯୁକ୍ତ ମାଧବାନନ୍ଦ ରଣସିଂହ (ସଭାପତି), ଶ୍ରୀ ଯୁକ୍ତ ପ୍ରଶାନ୍ତ କୁମାର ଭୋଳ (ସଂପାଦକ), ଶ୍ରୀ ଯୁକ୍ତ ସୁବାସ ଚନ୍ଦ୍ର ପ୍ରଧାନ (ପ୍ରଧାନ ଆଚାର୍ଯ୍ୟ, ଶିଶୁ ମନ୍ଦିର) ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି କହିଥିଲେ ପିଲାମାନେ ଅନୁଭ୍ୱ ହିଁ କରିବା ଦରକାର ଅନୁଭବ କାଲିର ଭବିଷ୍ୟତ ଉପସ୍ଥିତ ରହି ପିଲାମାନଙ୍କ ପାଖରେ ଖୁଶି ଜାହିର କରିଥିଲେ । ପ୍ରଧାନ ଶିକ୍ଷକ କହିଥିଲେ ପିଲାମାନଙ୍କର ସରକାରୀ ବୃତ୍ତି, ନବୋଦୟ, ପଠାଣି ସାମନ୍ତ ,ପରିକ୍ଷା ଉତିର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରିଛନ୍ତି ଏବଂ ଖେଳ , କସରତ ,ସାମାଜିକ ବିକାଶ, ମାନସିକ ବିକାଶ, ପିଲାମାନଙ୍କୁ ପୁରସ୍କୃତ କରିଥିଲେ ।

Leave a Reply

Your email address will not be published. Required fields are marked *