ବଡ଼ଡୁମୁରିଆ ଶିଶୁ ମନ୍ଦିରରେ ନେତାଜୀ ଜୟନ୍ତ୍ରୀ ପାଳିତ


ଝୁମ୍ପୁରା : ଝୁମ୍ପୁରା ବ୍ଲକ ବଡ଼ଡୁମୁରିଆ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସର ମଧ୍ୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତ୍ରୀ ସୋମବାର ଦିନ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ମିଷ୍ଟରତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନାର ସଂପାଦକ ପୂର୍ଣ୍ଣଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସଭାପତି ଯଦୁନାଥ ମହାକୁଡ, ରାମଚନ୍ଦ୍ର ମହାକୁଡ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଲେ ଯେ ନେତାଜୀ ଇଂରେଜ ମାନଙ୍କ ଠାରୁ ଦେଶକୁ ସ୍ୱାଧିନ ଆଣିବା ପାଇଁ ସଂଗ୍ରାମ କରି ଦେଶକୁ ଇଂରେଜ ମାନଙ୍କ ଠାରୁ ମୁକ୍ତ କରିଥିଲେ ସେ ସମ୍ପର୍କରେ ଦିଗ ଦର୍ଶନ ଦେଇଥିଲେ । ସେହିପରି ବୀରସୁରେନ୍ଦ୍ର ସାଏ ଙ୍କ ଜୀବନୀ ଉପରେ ମଧ୍ୟ ଅତିଥି ମାନେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ଶିଶୁ ମନ୍ଦିରର ଗୁରୁଜୀ ଗୁରୁମା ବୃନ୍ଦ ।

Leave a Reply

Your email address will not be published. Required fields are marked *