Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଇତାରେ ଦହି ସହ ପିଆଜ ଖାଉଛନ୍ତି କି? - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଇତାରେ ଦହି ସହ ପିଆଜ ଖାଉଛନ୍ତି କି?

ରାଇତା ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସାହାଯ୍ୟ କରେ । ଖାଲି ସେତିକି ନୁହେଁ, ଦହି ଖାଇଲେ ଓଜନ ହ୍ରାସ ହୋଇଥାଏ । ଶରୀରରେ ରକ୍ତଚାପ ଓ କୋଲେଷ୍ଟ୍ରଲ ସ୍ତରକୁ ମଧ୍ୟ ନିଯନ୍ତ୍ରଣ କରିଥାଏ ଦହି । ପ୍ରତି ଭାରତୀୟଙ୍କ ଖାଇବା ଥାଳିରେ ରାଇତା ଏକ ପ୍ରମୁଖ ଖାଦ୍ୟ । ଦହିରେ ପ୍ରସ୍ତୁତ ଏହି ସାଧାରଣ, ସୁସ୍ୱାଦୁ ଖାଦ୍ୟ ଯାହାକୁ ଆପଣ ଭାତ, ବିରିୟାନି, ପରଟା କିମ୍ବା ରୁଟି ସହିତ ଖାଇପାରିବେ । ଦହିରେ ଥିବା ପ୍ରୋ-ବାୟୋଟିକ୍‌? ଗୁଣ ଯୋଗୁଁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । ତେଣୁ ରାଇତା ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସାହାଯ୍ୟ କରେ । ଖାଲି ସେତିକି ନୁହେଁ, ଦହି ଖାଇଲେ ଓଜନ ହ୍ରାସ ହୋଇଥାଏ । ଶରୀରରେ ରକ୍ତଚାପ ଓ କୋଲେଷ୍ଟ୍ରଲ ସ୍ତରକୁ ମଧ୍ୟ ନିଯନ୍ତ୍ରଣ କରିଥାଏ ଦହି । ରାଇତାକୁ ଆହୁରି ସ୍ୱାଦିଷ୍ଟ କରିବା ପାଇଁ ଲୋକେ ସେଥିରେ କାକୁଡ଼ି, ଗାଜର ସହିତ କଞ୍ଚାଲଙ୍କା, ପିଆଜ, ଟମାଟୋ, ପୋଦିନା ଓ ଧନିଆପତ୍ର ପକାଇଥାନ୍ତି । କେହି କେହି କେବଳ ଦହିରେ କଳା ଲୁଣ ଓ ଜିରାଗୁଣ୍ଡ ପକାଇଥାନ୍ତି । ଏସବୁ ଜିନିଷ ସ୍ୱାସ୍ଥ୍ୟ ପାଇଁ ଭଲ । ହେଲେ ଆପଣ ଜାଣନ୍ତି କି? ‘ରାଇତା’ରେ ଏମିତି ଏକ ଜିନିଷ ରହିଛି ଯାହା ଆପଣ ସ୍ୱାସ୍ଥ୍ୟକୁ ବିଗାଡ଼ି ପାରେ । ଆଉ ସେହି ଜିନିଷଟି କ’ଣ ଜାଣନ୍ତି । ତାହା ହେଲା କଞ୍ଚା ପିଆଜ । ଦହିରେ ପିଆଜ ମିଶାଇ ଖାଇଲେ ଏହା ଶରୀରରେ ବିପରିତ ପ୍ରତିକ୍ରିୟା କରାଏ । ଫୁଡ୍‌? ପଏଜନିଂ ଭଳି ସମସ୍ୟା ସୃଷ୍ଟି କରିପାରେ । ଆୟୁର୍ବେଦରେ ଦହି ଓ ପିଆଜକୁ ବିରୁଦ୍ଧା ଅନ୍ନ ବା ବିପରିତ ଗୁଣ ଥିବା ଖାଦ୍ୟ ଭାବେ ବର୍ଣ୍ଣନା କରାଯାଇଛି । ପିଆଜ ଗରିଷ୍ଠ ଖାଦ୍ୟ ହୋଇଥିବା ବେଳେ ଦହି ଥଣ୍ଡା ଖାଦ୍ୟ । ଦହି ଓ ପିଆଜକୁ ଏକାଠି ଖାଇଲେ, ଏହା ଶରୀରରେ ଥିବା ବାତ, ପୀତ ଓ କଫର ସନ୍ତୁଳକୁ ବିଗାଡ଼ି ଥାଏ । ଏହାଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ । ଯେମିତି କି ଅମ୍ଳତା, ପେଟ ଫାଙ୍କିବା, ବଦହଜମି ଭଳି ପାର୍ଶ୍ୱ ପ୍ରତିକ୍ରିୟା କରାଏ । କେତେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦହି ଓ କଞ୍ଚା ପିଆଜ ଅତ୍ୟଧିକ ଉତ୍ତାପ ସୃଷ୍ଟି କରେ ଏବଂ ବିଷାକ୍ତ ପଦାର୍ଥର ସ୍ତରକୁ ବଢ଼ାଇ ଦିଏ । ଯାହାଦ୍ୱାରା ଆଲର୍ଜି, ଚର୍ମ କୁଣ୍ଡାଇ ହେବା, ଏକ୍‌?ଜିମା ଓ ସୋରିୟାସିସ୍ ଭଳି ରୋଗ କରାଏ । କେତେକକ୍ଷେତ୍ରରେ, ଏହି ପ୍ରତିକ୍ରିୟା ଭୟଙ୍କର ହୋଇପାରେ । ଯେମିତି କି ବାନ୍ତି ହେବା ସହିତ ଫୁଡ୍ ପଏଜନ ବା ଖାଦ୍ୟ ବିଷାକ୍ତ ହୋଇଯାଏ । ପିଆଜରେ ସଲ୍‌?ଫୁରିକ୍‌? ଏସିଡର ପରିମାଣ ଅଧିକ ରହିଛି । ଯେଉଁଥି ପାଇଁ ପିଆଜ କାଟିବା ସମୟରେ ଆଖି ପୋଡ଼ିଥାଏ । ଏହାକୁ କଞ୍ଚା ଖାଇବା ଦ୍ୱାରା ଏହା ଶରୀରେ ଉତ୍ତେଜନା ବଢ଼ାଇବା ସହିତ ପାଟିକୁ ରାଗ ଲାଗେ । ତେଣୁ କଞ୍ଚା ପିଆଜକୁ ଦହି ସହିତ ଖାଇବାକୁ ବାରଣ କରାଯାଇଛି । ଦହିରେ ପକାଇବା ପୂର୍ବରୁ ଏହାକୁ ହାଲୁକା ଭାବେ ଭାଜିବା ଆବଶ୍ୟକ । ଏହାଦ୍ୱରା ପାର୍ଶ୍ୱ ପ୍ରତିକ୍ରିୟା କମ୍ ହୋଇଥାଏ । ପିଆଜକୁ ଭାଜିବା ଦ୍ୱାରା ଏହାର ପୋଷକ ତତ୍ତ୍ୱ ନଷ୍ଟ ହୁଏ ନାହିଁ ବରଂ ଅପକାରୀ ଗୁଣ ଗୁଡ଼ିକୁ କମ୍ କରିଥାଏ ।

Leave a Reply