ବିଶ୍ୱହିନ୍ଦୁ ପରିଷଦ, ଓଡିଶା (ପୂର୍ବ)ର ପ୍ରାନ୍ତୀୟ ବୈଠକରେ ଘୋଷଣା ନାମା

ଭୁବନେଶ୍ୱର,୧୩/୯: ସ୍ଥାନୀୟ ଜୟଦେବ ପାଠାଗାର, ୟୁନିଟ-୮ ଠାରେ ବିଶ୍ୱହିନ୍ଦୁ ପରିଷଦ, ଓଡିଶା (ପୂର୍ବ)ର ପ୍ରାନ୍ତୀୟ ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ “ ଶୌର୍ଯ୍ୟ ଜାଗରଣ ଯାତ୍ରା ” ନାମରେ ଏକ ବିରାଟ ଯୁବ ସମ୍ମିଳନୀ ହେବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହି ବୈଠକରେ ଶୃଙ୍ଖଳାଗତ ଦୃଷ୍ଟିରୁ ଜାଜପୁର ଜିଲ୍ଲା ପ୍ରଖଣ୍ଡର ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳର ସମସ୍ତ ପଦାଧିକାରୀ ତଥା କେନ୍ଦ୍ରାପଡା ବିଭାଗର ସଭାପତି ଓ ସଂପାଦକଙ୍କୁ ଦାୟିତ୍ୱ ମୁକ୍ତ କରାଯିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହିତ କରାଯାଇଥିଲା । ଆଜି ଠାରୁ କାର୍ଯ୍ୟକାରୀ ହେବା ପାଇଁ ସ୍ଥିରିକୃତ ହେଲା । 

ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ପବିତ୍ର କୁମାର ସ୍ୱାଇଁ, ଉପ ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ପ୍ରାନ୍ତ ସଂପାଦକ ପଣ୍ଡିତ ମହେଶ କୁମାର ସାହୁ,ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶରତ କୁମାର ପ୍ରଧାନ, ପ୍ରାନ୍ତ ବଜରଙ୍ଗ ଦଳ ସଂଯୋଜକ ଅମ୍ବିକା ପ୍ରସାଦ ଦାଶ, ସହସଂଯୋଜକ ପ୍ରଭାତ ଭୂଷଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।  ଉକ୍ତ ବୈଠକରେ ରାଜ୍ୟ ସହ ସଂପାଦକ ଉମାଶଙ୍କର ଆଚାର୍ଯ୍ୟ ମଂଚ ପରିଚାଳନା କରିଥିଲେ । ଶେଷରେ ଶାନ୍ତି ପାଠ କରି ବୈଠକ ସମାପନ ହୋଇଥିଲା ।  

Leave a Reply

Your email address will not be published. Required fields are marked *