Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଯୋଗାସନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଯୋଗାସନ

ଯୁବକ ହୁଅନ୍ତୁ ଅଥବା ଯୁବତୀ, ପ୍ରତ୍ୟେକଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ନିତାନ୍ତ ଆବଶ୍ୟକ । ଅଧିକାଂଶ ଲୋକେ ମୋଟାପଣ ଓ ଶରୀରର ମେଦବହୁଳତା କମ୍ କରିବା ପାଇଁ ଡାଏଟିଙ୍ଗ୍, ଯୋଗ ଓ ବ୍ୟାୟାମ, ବିଭିନ୍ନ ଯୋଗାସନ କରିବା ପାଇଁ ପରାମର୍ଶ ଦିଆଯାଇଥାଏ । ମାତ୍ର ଅନେକ ସମୟରେ ଡାଏଟିଙ୍ଗ୍,ବ୍ୟାୟାମ କରିବା ପରେ ମଧ୍ୟ ଅଧିକ ଲାଭ ମିଳିନଥାଏ । ଏହାସହ ଶରୀରର ଅନେକ ସ୍ଥାନରେ ଫ୍ୟାଟ୍ ଜମାଟ ବାନ୍ଧି ରହିଥାଏ । ହାତ, ଗୋଡ ଓ ପେଟ ତୁଳନାରେ ପିଠି ଅଂଶରେ ଥିବା ଫ୍ୟାଟ୍ କମ କରିବାରେ ଖୁବ ସମସ୍ୟା ହୋଇଥାଏ । ହାତ ଓ ଗୋଡରେ ଥିବା ଫ୍ୟାଟ୍ ସହଜରେ ହ୍ରାସ କରାଯାଇପାରେ । ମାତ୍ର ପିଠିରେ ଥିବା ଫ୍ୟାଟ୍କୁ ହ୍ରାସ କରିବା ପାଇଁ ଅଧିକ ସମୟ ଲାଗିଥାଏ । ମାତ୍ର ନିୟମିତ କିଛି ଯୋଗାସନ କରିବା ଦ୍ୱାରା ଫ୍ୟାଟ୍କୁ କମ କରି ହେବ । ଫ୍ୟାଟ୍ ରୁ ମୁକ୍ତି ପାଇବା ପାଇଁ ନିୟମିତ ୩ଟି ଯୋଗାସନ କରିବା ଦ୍ୱାରା ଖୁବ ଲାଭ ମିଳିଥାଏ । ଜାଣନ୍ତୁ.. ଧନୁରାସନ – ଏହି ଆସନ କରିବା ଦ୍ୱାରା ପିଠିରେ ଥିବା ଫ୍ୟାଟ୍ ହ୍ରାସ ହୋଇ ରକ୍ତ ସଞ୍ଚାଳନ ସଠିକ ଭାବେ ହେବାରେ ସହାୟକ ହୋଇଥାଏ । ପାଦହସ୍ତାସନ – ଏହି ଆସନ ଦ୍ୱାରା ମଧ୍ୟ ପିଠିରେ ଥିବା ଫ୍ୟାଟ୍ ହ୍ରାସ ହୋଇଥାଏ । ଚକ୍ରାସନ – ଏହି ଆସନ କରିବା ଦ୍ୱାରା ପିଠିରେ ଥିବା ଫ୍ୟାଟ୍ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ । ଏହି ଆସନ ନିୟମିତ ଭାବେ କରିବା ଦ୍ୱାରା ପେଟରେ ଥିବା ଫ୍ୟାଟ କମିଥାଏ ।

Leave a Reply