Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମନ୍ଦିରରୁ ଚୋରି ଘଟଣା, ୧ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମନ୍ଦିରରୁ ଚୋରି ଘଟଣା, ୧ ଗିରଫ


ବୌଦ୍ଧ:ଦୀର୍ଘ ଦିନ ହେଲା ବୌଦ୍ଧର ବିଭିନ୍ନ ଦେବାଳୟରୁ ଦେବାଦେବୀଙ୍କ ମୂର୍ତ୍ତି ଗୋଟିଏ ପରେ ଗୋଟିଏ ମନ୍ଦିରରେ ଲୁଟ କରି ଚୋରମାନେ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି । ଅନେକ ଉଦ୍ୟମ ସତ୍ତ୍ଵେ ପୁଲିସ ଚୋରି ସାମଗ୍ରୀ କିମ୍ବା ଚୋର ସମ୍ପର୍କରେ ଟେର ପାଇପାରୁନଥିଲା । ଶେଷରେ ମନ୍ଦିର ଲୁଟିଆ ଗ୍ୟାଙ୍ଗର ଜଣେ ସଦସ୍ୟକୁ ଚୋରି ଦାନ ବାକ୍ସ ସହ ଗିରଫ କରିବାରେ ବୌଦ୍ଧ ପୁଲିସ ସଫଳ ହୋଇଛି।

ଗତ ଫେବୃଆରୀରେ ଲଗାତାର ଭାବେ ଚୋରମାନେ ଗୋଟିଏ ପରେ ଗୋଟିଏ ମନ୍ଦିରରୁ ଚୋରୀ କରିଚାଲିଥିଲେ । ଏହି ଘଟଣାକୁ ନେଇ ପୁଲିସ ଉପରେ ଚାପ ବଢ଼ିବା ସହ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣିଥରେ ଗତ ଅକ୍ଟୋବର ୪ରେ ବୌଦ୍ଧ ସହର ଉପକଣ୍ଠରେ ଥୂବା ଟୁଟୁସିଙ୍ଗା ଶିବ ମନ୍ଦିରରୁ ଦାନ ବାକ୍ସକୁ ଚୋରମାନେ ନେଇଯିବା ପରେ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା ା
ଏହା ପରେ ସୁବର୍ଣ୍ଣପୁର ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଂଚଳର ଗୁମୁଦୁଲା ଗ୍ରାମରୁ ଜଣଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ଚୋରି ଦାନ ବାକ୍ସ ସହ୧୨୦୦ ଟଙ୍କା ପୁଲିସ ଜବତ କରିଥିଲା । ଥାନାକୁ ଆଣି ପଚରା ଉଚୁରା ପରେ ପୁଲିସ ନିକଟରେ ଅଭିଯୁକ୍ତ ଗତ ଫେବୃଆରୀରେ ବୌଦ୍ଧର ପ୍ରସିଦ୍ଧ ଭୈରବୀ ମନ୍ଦିର ସମେତ ଅନ୍ୟ ଏକ ମନ୍ଦିରରୁ ଚୋରି ମାମଲାରେ ସମ୍ପୃକ୍ତ ଥ‌ିବା ନେଇ ସ୍ଵୀକାର କରିଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ ମୁନି ସୂଚନା ଦେଇଛନ୍ତି।

Leave a Reply