Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭୋଜନର ୫ଟି ନିୟମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭୋଜନର ୫ଟି ନିୟମ

କଥାରେ ଅଛି ମନୁଷ୍ୟ ନିଜ ଜୀବନରେ ଶାନ୍ତିରେ ଦୁଇ ବକ୍ତ ଖାଦ୍ୟ ଖାଇବା ପାଇଁ ସକାଳୁ ରାତି ଯାଏଁ ପରିଶ୍ରମ କରିଥାଏ । ମାତ୍ର ଅନେକ ସମୟରେ କର୍ମବ୍ୟସ୍ତତା ମଧ୍ୟରେ ହେଉ ଅଥବା ଜାଣତରେ ଅଜାଣତରେ ଏଭଳି କିଛି ଭୁଲ ହୋଇଯାଏ, ଯାହାର କୁପ୍ରଭାବ ଜୀବନ ଉପରେ ପଡିଥାଏ । ଧାର୍ମିକ ଶାସ୍ତ୍ରରେ ଏଭଳି କେତେକ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାର ପାଳନ କରିବା ଦ୍ୱାରା ଶୁଭଫଳ ମିଳିଥାଏ । ସେଗୁଡିକର ଅବମାନନା କରିବା ଦ୍ୱାରା ଜୀବନରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି । ଯେପରି ଗୁରୁବାରରେ ନଖ ଓ କେଶ ନକାଟିବା, ମଙ୍ଗଳବାର ଓ ଶନିବାର ନଖ ନକାଟିବା,ସନ୍ଧ୍ୟା ସମୟରେ ନ ଶୋଇବା ଆଦି । ଏଭଳି ହିଁ ଭୋଜନ ସମୟରେ ମଧ୍ୟ କେତେକ ନିୟମ ପାଳନ କରିବା ନେଇ ଶାସ୍ତ୍ରରେ ମାନ୍ୟତା ରହିଛି । ଜାଣନ୍ତୁ.. ଶାସ୍ତ୍ର ଅନୁଯାୟୀ ଯେଉଁ ସମୟରେ ଭୋଜନ କରୁଛନ୍ତି, ଭୋଜନ ଥାଳି ରଖାହେବା ମାତ୍ରେ ଭୋଜନ ମନ୍ତ୍ର ଉଚ୍ଚାରଣ କରନ୍ତୁ । ନଚେତ୍? ମା’ ଲକ୍ଷ୍ମୀଙ୍କୁ ସ୍ମରଣ କରି ଭୋଜନ କରନ୍ତୁ । ପ୍ରଣାମ କରନ୍ତୁ । ଏଭଳି କରିବା ଦ୍ୱାରା ଖାଦ୍ୟ ସେବନ ପରେ ଏହା ମାନସିକ ଓ ଶାରୀରିକ ଭାବେ ଶାନ୍ତି ପ୍ରଦାନ କରିଥାଏ । ଶରୀରକୁ ସୁସ୍ଥ ରଖିଥାଏ । ସର୍ବଦା ଭୂମିରେ ଆସନ ପକାଇ ଭୋଜନ କରିବା ଉଚିତ ।

Leave a Reply