Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତର ସବୁଠୁ ବଡ଼ ବାଣିଜ୍ୟିକ ସହଯୋଗୀ ହେଲା ଆମେରିକା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତର ସବୁଠୁ ବଡ଼ ବାଣିଜ୍ୟିକ ସହଯୋଗୀ ହେଲା ଆମେରିକା

ନୂଆଦିଲ୍ଲୀ: ଆର୍ଥôକ ବୁଝାମଣାରେ ବୃଦ୍ଧି କାରଣରୁ ଆର୍ଥôକ ବର୍ଷ ୨୦୨୨-୨୩ରେ ଭାରତର ସବୁଠୁ ବଡ଼ ବାଣିଜ୍ୟିକ ସହଯୋଗୀ ରୂପେ ଆମେରିକା ଉଭା ହୋଇଛି । ବାଣିଜ୍ୟ ମନ୍ତ୍ରଣାଳୟର ପ୍ରାରମ୍ଭିକ ଡାଟା ଅନୁସାରେ, ଗତ ଆର୍ଥôକ ବର୍ଷରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କରାବାର ୭.୬୫ ପ୍ରତିଶତ ବଢି ୧୨୮.୫୫ ବିଲିୟନ ଡଲାର ରହିଛି । ଦୁଇ ଦେଶ ମଧ୍ୟରେ ୨୦୨୧-୨୨ରେ ୧୧୯.୫ ବିଲିୟନ ଡଲାର ଏବଂ ୨୦୨୦-୨୧ରେ ୮୦.୫୧ ବିଲିୟନ ଡଲାର ଦ୍ୱିପାକ୍ଷିକ ବ୍ୟବସାୟ ହୋଇଥିଲା । ଡାଟା ଅନୁସାରେ ୨୦୨୨- ୨୩ରେ ଆମେରିକାକୁ ମୋଟ ରପ୍ତାନୀ ୨.୮୧ ପ୍ରତିଶତ ବଢି ୭୮.୩୧ ବିଲିୟନ ଡଲାର ହୋଇଛି । ୨୦୨୧-୨୨ରେ ଆମେରିକାକୁ ୭୬.୧୮ ବିଲିୟନ ଡଲାର ରପ୍ତାନୀ କରାଯାଇଥିଲା । ସେହିପରି ଗତ ଆର୍ଥôକ ବର୍ଷରେ ଆମଦାନୀ ୧୬ ପ୍ରତିଶତ ବଢି ୫୦.୨୪ ବିଲିୟନ ଡଲାର ହୋଇଛି । ଅନ୍ୟପଟେ ୨୦୨୨-୨୩ରେ ଚୀନ ସହ ଦ୍ୱିପାକ୍ଷିକ କରାବାର ୧.୫ ପ୍ରତିଶତ ହ୍ରାସ ପାଇ ୧୧୩.୮୩ ବିଲିୟନ ଡଲାର ହୋଇଛି । ୨୦୨୧-୨୨ରେ ଭାରତ ଏବଂ ଚୀନ ମଧ୍ୟରେ ୧୧୫.୪୨ ବିଲିୟନ ଡଲାର କରାବାର ହୋଇଥିଲା । ଏହି ଅବଧିରେ ଚୀନକୁ ରପ୍ତାନୀ ୨୮ ପ୍ରତିଶତ ବଢି ୧୫.୩୨ ବିଲିୟନ ଡଲାର ହୋଇଛି, ଅନ୍ୟପଟେ ଆମଦାନୀରେ ୪ ପ୍ରତିଶତ ବଢି ୯୮.୫୧ ବିଲିୟନ ଡଲାର ରହିଛି । ଚୀନ ସହ ବାଣିଜ୍ୟିକ ନିଅଣ୍ଟ ବଢି ୮୩.୧୨ ବିଲିୟନ ଡଲାର ହୋଇଛି । ୨୦୨୧-୨୨ରେ ୭୨.୯୧ ବିଲିୟନ ଡଲାର ଥିଲା । ବିଶେଷଜ୍ଞଙ୍କ ମତରେ ଆଗାମୀ ଭବିଷ୍ୟତରେ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ କାରବାର ଅଧିକ ମଜଭୁତ ହେବ ।

Leave a Reply