ପ୍ରତିଦିନ ୧୩,୦୦୦ ତୀର୍ଥଯାତ୍ରୀ କରିବେ କେଦାରନାଥ ଯାତ୍ରା

ନୂଆଦିଲ୍ଳୀ : ଉତ୍ତରାଖଣ୍ଡର କେଦାରନାଥ ମନ୍ଦିର । ତାହାର ବାର୍ଷିକ ତୀର୍ଥଯାତ୍ରା ଏପ୍ରିଲ ୨୫ ରୁ ଆରମ୍ଭ ହେବାକୁ ଯାଉଛି । ଆଶା କରାଯାଉଛି ଯେ ପ୍ରତିଦିନ ସର୍ବାଧିକ ୧୩,୦୦୦ ତୀର୍ଥଯାତ୍ରୀ କେଦାରନାଥ ପରିଦର୍ଶନ କରିପାରିବେ । ରୁଦ୍ରପ୍ରୟାଗ ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ମୟୂର ଦୀକ୍ଷିତ ମଙ୍ଗଳବାର ଅର୍ଥାô ୧୮ ଏପ୍ରିଲରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସରକାର ଏଥର କେଦାରନାଥ ଯାତ୍ରା ପାଇଁ ଦୈନିକ ୧୩,୦୦୦ ତୀର୍ଥଯାତ୍ରୀଙ୍କ ସୀମା ସ୍ଥିର କରିଛନ୍ତି ଏବଂ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଏକ ଟୋକନ୍ ବ୍ୟବସ୍ଥା ମଧ୍ୟ କରାଯାଇଛି । ମିଳିତ ସାମ୍ବାଦିକ ସମ୍ମିଳନୀରେ ଡିଏମ ଦୀକ୍ଷିତ ଏବଂ ରୁଦ୍ରପ୍ରୟାଗ ପୋଲିସ ଅଧୀକ୍ଷକ ସମ୍ବୋଧିତ କରିଛନ୍ତି । କହିଛନ୍ତି ଯେ ମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ଦୈନିକର ସୀମା ଓବଂ ଟୋକନ ପ୍ରଣାଳୀର ଆରମ୍ଭ ସୁ·ରୁ ସଞ୍ଚାଳନ ପାଇଁ କରାଯାଇଛି । ଯାତ୍ରୀଙ୍କ ଏହି ମାର୍ଗରେ ୨୨ ଜଣ ଡାକ୍ତର ଏବଂ ସମାନ ସଂଖ୍ୟକ ଫାର୍ମାସିଷ୍ଟଙ୍କ ନିୟୋଜିତ ରହବ । ଏହା ସହ ଉତ୍ତତ ଚିକିତ୍ସା ସୁବିଧା ପାଇବେ । ସେମାନଙ୍କ ମଧ୍ୟରେ ତିନିଜଣ ଡାକ୍ତର ଏବଂ ଦୁଇଜଣ ଅର୍ଥୋପେଡିକ୍ ସର୍ଜନ ରହିବେ ବୋଲି ଦୀକ୍ଷିତ କହିଛନ୍ତି । ଯାତ୍ରୀ ମାର୍ଗରେ ବାରଟି ଚିକିତ୍ସା ସହାୟତା କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି । କହିବାକୁ ଗଲେ କେଦାରନାଥ ତୀର୍ଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି । ଏହା ପୂର୍ବରୁ ଜଡିତ ସମସ୍ତ ବିଭାଗକୁ ସବୁ ବ୍ୟବସ୍ଥା ଠିକ୍ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଉତ୍ତରାଖଣ୍ଡର ·ରୋଟି ଧାମ ମଧ୍ୟରେ କେଦାରନାଥ ଧାମ ପାଇଁ ସର୍ବାଧିକ ସଂଖ୍ୟକ ପଞ୍ଜୀକରଣ କରାଯାଇଛିୟ କେଦାରନାଥ ଧାମଙ୍କ ପାଇଁ ୫ଲକ୍ଷରୁ ଅଧିକ ପଞ୍ଜିକରଣ କରାଯାଇଛି ।

Leave a Reply

Your email address will not be published. Required fields are marked *