ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ସ୍ୱର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ଓଡିଶା ପଶ୍ଚିମ ପ୍ରାନ୍ତ ର ଆବସି ବୈଠକ

ବଲାଙ୍ଗିର : ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ତାର ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଚି ଏହାର ପ୍ରସ୍ତୁତି ପାଇଁ ଆଜି ୧୯ ତାରିଖ ଅପରାହ୍ନ ୪ ଘଣ୍ଟା ରୁ ୫ ଘଣ୍ଟା ମଧ୍ୟରେ ଏକ ଅନଲାଇନ ବୈଠକ ସଭାପତି ଶଶିଭୂଷଣ ପୁରୋହିତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରାନ୍ତ ଦାୟିତ୍ୱରେ ଥିବା କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ରବିକାନ୍ତ ଜୈସୱାଲ୍, ପୂର୍ବ କ୍ଷେତ୍ର୍ ସଂଗଠନ ସମ୍ପାଦକ ରାମଚନ୍ଦ୍ର ସ୍ୱାଇଁ, ସହ ମନ୍ତ୍ରୀବଦ୍ରି ନାରାୟଣ ମହାରଣା, ପ୍ରାନ୍ତ ସାଧରଣ ସମ୍ପାଦକ ମାଣିକ ଲାଲ ବର୍ମା, ସଂଗଠନ ସମ୍ପାଦକ ସତ୍ୟନାରାୟଣ ପଟେଲ, ଯୋଗାଇଥିବାବେଳେ ସମସ୍ତ ଜିଲ୍ଲାର କାର୍ଯ୍ୟକର୍ତ୍ତା ଓ ସଭ୍ୟ ସଭ୍ୟା ମାନେ ଯୋଗାଇଥିଲେ । ସେପ୍ଟେମ୍ବର ୮ ରୁ ୧୦ ତାରିଖ ରେ ଦିଲ୍ଲୀ ରେ ଜୟନ୍ତୀ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରତି ଜିଲ୍ଲାରେ ଜିଲ୍ଲା ସ୍ତରରେ କମିଟି ମାନ ସବ୍ଡିଭିଜନ ଓ ବ୍ଲକ ତହସିଲ ସ୍ତରକୁ ଯାଇ କମିଟି ମାନ ଗଠନ କରି ଅଧିକ ସଦସ୍ୟତା ସୃଷ୍ଟି ସଙ୍ଗେ ସଙ୍ଗେ ହାଇସ୍କୁଲ ଛାତଛାତ୍ରୀ, କଲେଜ ଗୁଡିକରେ ସଚେତନତା ପାଇଁ କାର୍ଯ୍ୟକ୍ରମ ମାନ କରିବା ପାଇଁ ପ୍ରସ୍ତୁତି ବୈଠକରେ ସ୍ଥିର ହୋଇଥିଲା । ପ୍ରତି ଜିଲାର ମହିଳା ଗୃହିଣୀ ଛାତ୍ରୀ ମାନକୁ ସଦସ୍ୟତା ଗ୍ରହଣ କରି ବିଭିନ୍ନ ଗ୍ରାହକ ସଚେତନତା ଓ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ୮ ସେପ୍ଟେମ୍ବର ୨୦୨୪ ରେ ସମାପନ ହେବ ତାପୂର୍ବରୁ ବର୍ଷତମାମ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସ୍ତରରେ ବୈଠକ କରି ଆଗାମୀ ତିନିମାସ ଭିତରେ ଭିତ୍ତିଭୂମି ପ୍ରସ୍ତୁତି ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବଲାଙ୍ଗିର ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀ, ଉପସଭାପତି ମହେଶ୍ୱର ସାହୁ, ସମ୍ପାଦକ ଅଧିବକ୍ତା ଅଶୋକ ମିଶ୍ର, ରାୟଗଡା ରୁ ଆବାହକ ଅଧିବକ୍ତା କିଶୋର ସାହୁ, ରଜତ ରଞ୍ଜନ ଖଟୁଆ, ଗଣେଶ ସାହୁ ପରମାନନ୍ଦ ପଧାନ, କୁମାରୀ ବଡ଼ତ୍ୟା, ସୁନ୍ଦରଗଡ଼ ରୁ ମିନାକ୍ଷୀ ନାଏକ ସାମ୍ବାଦିକ, ବଲାଙ୍ଗିର ରୁ ଦେବବ୍ରତ ରଥ, ବିଶ୍ୱନାଥ ତ୍ରିପାଠୀ, ସଂଯୁକ୍ତା ମିଶ୍ର, ରଞ୍ଜିତା ମିଶ୍ର, ଅଧ୍ୟାପକ ଜୟ ଚନ୍ଦ୍ର ସାହୁ, ବରଗଡ଼ ରୁ ପ୍ରୀ ତମ ସିଂହ ଓ ତ୍ରିନାଥ କାଲସା, ରାଉରକେଲା ର ସରୋଜ ପତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *