ବଡ଼ଝାଡ଼ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଉତ୍ସବ


କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ବଡ଼ଝାଡ଼ ପଞ୍ଚାୟତର ପ୍ରଜ୍ଞା ବିହାର ଠାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅଷ୍ଟାଦଶତମ ବାର୍ଷିକ ଉତ୍ସବ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ସିଦେ୍ଧଶ୍ୱର କରଣ,ବିଶିଷ୍ଟ ଅତିଥି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସଦଭାବନା ସଭାର ସଦସ୍ୟ ରାଜ କିଶୋର ସାହୁ,ଶିକ୍ଷାବିତ ବିଜୟ କୁମାର ପଣ୍ଡା, ତ୍ରିଲୋଚନେଶ୍ୱର ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ସନାତନ ତରେଇ,ସାମାଜିକ କର୍ମୀ ଦାମୋଦର ବିଶ୍ୱାଳ, ଯୋଗେନ୍ଦ୍ର ଜେନା, ନବଘନ ତରେଇ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାମନ୍ଦିରର ପ୍ରତାପ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସ୍ୱରେ ସମ୍ପାଦକ ପ୍ରସନ୍ନ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଚକ୍ରଧର ମାଝୀ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଉତ୍ସ୍ୱ ପ୍ରାରମ୍ଭରେ ଶିଶୁମାନଙ୍କ ଦ୍ୱାରା ମାତୃ ବନ୍ଦନା ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ବିଦ୍ୟାମନ୍ଦିରର ଉପସଭାପତି ପ୍ରଦୀପ କୁମାର ମାନସିଂହ, ପୂର୍ବତନ ସମ୍ପାଦକ ଅଶ୍ୱିନୀ କୁମାର ମାଝୀ ପରିଚାଳନା କରିଥିଲେ । ଏହି ଅବସରରେ ଜିଲ୍ଲା ଏବଂ ବ୍ଳକ ସ୍ତରରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହ ସେମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉତ୍ସ୍ୱ ପରିଚାଳନାରେ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *