Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଦେଶରେ ଖଲିସ୍ତାନୀଙ୍କୁ ଉସୁକାଉଛି ଆଇଏସଆଇ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଦେଶରେ ଖଲିସ୍ତାନୀଙ୍କୁ ଉସୁକାଉଛି ଆଇଏସଆଇ

ନୂଆଦିଲ୍ଲୀ : ଉଗ୍ରବାଦୀ ପ୍ରଚାରକ ତଥା ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହ ଫେରାର ହୋଇଯିବା ପରେ କେନ୍ଦ୍ରୀୟ ସୁରକ୍ଷା ଓ ଗୁଇନ୍ଦା ଏଜେନ୍ସି ଏବେ ବିଦେଶରେ ରହୁଥିବା ଖଲିସ୍ତାନୀ ସମର୍ଥକଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି । ଅମୃତପାଲଙ୍କ ଠାରୁ ଧ୍ୟାନ ହଟାଇବା ପାଇଁ ଆଇଏସଆଇର ନିଦେ୍ର୍ଦଶରେ ଭାରତୀୟ ଅନୁଷ୍ଠାନଗୁଡ଼ିକୁ ଟାର୍ଗେଟ୍ କରାଯାଉଛି ବୋଲି ଅନୁମାନ କରାଯାଉଛି । ବ୍ରିଟେନର ମାଞ୍ଚେଷ୍ଟର, ଲିଡ୍ସ, ଓ କାନାଡାର ଟରୋଣ୍ଟୋ, ବ୍ରିଟିଶ କଲମ୍ବିଆ ଉପରେ ଭାରତୀୟ ଗୁଇନ୍ଦା ଏଜେନ୍ସିର ବିଶେଷ ନଜର ରହିଛି । ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପରେ ଭାରତୀୟ ସୁରକ୍ଷା ଓ ଗୁଇନ୍ଦା ଏଜେନ୍ସି ସତର୍କ ହୋଇପଡ଼ିଛନ୍ତି । କାରଣ ଅମୃତପାଲଙ୍କ ସମର୍ଥକମାନେ ବିଦେଶରେ ଥିବା ଅନ୍ୟ ଭାରତୀୟ ଅନୁଷ୍ଠାନଗୁଡ଼ିକୁ ଟାର୍ଗେଟ କରିବାକୁ ଚେଷ୍ଟା କରିବାର ଆଶଙ୍କା ରହିଛି । ବିଶେଷ କରି ବିଦେଶରେ ଥିବା ଗୁରୁଦ୍ୱାରଗୁଡ଼ିକୁ ଅମୃତପାଲ ସମର୍ଥକମାନେ ଢାଲ ଭାବେ ବ୍ୟବହାର କରୁଛନ୍ତି ଯେଉଁଠାରେ ସେମାନେ ଏକାଠି ହୋଇ ଭାରତ ବିରୋଧୀ ବାତାବରଣ ସୃଷ୍ଟି କରୁଛନ୍ତି । ଖାଲି ସେତିକି ନୁହେଁ, ଏହି ଲୋକଙ୍କ ମଧ୍ୟରେ ପୋଷ୍ଟର ବଣ୍ଟନ, ସୋସିଆଲ ମିଡିଆରେ ସମର୍ଥନ ପାଇଁ ମେସେଜ ଭାଇରାଲ କରିବା ଏବଂ ନିଜ ସମର୍ଥକଙ୍କୁ ଗୁରୁଦ୍ୱାରକୁ ନେବାରେ ଆଇଏସଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି କାରଣରୁ ଅମୃତପାଲ ସମର୍ଥକମାନେ ବିଦେଶରେ ବିକ୍ଷୋଭ ସମୟରେ ମୁହଁ ଲୁଚାଇ ରଖନ୍ତି, ଯାହାଦ୍ୱାରା କେହି ସେମାନଙ୍କୁ ଚିହ୍ନି ପାରିବେ ନାହିଁ ।

Leave a Reply