ବଜରଙ୍ଗ ଦଳ ତରଫରୁ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳନ

କୋରେଇ:କୋରାଇ ପ୍ରଖଣ୍ଡ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ହିନ୍ଦୁ ନବ ବର୍ଷ ମହାଆଡମ୍ବରରେ କୋରାଇ ବ୍ଲକ୍ ଅନ୍ତର୍ଗତ କନ୍ତୋର ପଞ୍ଚାୟତ ର ପୁର୍ବୋକୋଟ ଠାରେ କୋରାଇ ପ୍ରଖଣ୍ଡ ବଜରଙ୍ଗ ଦଳ ସଂଯୋଜକ ଭୂପତି ଭୂଷଣ ଦାଶ ଙ୍କ ତତ୍ତ୍ୱାବଧାନରେ ହୋଇଥିଲା । ଏହି ଅବସରରେ ଏକ ମଟରସାଇକେଲ ଶୋଭା ଯାତ୍ରା ତାରକୋଟ ଠାରୁ ବାହାରି କନ୍ତୋର ପଞ୍ଚାୟତ ପରିକ୍ରମା କରି ପୂର୍ବକୋଟ ର ତାରିଣୀ ମନ୍ଦିର ପ୍ରାଙ୍ଗଣ ରେ ପହଞ୍ଚିଥିଲା । ଏହି ସ୍ଥାନରେ ଏକ ସଭା ର ଆୟୋଜନ କରାଯାଇଥିଲା । ଏହି ସଭା ଟି କୋରାଇ ବିଶ୍ୱହିନ୍ଦୁ ପରିଷଦ କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ନାୟକ ଙ୍କ ସଭାପତିତ୍ୱରେ ହୋଇଥିଲା । ଏହି ସଭା ରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଶ୍ୱହିନ୍ଦୁ ପରିଷଦ ବିଭାଗ ସମ୍ପାଦକ ଅରବିନ୍ଦ ଦାସ, ଜିଲ୍ଲା ସଭାପତି ଅକ୍ଷୟ ବଳ, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଚନ୍ଦ୍ରକାନ୍ତ କର, ଜିଲ୍ଲା ।ଧର୍ମ ଜାଗରଣ ପ୍ରମୁଖ ଗୋପାଳ ମଲ୍ଲିକ, କୋରାଇ ବିଶ୍ୱହିନ୍ଦୁ ପରିଷଦ ମାର୍ଗ ଦର୍ଶକ କୃଷ୍ଣଚନ୍ଦ୍ର ଲେଙ୍କା ପ୍ରମୁଖ ଦୀପ ଲଗାଇ ଏହି କାର୍ଯ୍ୟ କ୍ରମଟିକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଜିଲ୍ଲା ବିଦ୍ୟାର୍ଥୀ ପ୍ରମୁଖ ଦିପନ୍ ଦାଶ, କୋରାଇ ବିଶ୍ୱହିନ୍ଦୁ ପରିଷଦ ସଭାପତି ରାଜକିଶୋର ମଲ୍ଲିକ, ସମ୍ପାଦକ ହୃଷୀକେଶ ମହାନ୍ତି, ସାମାଜିକ ସମର ସତା ପ୍ରମୁଖ ସୁବାଷ ମହାରଣା ପ୍ରମୁଖ ଯୋଗଦେଇ ସମସ୍ତ ଅତିଥି ହିନ୍ଦୁ ନବ ବର୍ଷ ବିଷୟ ରେ ଓ ଧର୍ମ ସଂସ୍କୃତି କି ଭଳି ବଞ୍ଚି ରହିବ ସେ ବିଷୟରେ ଆଲୋକ ପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୋରାଇ ବିଶ୍ୱହିନ୍ଦୁ ପରିଷଦ ଆଚାର୍ଯ୍ୟ ପମୁଖ ପଦ୍ମ ନାଭ ଶତପଥୀ, ଗୋରକ୍ଷା ପ୍ରମୁଖା ଶଙ୍କର୍ଷଣ ଓଝା, ସହ ସଂଯୋଜକ ସନ୍ତୋଷ ମଲ୍ଲିକ, ଆଖଡ଼ା ପ୍ରମୁଖ ଦିନେଶ ନାୟକ, ରବିନ୍ଦ୍ର ମହାରଣା, ବାବୁଲି ମଲ୍ଲିକ, ଲକ୍ଷ୍ମୀଧର ମଲ୍ଲିକ, ସୁମିତ ଶର୍ମା, ଦେବେନ୍ଦ୍ର ମଲ୍ଲିକ, ଜଗନ୍ନାଥ ମହାରଣା ପ୍ରମୁଖ କାର୍ଯ୍ୟକ୍ରମରେ ଶତାଧିକ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଭାଇ ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *